ଗଣମାଧ୍ୟମ କୁ ହାତୀଦାନ୍ତ ଦେଖାଇବା ପାଇଁ ଆଠଗଡ ଡିଏଫଓ ଡରୁଛନ୍ତି କାହିଁକି,ସାରୁ ଭିତରେ ମାରୁ ଅଛିକି !

ଆଠଗଡ(ଉଲାପ୍ର)ହାତୀଦାନ୍ତ ଗଣମାଧ୍ୟମ ଆଗରେ ଦେଖାଇବା ପାଇଁ ଦାବି କରିଥିଲା ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ,ଆଠଗଡ ଉପଜିଲାପାଳ ଙ୍କ କଥା ମାନି ସାମ୍ବାଦିକ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥଲେ,ଉପଜିଲାପାଳ ଙ୍କ କାର୍ଯ୍ୟଳୟ ରେ ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଆସି ଆଲୋଚନା କରିଥିଲେ,ହେଲେ ଏହି ଆଲୋଚନା ଫଳପ୍ରଦ ହୋଇନାହିଁ,ଡିଏଫଓ ହାତୀଦାନ୍ତ ଗଣମାଧ୍ୟମ କୁ ଦେଖାଇବା ପାଇଁ ଜମାରୁ ରାଜି ହେଉନାହାନ୍ତି,ଏଥିରୁ ଜଣାପଡୁଛି ସାରୁ ଭିତରେ ମାରୁ ରହିଛି,କିଛି ତ ଅଛି,ତଥାବି ଡିଏଫଓ ପନ୍ଦର ଦିନ ସମୟ […]

ଜବତ ହାତୀଦାନ୍ତ ଗଲା କୁଆଡେ,ସନ୍ଦେହ ଘେରରେ ଆଠଗଡ ଡିଏଫଓ,ଗଣମାଧ୍ୟମ ଆଗରେ ହାତୀଦାନ୍ତ ପ୍ରଦର୍ଶନ ପାଇଁ ସାମ୍ବାଦିକ ସଙ୍ଘର ଗଣଧାରଣା

ଆଠଗଡ( ଉଲାପ୍ର)ଆଠଗଡ ବନଖଣ୍ଡ ସୁବାସୀ ସଂରକ୍ଷିତ ଜଙ୍ଗଲରୁ ଜବତ ହାତୀଦାନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିବାକୁ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦାବିକରିଛି,ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା,ହାତୀଦାନ୍ତକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶନ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି।ଗତ ୧୪ ମାସ ତଳେ ତରବରିଆ ଭାବରେ ଲୁଚାଇ ଛପାଇ ପୋତି ଦିଆଯାଇଥିଲା ହାତୀ ଟିକୁ।ସୋସିଆଲ ମିଡିଆରେ ପୋତିଦେବାର ଭିଡିଓ ଭାଇରାଲ […]

ଅଂଶୁପା ଠାରେ (ATBN)ଏଟିବିଏନ ଓକିଲସଙ୍ଘ ର ୨୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ମୃତୁଞ୍ଜୟ ମହାପାତ୍ର

ଆଠଗଡ( ଉଲାପ୍ର)ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଂଶୁପା ଠାରେ ଏଟିଵିଏନ ଓକିଲ ସଂଘର ୨୭ ତମ ବାର୍ଷିକ ଅଧିଵେଶନ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଫଣିଭୂଷଣ ରଥ ଙ୍କ ସଭାପତିତ୍ବରେ ଅଂଶୁପା ହ୍ରଦ କୂଳରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ପ୍ରଭୂ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ସଭାପତି ପ୍ରଦୀପ ପ୍ରଜ୍ଜଳନ କରି ବୈଠକ ର ଶୁଭାରମ୍ଭ କରିଥିଲେ।ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇନଜୀବୀ ଜଗଦାନନ୍ଦ ତ୍ରୀପାଠୀ।ପରେ ଵିଗତ ଦିନରେ ପରଲୋକ ଗମନ କରିଥିବା ସଂଘର ସଦସ୍ୟ, ଓକିଲ ଓ […]

ବିକାଶଠୁ ବହୁଦୂରେ ତିନୋଟି ଗାଁ: ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ: ପ୍ରଶାସନର ନିଘା ନାହିଁ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା । ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା,ନାଅଛି ବିଜୁଳି ଆଲୁଅ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ତିନୋଟି ଗ୍ରାମର […]

ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ସୁଲକ୍ଷଣଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ବୈଠକରେ ଉପସ୍ଥିତ ସଭାକାର୍ଯ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ଶିକ୍ଷୟତ୍ରୀ ସୁଲେଖା ରାଉତ, ଜୟନ୍ତୀ ରଥ ପାଠ ଉପରେ ଆଲୋଚନା କରି ସମସ୍ତ […]

ଢେଙ୍କାନାଳସିଭିଲ୍‌କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟଲୋକ ଅଦାଲତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୩୫୩ ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୪୧ଟି , ବିବାହ ଏବଂ ପାରିବାରିକ ମାମଲା ୧୫ଟି […]

ନାଧରା ଗ୍ରାମରେ ଶୋଭା ତରଫରୁ ମାଗଣା ସାସ୍ଥ୍ୟମେଳା

ଢେଙ୍କାନାଳ : ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ତା– ୧୧.୧୨.୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥ ନବଭାରତ ଭେଞ୍ଚରସ୍ ଲିମିଟେଡ୍‌ର ଜିଏମ୍ ଏମ୍.ଶ୍ରୀନିବାସ୍ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ରାଧେଶ୍ୟାମ୍ ସିଂ , ମନିଷ୍ଠ ପାତ୍ର , […]

ଫୁଲବାଣୀ ରେଓଡ଼ିଶାପୃଷ୍ଟି ମହୋତ୍ସବ ଅନୁଷ୍ଠିତ

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମପଞ୍ଚାୟତର ଶ୍ରାସାନଣ୍ଡା ଗ୍ରାମରେ ଓଡିଶା ଜିବୀକା ମିଶନ, ମିଶନ ଶକ୍ତି, ମହିଳା ଓ ଶିଶୁ ବିଭ।ଗ, ଓସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଓଡ଼ିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଗତ ଡିସେମ୍ବର୬ରୁ୧୨ ଯାଏ ସପ୍ତାହବ୍ୟାପୀ ଏହି ମେଳା ପ୍ରତି ପଞ୍ଚାୟତ ଅଧିନ ଗ୍ରାମରେ ଅନୁଷ୍ଠିତ ହେବ । ମେଳାରେଲୋକମାନଙ୍କୁ ଶସ୍ୟ ଜାତୀୟ ,ଡ଼ାଲି ଜାତୀୟ, ମଞ୍ଜି ଜାତୀୟ, […]

୧୯ ରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ଙ୍କ କନ୍ଧମାଳ ଗସ୍ତ,ସାଧାରଣ ସଭା ଓ ମିଶ୍ରଣପର୍ବ!

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନ କୁ ଦୃଷ୍ଟିରେ ରଖି 19ତାରିଖରେ ଫୁଲବାଣୀରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା କରିବା ନିଷ୍ପତି କରିଛି! ଏଥି ପାଇଁ ଫୁଲବାଣୀ ନେତାଜୀ କ୍ଲବ ରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!ଶତା ଧିକ ଲୋକ କଂଗ୍ରେସ ରେ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି!ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହେବାପରେ […]

ୟୁଥ୍ ଅଫ କନ୍ଧମାଳ ତରଫରୁ ଶୀତ ବସ୍ତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଶୀତ ରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା। ଲୋକେ ଘରୁ ବାହାରିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ୟୁଥ୍ ଅଫକନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅପହଞ୍ଚ ଗ୍ରାମ ନେଡିପଦର୍ ଗ୍ରାମ କୁ ଯାଇ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି। ଏହିକାର୍ଯ୍ୟକ୍ରମରେ ୟୁଥ୍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ , ଜଏ ତିର୍କି, ସମ୍ବିତ ଦିଗାଲ, ଲୀଶା ଦିଗାଲ ଓ ଟୁନା ଦିଗାଲ ପ୍ରମୁଖ ଉପସ୍ଥିତ ରହି ଶୀତ ବସ୍ତ୍ର […]