ଗଦାପୁର ରେ ପାନୀୟ ଜଳର ଉତ୍କଟ ସମସ୍ୟା : ବିଦ୍ୟୁତ ବିଭାଗ ଦାଉ ସାଧୁଛି : ପଞ୍ଚାୟତ କତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛି।

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ ସୁବିଧା ଅଛି । ଗଦାପୁର ଗ୍ରାମର ଓଡ଼ିଆ ସାହି, ପାଣ ସାହି, ଆଦିବାସୀ ସାହି, ବଜାର ସାହି ରେ ପ୍ରାୟ ସାତସହ ପରିବାର ବସବାସ କରୁଛନ୍ତି।ବସୁଧା ଯୋଜନାରେ ଏହି ଗ୍ରାମର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି।କିଛି ଦିନ ଲୋକେ ପାନୀୟ ଜଳ ଅଭାବ ରୁ ତ୍ରାହି ପାଇଥିଲେ। […]

ବରଗଡ଼ ସହରେ ଏସିଡ୍‌ ମାଡ଼; ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଆଜି ଏସିଡ୍‌ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ ପିଙ୍କୁ ଶର୍ମା(୩୬)। ପବନ ଏବଂ ମନୋଜ ଦୁଇଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କଳିଗୋଳ ହେଉଥିଲା। ଏହି ସମୟରେ ପଡ଼ୋଶୀ ଲୋକେ ସମାଧାନ ପାଇଁ ସେଠାରେ […]

ଇମ୍ପରିୟଲ କଲେଜରେ ଏକାଦଶତମ ଆନ୍ତଜାତୀୟ ଆଲେକ୍ସଜର କାର୍ଯ୍ୟକ୍ରମ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ) ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ ଆନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ , ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ କୋଲକାତା, ଡ. ରୋହିତା ଦ୍ବିବେଦୀ ଆସିଷ୍ଟାଣ୍ଟ ପ୍ରଫେସର , ଏନ ଏମ ଆଇ ଏମ ଏସ , ମୁମ୍ୱାଇ ଏବଂ ଡ. ଆଶିଷ ଶ୍ରୀବାସ୍ତବ ଦିଜିଏମ୍, ଜିଏଆଇଏଲ୍ ନୂଆଦିଲ୍ଲୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। […]

ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼: ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବଣ ଅଵସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିର ରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକ ଠାରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଆରମ୍ଭ ହୋଇଥିଲା । ରକ୍ତ ସଂଗ୍ରହ ମୋବାଇଲ ଭ୍ୟାନ ମଧ୍ୟରେ ରକ୍ତ ଦାନ ଚାଲିଥିଲା । ସୁରକ୍ଷା ମଂଚ ର […]

ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: କଦଳୀ ପାଲି ଏକାଦଶ ଚମ୍ପିଅନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ କଦଳୀ ପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି। ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଳୀ ପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ପୁର୍ଣ୍ଣ ମ୍ୟାଚ ଗୋଲ୍ ଶୂନ୍ୟ ରହିବ ପରେ ପେନାଲଟି ସୁଟ ରେ କଦଳୀ ପାଲି ଏକାଦଶ ୪-୧ ଗୋଲ୍ ରେ ବିଜୟୀ ହୋଇଥିଲେ। ଆଜି ର ସେମିଫାଇନାଲ […]

ବିପ୍ର ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସାରଙ୍ଗଡ଼ ଚମ୍ପିୟାନ୍

ଫୁଲବାଣୀ (ସୁନୀଲ ପଟନାୟକ )- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସିର୍ତ୍ତୀଗୁଡ଼ା ପଞ୍ଚାୟତ ଗୁଞ୍ଜିଗାଁ ଖେଳ ପଡ଼ିଆ ଠାରେ 10 ଦିନ ଚାଲିଥିବା ପ୍ରଥମ ବାର୍ଷିକ ସ୍ୱର୍ଗତ ବିପ୍ର ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ଶୁକ୍ରବାର ଅନୁଷ୍ଠିତ ସାରଙ୍ଗଡ଼ ଓ ଜୁରୁକୁ ପଡ଼ା ଫୁଟୁବଲ ଟିମ୍ ମଧ୍ୟରେଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସାରଙ୍ଗଡ଼ ଚାରୋଟି ଗୋଲ୍ ଦେଇ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ […]

କନ୍ଧମାଳ ଜିଲ୍ଲାରେ ୭ ଶହ ଗାଁ ଅନ୍ଧାରରେ. ଡିବିରୀଆଲୋକ ଉରସା

ଫୁଲ ବାଣୀ(ସୁନୀଲ ପଟନାୟକ ) ସରକାର ବିଜୁ ଗ୍ରାମ୍ୟ ଜ୍ୟୋତି ଓ ଦିନଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗାଁ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଆଲୋକ ଯୋଗ।ଇ ଦିଆଯାଉଛିବୋଲି କହୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତକନ୍ଧମାଳ ଜିଲ୍ଲାରେ କିନ୍ତୁ ସାତ ଶହ ଏଭଳି ଗାଁ ରହିଛି ଯେଉଁଠିକୁ ବିଜୁଳୀ ଆଲୋକ ଯାଇନି। ଡିବିରୀଆଲୋକ ସାହ। ଉରସା ପାଲଟିଛି।ସଞ୍ଜ ନଇଂଲେ ଗାଁ ରେ ତାଟି କବାଟ ପଡିଯାଉଛି। ଲୋକେ ଘରୁ ପଦାକୁ ବାହାରୁ ନାହିଁ।ନ୍ତି । ଲାଇଟ ନ […]

ସ୍ୱାଧୀନତା ର 74ବର୍ଷ ବିତିଲl ଣି ଡାବେରବନ୍ଧ ଗାଁ ର ସମସ୍ୟା ସୁଧୁରିବ କେବେ ?

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲାର ଅନେକ ଗାଁ ରହିଛିଯେଉଁ ଗାଁ ରେ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ଓ ପାନୀୟ ଜଳଭଳି ବହୁବିଧ ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ l lସେଇଭଳି ଏକ ଗାଁ ହେଉଛି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମ ପଂଚାୟତ ର ଡାବେରବନ୍ଧ l ସରକାରଙ୍କ ମାଳ ମାଳ ଯୋଜନା ସ୍ଵତ୍ତେ ବିକାଶ ଏଠି ଯୋଜନ ଯୋଜନ ଦୂରରେ l ଗାଁରେ କୋଡିଏରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି ହେଲେ […]

ଆବାସ ଯୋଜନାରେ ମିଳୁନି ଘର ପଲିଥିନ ଟଙ୍ଗା ଘରେ କଟୁଛି ଦିନ

ଫୁଲବାଣୀ -(ସୁନୀଲ ପଟ୍ଟନାୟକ )କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ଅର୍ଥ ବ୍ୟୟ କରୁ ଛନ୍ତି l ସେହିପରି ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କାହିଁ କେତେ କଣଯୋଜନା କରିଛନ୍ତି l ହେଲେସରକାରୀ କଳର ଉଦାସୀନତା ହେଉ ଅବା ରାଜନୈତିକ ଇଛା ଶକ୍ତିର ଅଭାବରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି l ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳଜ଼ିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ […]

କୁନୁର ଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନ ମାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ କୁନୁର ଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନ ମାନଙ୍କ ସମ୍ମାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଉକ୍ତ ସହିଦ ଗ୍ରୁପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ତାଳଚେର ଅଞ୍ଚଳର ରାଣାପ୍ରତାପ ଦାସ ଥିଲେ l ଏହି କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ତଥା ଜିଲ୍ଲା ଓକିଲ […]