କନ୍ଧମାଳ ଜ଼ିଲ୍ଲା ଉଠାଜଳସେଚନ ବିଭାଗର ପ୍ରୟାସ ଚାଷୀ ଙ୍କ ମୁହଁ ରେ ଆଣିଲା ହସ

ଫୁଲବାଣୀ-( ସୁନୀଲ ପଟନାୟକ)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ । ଏହି ଜିଲ୍ଲାରେ ଶତକଡ଼ା ୭୦ ପ୍ରତିଶତ ଲୋକ ଆଦିବାସୀ । ସମସ୍ତେ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଚାଷୀ। ଜିଲ୍ଲାରେ ମୋଟ ଚାଷଜମି ୧ ଲକ୍ଷ ୨୪ ହଜାର ହେକଟର ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଚାଷ ଜମିକୁ ଖରୀଫ ଋତୁରେ ଜଳସେଚନର ବ୍ୟବସ୍ଥା […]

ମାନବ ସେବା ହିଁ ଇଶ୍ୱର ସେବା ର ବାର୍ତା ଦେଲେ ଖ୍ରୀଷ୍ଟାବଲମ୍ବୀ

ବରଗଡ଼: ଗ୍ରେସ ଅଫ ଗଡ ଚର୍ଚ୍ଚ ପକ୍ଷରୁ ପ୍ରି କ୍ରିସ ମାସ୍ ପାଳିତ ହୋଇଯାଇଛି । ବୁଧବାର ତୋରା ସତ୍ୟ ନଗର ସ୍ଥିତ ଚର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁତ ଗରିବ, ଦୁଃଖୀ, ଅସହାୟ, କୁଷ୍ଠ ରୋଗୀ ମାନଙ୍କୁ ସେବା କରାଯାଇଥିଲା । ପାଦ ଧୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରି ମାନବ ସେବା ହିଁ ଇଶ୍ୱର ସେବା ର ବାର୍ତା ଦେଇଥିଲେ । […]

ଆଗକୁ ବଡ଼ଦିନ, ଝଲସି ଲାଣି ଚର୍ଚ୍ଚ ଶାନ୍ତି ଶୃଙ୍ଖଳା ର ସହ ବଡ଼ଦିନ ପାଳନ ପାଇଁ ଜ଼ିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ଆଉ ଦୁଇଦିନ ଗଲେ ବଡ଼ଦିନ ପର୍ବ ପ୍ରଭୁ ଯୀଶୁ ଧରାବତରଣ କରିବେl ଫଳରେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକ ସଜେଇ ହେଲାଣି l କେତକ ସ୍ଥାନ ରେ ନାଚ ଗୀତ ମଧ୍ୟ ଆରମ୍ଭ ହେଲାଣି lଫଳରେ ଆସନ୍ତା ବଡ଼ଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳା ର ସହ ପାଳନ ହେବ ସେଥିପାଇଁବିଭିନ୍ନ ବ୍ଲକ ସ୍ତରରେ ଶାନ୍ତି କମିଟି ବୈଠକ ସରିଯାଇଥିବା ବେଳେ ବୁଧବାର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଶାନ୍ତି […]

ଶୀତ ରେ ଥୁରୁଥୁରୁ ସାରା କନ୍ଧମାଳ,ଫୁଲବାଣୀ,ଦାରିଂବାଡ଼ି ସମେତ କେତକ ସ୍ଥାନ ରେ ଆଜିବି ତୁଷାର ପାତ..

ଫୁଲବାଣୀ 22/12(ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଶୀତ ର ଲହରୀ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବରେ ଦୁଇ ଦିନ ହେଲା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣି ଅଂଚଳରେ ତୁଷାର ପାତ ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ଅଞ୍ଚଳ ର ତୁଷାରପାତ ହୋଇଥିବା ବେଳେ ଫୁଲବାଣୀ ରେ ମଧ୍ୟ ଆଜି ବି ତୁଷାର ପାତ ଦେଖିବାକୁ ମିଳିଛି l ସେହିଭଳି ଗତ କାଲି ଫୁଲବାଣୀ ରେ 4 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀ ଓ ଦାରିଙ୍ଗବାଡିରେ ମୃଦୁ ତୁଷାରପାତ

ଫୁଲବାଣୀ(ସୁନୀଲ ପଟନାୟକ ) ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ହାଡ଼ଭଙ୍ଗାଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହରର କଲେଜଛକ, ଲେଙ୍ଗର ସାହି, ରୁଜାଙ୍ଗି ଆଦି ବିଭିନ୍ନ ସ୍ଥାନରେ ମୃଦୁ ତୁଷାର ପାତ ହୋଇଛି । ସେହି ଅଞ୍ଚଳରେ ଥିବା ବିଲ, […]

ବରଗଡ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଉଦଯାପିତ;୫୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦୁଇ ଦିବସୀୟ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ ଆଜି ଉଦଯାପିତ ହୋଇଯାଇଛି।ଏଥିରେ ଜିଲ୍ଲା ର ବିଭିନ୍ନ ସ୍କୁଲ, କଲେଜ, କ୍ଲବ ର ୫ଶହ ପ୍ରତିଯୋଗୀ ବିଭିନ୍ନ ବର୍ଗର ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ପୁରୁଷ ୧୦୦ ମିଟର ଦୌଡ ରେ ତିଳକ ରାଉତ ପ୍ରଥମ, ବେଦବ୍ୟାସ ସେଠ୍ ଦ୍ଵିତୀୟ, ବିକାଶ ବିଶ୍ଵାଳ ତୃତୀୟ , ପୁରୁଷ ସର୍ଟପୁଟ ଫିଙ୍ଗିବା ରେ ଗୋପାଳ ମେହେର,ପ୍ରଥମ, ନିରଜ୍ ସାହୁ […]

ଆର ଡି ସି ଙ୍କୁ ସମର୍ଦ୍ଧନା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଆଜି ବରଗଡ଼ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଲାଇ ଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆରଡିସି ଶ୍ରୀ ଦଲାଇ ଯୋଗଦେଇ କଳାକାର ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ପ୍ରକାର ସୁବିଧା ରୁ ବଞ୍ଚିତ କରାଯିବ ନାହିଁ ବୋଲି କହିଥିଲେ। ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ତାଙ୍କୁ ସଂଘ ମୋମେଣ୍ଟୋ ସହ ଉପଢ଼ୌକନ […]

ମଣ୍ଡି ରୁ ସମସ୍ତ ଧାନ ତ୍ୱରିତ ଉଠାନ୍ତୁ ସରକାର: ଆପ୍ ମିଲ ପରିଦର୍ଶନ କରନ୍ତୁ ଜିଲ୍ଲାପାଳ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଥିବା ବେଳେ ଶୀଘ୍ର ଧାନ ଉଠେଇବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ କୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକାନ ଅବଧି ସରିବାକୁ ପୂର୍ବରୁ ମଣ୍ଡି ରେ ପଡିଥିବା ସମସ୍ତ ଧାନ କିଣିବାକୁ ଆପ୍ ର ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ମିଲର୍ସଙ୍କ ମର୍ଜିରେ ମଣ୍ଡି ରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ […]

ପିଲାଏ ପଢିଲେ ପିଲାଏ କହିଲେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)ପୁସ୍ତକ ଭଳି ବନ୍ଧୁ ବିରଳ। ଯେଉଁ ଛାତ୍ର ପୁସ୍ତକ ସହ ଯେମିତି ସମ୍ପର୍କ ରଖେ ସେ ସେହି ପରିମାଣରେ ଜୀବନକୁ ସେମିତି ଗଢିଥାଏ। ତେଣୁ ଛାତ୍ର ଛାତ୍ରୀ ମାନେ ପୁସ୍ତକ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନକୁ ଗଢିବା ପାଇଁ ବରଗଡ଼ ଅନ୍ତର୍ଗତ ରୋହିଣୀଆ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ” ପିଲାଙ୍କ ପାଖରେ ପାଠାଗାର” କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ସ୍ଥାନୀୟ […]

ଗୋପୀନାଥପୁର ସିଂହନାଥ ବୈଦେଶ୍ୱର ହାଇଲେବୁଲ ସେତୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ,ଦକ୍ଷିଣାଞ୍ଚଳ ସହିତ ଯୋଡ଼ିହେଲା ପଶ୍ଚିମାଞ୍ଚଳ

ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ଇତିହାସ ରେ ଯୋଡ଼ିହେଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ,ମହାନଦୀ ଉପରେ ଯୋଡି ହେଲା ବହୁ ପ୍ରତୀକ୍ଷିତ ସମ୍ପର୍କର ସେତୁ ,ଲୋକାର୍ପିତ ହୋଇଛି ବହୁପ୍ରତିକ୍ଷିତ ଗୋପୀନାଥପୁର ସିଂହନାଥ ବୈଦେଶ୍ୱର ହାଇଲେବୁଲ T ସେତୁ, ବଡମ୍ବା-ଗୋପିନାଥପୁର ଠାରୁ ବାଙ୍କୀ ବୈଦେଶ୍ୱର କୁ ସଂଯୋଗ ହୋଇଥିବା ଏହି ଟି-ସେତୁ ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସୁଗମ ହୋଇପାରିଛି,କଟକ ଜିଲ୍ଲାର ବଡମ୍ବା ଗୋପୀନାଥପୁର ନିକଟ ଖେଳପଡ଼ିଆ […]