ନାରୀ ସଶକ୍ତିକରଣ ରେ ଶିକ୍ଷାର ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଆଠଗଡ(ଉଲାପ୍ର)ନାରୀ ସଶକ୍ତିକରଣ ରେ ଶିକ୍ଷାର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଆଠଗଡ ର ମାଧପୁର କନ୍ୟାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି, ଉଦୟ ଲାବଣ୍ୟ ସମ୍ବାଦପତ୍ର ତରଫରୁ ଏହି ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଲେ ନାରୀ ସସକ୍ତି ହେଲେ ଦେଶ ସୁଧୁରିବ ଆଉ ନାରୀ ସମାଜ ପ୍ରଗତିପଥେ ଆଗେଇବ।ଏହି ଉତ୍ସବ ରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ କହିଲେ ସଭ୍ୟତା […]

ପିଲାମାନଙ୍କ ଶୁଭ ମନାସି ମା ମାନେ ପାଳିଲେ ଦାଣ୍ଡପହଁରା ଓଷା

ଆଠଗଡ (ଉଲାପ୍ର)ପିଲାମାନଙ୍କ ଶୁଭ ମନାସି ମାମାନେ ପାଳିଛନ୍ତି ଦାଣ୍ଡପହଁରା ଓଷା ବା ବାଟ ଓଷା।ଏହି ଓଷା କାହିଁକେଉଁ କାଳରୁ ଅନୁଷ୍ଠିତ ବୋଇ ଆସୁଛି।ଆଠଗଡ ରେ ଆଜି ଏହି ନିଆରା ଦାଣ୍ଡପହଁରା ଓଷା ଦେଖିବାକୁ ମିଳିଥିଲା, ଗୋଟିଏ ଛୋଟିଆ ଛୁଆକୁ ତାର ମା କାନ୍ଧରେ ବାହୁଙ୍ଗି କାନ୍ଧେଇ ପୂଜା ସ୍ଥଳକୁ ଆଣିବା ଘଟଣା ଥିଲା ନିଆରା ପରମ୍ପରା, ମାମାନେ ହୁଳହୁଳି ପକାଇ ଛୁଆଟିର ଶୁଭ ମନାସି ଥିଲେ,ପିଲାଟିର ମା ସେ ଛୁଆଟିର ମାନସିକ କରିଥିଲା ପିଲାଟିର ଦେହ ଭଲ […]

ଫୋର ଲେନ ରାସ୍ତା କୁ ବିରୋଧ, ବରପାଲି ୮ଘଣ୍ଟିଆ ବନ୍ଦ୍

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥ କୁ ବିରୋଧ କରି ଆଜି ୮ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି। ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହର ରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ ସ୍ବତ୍ତପୂର୍ତ୍ତ ଭାବେ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ୍ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବରଗଡ଼ ହଲଦୀପାଲି ଛକଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ କେନ୍ଦ୍ର ସରକାର […]

ବରଗଡ଼ ମହିଳା କଲେଜ ର ବାର୍ଷିକ କ୍ରୀଡା ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୟୋଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ। ଦିନ ତମାମ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରୀ ମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସାଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଆନ୍ତର୍ଜାତିକ ପର୍ବତାରୋହୀ […]

ଡ୍ରେନ ଦାବିରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ତେର ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ନିସ୍କାସନ ପାଇଁ କୈାଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି ରାସ୍ତା ରେ ପ୍ରବାହିତ ହେଉଥିବାରୁ ଏକ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଥିନିମନ୍ତେ ପଡାବାସୀ ବାରମ୍ବାର ପୈାରପରିଷଦ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବି କୈାଣସି ଫଳ ମିଳିନଥିବାରୁ ଆଜି […]

ବାଲିଗୁଡା ଉପଖଣ୍ଡ ଖବରଦାତାଙ୍କୁ ପୋଲିସ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲରେ ଧମକ :ତଦନ୍ତ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ଯ୍ୟରତ ଜୈନକ ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲ ଫୋନ ମାଧ୍ୟମରେ ଧମକ ସମଗ୍ର ସାମ୍ବାଦିକ ମହଲରେ ଆଲୋଚ୍ୟ ର ବିଷୟ ହୋଇଛି । ଘଟଣା ପ୍ରକାରେ ମଙ୍ଗଳ ବାର ରାତ୍ର ସମୟରେ ବାଲିଗୁଡା ପାଟଖଣ୍ଡା ମନ୍ଦିର ନିକଟରେ ବାଲିଗୁଡା ପୋଲିସ ପକ୍ଷରୁ ଗାଡି,ମୋଟର ଯାଞ୍ଚ ଚାଲିଥିଲା ।ଏହି ସମୟରେ ଦୈନିକ ଓଡିଶା ଭାସ୍କରର ବାଲିଗୁଡା ଉପଖଣ୍ଡ ପ୍ରତିନିଧି ସୁବ୍ରତ କୁମାର ମାଝୀ ଏହାର ଭିଡିଓ ଉତୋଳନ କରିଥିଲେ […]

ଷଡଙ୍ଗୀ ସ୍କୁଲରେ ପିଟିଏ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ପି,ଟି, ଏ ବୈଠକ ବରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଷଡ଼ଙ୍ଗୀ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ ଚରଣ ସେଠୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ଆବାହାକତ୍ଵରେ ଡିସେମ୍ବର ମାସ ବାଇଶି ତାରିଖ ଅପରାହ୍ନ ଦୁଇଟା ସମୟରେ ବିଦ୍ୟାଳୟ ପରିସରରେ […]

ଢେ଼ଙ୍କାନାଳ ଜିଲ୍ଲାରେ ବାଟ ଓଷା ଆରମ୍ଭ ହୋଇ ଯାଇଛି

ଢେଙ୍କାନାଳ(ଉଲାପ୍ର) ଓଡ଼ିଆ ଘର ର ବାର ମାସ ର ତେର ପର୍ବ ମଧ୍ୟ ରେ ଏହି ବାଟ ଓଷା ହେଉଛି ଏକ ପାରମ୍ପାରିକ ପର୍ବ ,,, ପ୍ରାତଃ ସମୟରେ ବୃନ୍ଦାବତୀଙ୍କ ଙ୍କ ମୂଳରେ ନୁଆ dala re ବାଲି ଦାଣ୍ଡ ଧୂଳି ଆଖୁ ମୂଳା ଓ କଳସ ସ୍ଥାପନ କରାଯାଇ ଭୋଗ ରାଗ ଦିଆ ଯାଇ ପୁଜା କରା ଯାଇ ଥାଏ ,,, ରାତ୍ରୀ ସମୟ ରେ ଦାଣ୍ଡ କୁ ଲିପା ଯାଇ ଝୋଟି ଚିତା ପକାଯାଏ […]

ତିନ୍ନାଥ ଠାକୁରଙ୍କ ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

ଢେଙ୍କାନାଳ(ଉଲାପ୍ର)ଢେ଼ଙ୍କାନାଳ ଜିଲ୍ଲା କୌବଲ୍ୟ ବଜାର ସ୍ଥିତ ମୁନିଶି ପାଲଟି କୃଷକ ବଜାରରେ ତିନ୍ନାଥଙ୍କର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନ୍ନାଥ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯିବା ସହିତ ବିଭିନ୍ନ ପ୍ରକାରର ଫୁଲ ମାଳ ରେ ସୁସଜ୍ଜିତ କରାଯାଇଥିଲା। ତିନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା ସହ ପ୍ରଭୁଙ୍କ ପାଖରେ ଭୋଗ ପାଇଁ ଫଳମୂଳ ସହିତ ହୁମଯଜ୍ଞା କରାଯାଇଥିଲା। ମହାପ୍ରଭୁଙ୍କ ପୂଜା ପାଇଁ ତିନିଦଳୀୟ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଆସି ନାମ ଗୀତ […]

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ

ଫୁଲବାଣୀ – (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଜ଼ିଲ୍ଲାରେ ସମୁଦାୟ 2198 ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ 742 ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ 1456 କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଛି l ଆଜି ପ୍ରଥମ ଦିନରେବାଲିଗୁଡା ବ୍ଲକ ବାଲିଗୁଡା ଏନ […]