ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ ୨୦୨୧ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡ଼ା ମସାଲକୁ ସ୍ଥାପନ କରିଥିଲେ। ଦୁଇ ଦିନ ଧରି ହେବାକୁ ଥିବା ଏହି ଆଥଲେଟିକ ମିଟ ରେ ଜିଲ୍ଲା ର ସ୍କୁଲ, କଲେଜ ତଥା କ୍ଲବ […]

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ :-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ଗ୍ରାମର ଛବିଲାଲ ସାହୁ, ଦିଲୀପ ସାହୁ, ଗୁଲଠୁ ସାହୁ, ଗୋବର୍ଦ୍ଧନ ସାହୁ ପ୍ରମୁଖ ସାଙ୍ଗରେ କିରୋସିନ, ଦିଆସିଲି ଧରି ଜିଲାପାଳ ଅଫିସ ପହଞ୍ଚିଥିଲେ। […]

ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ:

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସଭାଗୃହ ଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସଡିପିଓ ଜିଆର ରାଘବେନ୍ଦ୍ର, ବିଡିଓ ଡ.ଜଗଦିଶ ଷଢଙ୍ଗି, ତହସିଲଦାର ଶସାଙ୍କ ଶେଖର ପାତ୍ର ଓ ଆଇଆଇସି ବାବା ଶଙ୍କର ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ବଡଦିନ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ଏହାକୁ ନେଇ ସବୁ ଧର୍ମାବଲମ୍ବି ଓ ଅନ୍ୟ ମାନଙ୍କୁ […]

କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ ଚେଲା କୁମାରଙ୍କ କନ୍ଧମାଳ ଗସ୍ତ : କଂଗ୍ରେସର ମହା ମିଶ୍ରଣ ପର୍ଵ ଅନୁଷ୍ଟିତ :

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ କରୋନେସନ ପଡିଆ ଠାରେ କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଏକ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଅନୁଷ୍ଠିତ କରିଥିଲା।ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆପଣେଇ ବିଭିନ୍ନ ଦଳରୁ ଶତାଧିକ ଶିକ୍ଷିତ ମହିଳା ପୁରୁଷ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ.ଚେଲା […]

ଥରୁଛି କନ୍ଧମାଳ,ଫୁଲବାଣୀରେ ପାରଦ 6. 5 ଡିଗ୍ରୀ ଓ ଦାରିଙ୍ଗବାଡିରେ 4 ଡିଗ୍ରୀସେଲସିୟସ

ଫୁଲବାଣୀ (ସୁନୀଲ ପଟନାୟକ )ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀରେ ତାପମାତ୍ରା 6 . ୫ ଡିଗ୍ରୀ ସେଲସିୟସକୁ ଖସିଆସି ଥିବାବେଳେ ଓଡ଼ିଶାର […]

ସାହିତ୍ୟିକ ନୃସିଂହାନନ୍ଦ ମହାପତ୍ର ପି ଏଚ ଡ଼ି ପାଇଲେ

ଫୁଲବାଣୀ -20/12(ସୁନୀଲ ପଟନାୟକ )ଫୁଲବାଣୀ ସହରର ଜଣାଶୁଣା କବି ସାହିତ୍ୟିକ ଓ ଶିକ୍ଷାବିତ ନୃସିଂହାନନ୍ଦ ମହାପତ୍ରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟ ତରଫରୁ ପି. ଏଚ. ଡ଼ି. ପ୍ରଦାନ କରାଯାଇଛି l ରାଜସ୍ଥାନ ଜୟପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ି ଏସ ଟେଣ୍ଡେକର ଓ ଏ ଦୀନେଶ କୁମାର ଙ୍କ ମାର୍ଗଦର୍ଶନରେ ଭାରତୀୟ ଦର୍ଶନ ଶାସ୍ତ୍ରରେ “ବେଦାନ୍ତ ସାରତତ୍ତ୍ୱ କୁ ନେଇ ଶ୍ରୀ ମହାପାତ୍ର ପି. ଏଚ. ଡ଼ି. କରୁଥିଲେ l ସନ୍ଦର୍ଭଟି ବିଚାରକମାନଙ୍କ ଦ୍ୱାରା […]

ଆବେଦନ କରି ଥକି ଗଲେଣି, ଲାଞ୍ଚ ନଦେଲେ ରାସନକାର୍ଡ ମିଳୁନି

ଫୁଲବାଣୀ (ସୁନୀଲ ପଟନାୟକ ) ଲାଞ୍ଚ ଦିଅ ରାସନ କାର୍ଡ ନିଅ lଲାଞ୍ଚନାହିଁ ତ ରାସନ କାର୍ଡ କଥା ଭୁଲିଯାଅ lବ୍ଲକ ରେ ଦାଇତ୍ୱ ରେ ଥିବା ଏମ ଆଇ ବାବୁ କୁଆଡେ ଖୋଲାଖୋଲି ଭାବେ ହିତାଧିକାରୀ ଙ୍କୁ କହୁଥିବା ଅଭିଯୋଗ ହେଉଛି lଏ ନେଇଅଭିଯୋଗ କଲେ ବି ଡିଓ ଶୁଣୁନାହାଁନ୍ତି lକନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରୁ ଏଭଳି ଅଭିଯୋଗ ଆସିଛି l ସେହିପରି ଏହି ବ୍ଲକ ରେ ହିତାଧିକାରୀମାନଙ୍କୁ ଓଜନ ରେ କମ ଦେବାସହ ନିମ୍ନ […]

କନ୍ଧମାଳ ଡ୍ୟାନସ ଗ୍ରୁପ ପୁରସ୍କୃତ

ଫୁଲବାଣୀ (ସୁନୀଲ ପଟନାୟକ )ରାଷ୍ଟ୍ରୀୟ କଳାମଞ୍ଚ ଦ୍ୱାରା ତିନିଦିନ ଧରି ଭୁବନେଶ୍ୱର କୋୖସ୍ତଭ କଲେଜ ପରିସରରେ ଅନୁଷ୍ଟିତ ହେଇଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ରେଅଂଶ ଗ୍ରହଣ କରି ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କନ୍ଧମାଳ ଜିଲ୍ଲାର ଗ୍ରୁପ ଡ୍ୟାନସ Special Jury ପୁରସ୍କାର ଲାଭ କରିଛି l ଏହି କାର୍ଯ୍ୟକ୍ରମ ରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ପ୍ରତିଯୋଗୀ ଙ୍କୁ ଏହି ସଫଳତା […]

ମାଲ ବୋଝେଇ ଟ୍ରକ ଓଲଟିଲା

,ଫୁଲବାଣୀ –(ସୁନୀଲ ପଟନାୟକ )ସୋମବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଗଡରିଙ୍ଗିଆ ଘାଟି ରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଡ୍ରାଇଭର ଗୁରୁତର ଆହାତ ହୋଇଥିଲେ lଆହାତ ହୋଇଥିବା ଡ୍ରାଇ ଭର ଜଣକ ହେଲେ ଅନୁଗୁଳ ଜ଼ିଲ୍ଲା ଜେରଙ୍ଗପଡ଼ା ର ତ୍ରିଲୋଚନ ଗଡ଼ନାୟକ ବୋଲି ଜଣା ପଡିଛି lଖବର ପାଇ ବାଲି ଗୁଡା ମୋଟର ଚାଳକ ସଙ୍ଘ ସଭାପତି ଅଭିରାମ ଡିଗାଲ, ସାନନ୍ଦ ଦଣ୍ଡସେନା ପ୍ରମୁଖ ଦୁର୍ଘଟଣା […]

ପଂଚାୟତ ରାଜ ମନ୍ତ୍ରୀ ଙ୍କ ଦ୍ୱାରା ଏସ ଏଚ ଜି ଙ୍କୁ ଚେକପ୍ରଦାନ

ଫୁଲବାଣୀ(ସୁନୀଲ ପଟନାୟକ, )ଆଜି ପଂଚାୟତ ରାଜ, ନଗର ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାକନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ବ୍ଲକ ଓ କ.ନୂଆଗାଁ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ କରିବା ସହ ଋଣ ମେଳାରେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ଚେକ ପ୍ରଦାନ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ମଧ୍ୟ ଉଦଘାଟନ କରିଥିଲେ ।ଗ୍ରାମାଞ୍ଚଳ ର […]