ଅଜଣା ଗାଡି ଧକ୍କାରେ ମୃତ ବ୍ୟକ୍ତିଙ୍କ ପରିବାର କୁ କ୍ଷତିପୁରଣ ଦାବୀରେ ରାସ୍ତା ଅବରୋଧ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ସାରଙ୍ଗ ଡଥାନା ଅନ୍ତର୍ଗତ ପାବୁରିଆ ଠାରେ ଏକ ଅଜଣା ଗାଡି ଧକ୍କାରେ ପା ବୁରିଆ ହାଟପଦା ସାହିର ବିନୋଦ ଦଣ୍ଡିଆ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । କ୍ଷତିପୁରଣ ଦାବୀରେ ମଙ୍ଗଳବାର ରାତିଠୁ ଶବରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।ବିନୋଦଶୌଚ ଦେବାକୁ ଯାଇ ରାସ୍ତା ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।ଫଳରେ ଜିଉ ଦୟଗିରି, ରାଇକିଆ, ସାରଙ୍ଗ ଡ଼ କୁ ଗାଡି ଚଳାଚଳ […]

ଦିନ ଦ୍ୱିପହରରେ ଉପକାରାଗାରରୁ ବିଚାରଧିନ କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର୍‌ । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହେଲେ ବିଚାରଧୀନ କଏଦୀ । ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବାପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ କାରାଗାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ (୩୮) ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ସଜା କାଟୁଥିଲେ […]

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼:- ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଡିଜେ ଓ ବାଣଫୁଟା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛନ୍ତି। ରାଜଧାନୀରେ ରାତି ୧୦ ପରେ ବିବାହ ଉତ୍ସବରେ ଡିଜେ ବାଜୁଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ […]

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ :- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଆଜି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) କର୍ମଚାରୀ ଶରତ ଚନ୍ଦ୍ର ହଂସଙ୍କଠାରୁ ତାହା ଜବତ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଜବତ ଧାନକୁ ନିକଟସ୍ଥ ହନୁମାନ ଫୁଡ୍‌ ପ୍ରଡ଼କ୍ଟସ୍‌ ରାଇସ […]

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡ ଠାରେ ଭିଜନ ୨୦-୨୪ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ର ପ୍ରତିଯୋଗିତା ରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ବିଜୟୀ ହୋଇଛି।ଆଜି ବିକାଶ ଗ୍ରାଉଣ୍ଡ ରେ ବରଗଡ ଫାଇଟରସ କ୍ଲବ ପ୍ରଥମେ ବ୍ୟାଟିଂ କରି ମାତ୍ର ୩୨ ଓଭର ରେ ୮୪ ରନ କରି ଅଲ୍ ଆଉଟ୍ ହୋଇ ଯାଉଥିଲେ। […]

ଟୋପ ହାଇସ୍କୁଲ ରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସଚେତନତା ଶୋଭାଯାତ୍ରା

ବରଗଡ଼:-ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ହାଇସ୍କୁଲ ରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଓ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ର ଙ୍କ ତତ୍ବାବଧାନରେ ସ୍କାଉଟସ ଓ ଗାଇଡ ମାନଙ୍କୁ ନେଇ ଜନ ସଚେତନତା ଅଭିଯାନ ପାଳନ କରାଯାଇଥିଲା। ଏହି ଅବସରରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ସହ ନିଜ ଅଞ୍ଚଳ କୁ ସ୍ୱଚ୍ଛ ରଖିିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ଓ ସୁସ୍ଥ ରହିବା ପାଇଁ ପରିବେଶ କୁ ପରିଷ୍କାର ପରିଚ୍ଛନ୍ନତା ରହିବା ନିହାତି ଆବଶ୍ୟକ ଅଟେ ବୋଲି […]

କଟକରେ ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ(,ଉଲାପ୍ର)ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟକାର୍ଯ୍ୟକାରିଣୀ ଶାରଳା ଭବନ,କଟକ ଠାରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ତଥା ଛତିଶଗଡ଼ ର ପୁର୍ବତନ ମନ୍ତ୍ରୀ କୃଷକ ମୋର୍ଚ୍ଚା ଓଡ଼ିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ପିଙ୍କି ଶିବରାଜ ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ରକୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ […]

ଆଜିର ରାଶିଫଳ

ଅଦ୍ୟ ଡ଼ିସେମ୍ବର ମାସ ୧୫ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାର୍ଗଶିର- ଶୁକ୍ଳପକ୍ଷତିଥି- ଦ୍ଵାଦଶୀ ରାତ୍ରି ଘ୦୧/୫୭ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଦ୍ଵିଜାଚନ୍ଦ୍ର- ମେଷଯୋଗ- ପରିଘକରଣ – ବବସୌରମାସ- ବିଛା ୩୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୯*✧═════•❁❀*ଯୋଗିନୀ ନୈରୁତେ ରାତ୍ରି ଘ୦୧/୫୭ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*କର୍କଟ ରାଶିର ଘାତବାରମେଷ ରାଶିର ଘାତଚନ୍ଦ୍ରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା ଘ ୦୮/୫୭ ଗତେ ଘ୧୦/୨୦ ମଧ୍ୟେବାରବେଳ।-ଦିବା ଘ ୧୧/୩୯ ଗତେ ଘ୦୧/୦୨ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ଆଠଗଡ଼ରେ ବାରମ୍ବାର ଅବକାରୀ ଚଢ଼ାଉ,କୁଆଡେ ଯାଉଛନ୍ତି ମଦ ମାଫିଆ ଓ ବ୍ୟବସାୟୀ ମାନେ

ଆଠଗଡ(ଉଲାପ୍ର)ଆଠଗଡ଼ ଥାନା କୋରଂଗା ଓ ତାଳବସ୍ତ ଗ୍ରାମରେ ଆଜି କଟକ ,ଢେଙ୍କାନାଳ ଅବକାରୀ ବିଭାଗ, ଆଠଗଡ଼ ଓ ନରସିଂହପୁର ଅବକାରୀ ଵିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ।ଉଭୟ ଗ୍ରାମରୁ ୯୫୫୫ଲିଟର ମଦ ତିଆରି ପାଇଁ ସରଂକ୍ଷିତ ପୋଚ ଓ ଗଛ୍ଛିତ ଥିବା ୯୦୦ ଲିଟର ଦେଶିମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଥିଲା। ତେବେ ଏ ସଂକ୍ରାନ୍ତରେ ଅବକାରୀ କର୍ମଚାରୀ ମାନେ କାହାରିକୁ ଗିରଫ କରିପାରିନଥିଲେ।ଵାରମ୍ବାର ଵିଭିନ୍ନ ସ୍ଥାନରେ ଅବକାରୀ ଵିଭାଗ ଚଢାଉ କରୁଥିଲେ ମଧ୍ୟ ସଵୁସମୟରେ ଅବକାରୀ […]

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଘେରାଉ ଓ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍‌ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପ୍ରଦେଶ କଂଗ୍ରେସ୍ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ବରସ୍ଥିତ କଂଗ୍ରେସ୍ ଭବନରେ ପୋଲିସ୍‌ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ , ଏ.ଆଇ.ସି.ସି ସଭ୍ୟା ସୁବାଶିନୀ ମହାକୁଡ , ସମ୍ସିଦା […]