ଫିରିଙ୍ଗିଆ ଥାନା ପୋଡି ଘଟଣା ତିନି ଦିନ ପାରେ ସ୍ଵାଭାବିକ ଅବସ୍ଥାକୁ ଆସିଲା ଦୋକାନ ବଜାର ଖୋଲିବା ସହ ଗାଡ଼ି ଚଳାଚଳ ସ୍ଭାଭାବିକ

ଫୁଲବାଣୀ( ସୁନୀଲ ପଟ୍ଟନାୟକ)ଶନିବାର ଫିରଙ୍ଗିଆ ଥାନା ପୋଡି ଘଟଣା ପରଠାରୁ ତିନିଦିନ ଧରି ବନ୍ଦ ରହିଥିବା ଦୋକାନ ବଜାର ଆଜି ଖୋଲିଛିlସେହିପରି ଗାଡ଼ି ଚଳଚଳ ସ୍ଵାଭାବିକଭାବେ ଆରମ୍ଭ ହୋଇଥିଲାlତେବେ ତିନି ଦିନ ପରେ ବଜାର ଓ ହାଟ ଖୋଲିଥିଲେ ମଧ୍ୟ ଲୋକଙ୍କ ଏତଟା ଗହଳି ଦେଖିବାକୁ ମିଳିନଥିଲାl କିଛି ଲୋକ ଭୟ ଭିତରେ ମଧ୍ୟ ବଜାର ଆସି ଆବଶ୍ୟକୀୟ ଜିନିଷ ପତ୍ର, ପରିବା ପତ୍ର କିଣା କିଣି କରୁଥିବା ଦେଖିବାକୁ ମିଳିଥିଲା l ସେହିପରି ତିନି ଦିନ […]

ଯୁବବିଜେଡି ନେତା ଯୋଜନା ବୋର୍ଡ ସଦସ୍ୟ ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ

ଫୁଲବାଣୀ(ସୁନୀଲପଟନାୟକ)ଯୁବ ବିଜେଡି ନେତା ତଥା କାଉନସିଲର ରାଜେନ୍ଦ୍ର କ୍ରମାର ପାଢୀ ଜିଲ୍ଲା ଯୋଜନା ବୋର୍ଡ ସହରାଞ୍ଚଳ ସଦସ୍ୟ ଭାବରେ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଛନ୍ତି । ଫଳରେ ରାଜେନ୍ଦ୍ର ପାଢୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ,କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ,ଫୁଲବାଣୀ ବିଧାୟକ ଅଙ୍ଗଦ କହର,ବାଲିଗୁଡ଼ା ବିଧାୟକ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ […]

ରକ୍ତ ପାଇଁ ଜୟଦେବ ଙ୍କ ଦେଶ ଭ୍ରମଣ : ସାଇକେଲରେ ହର ଘର ରକ୍ତଦାତା ଅଭିଯାନ ସଚେତନତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି | ଶ୍ରୀ ରାଉତ ଜଣେ ସ୍ବେଚ୍ଛାସେବୀ। ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ଗତ ୨୦୨୨ ଅକ୍ଟୋବର ୧ ତାରିଖରୁ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଭାରତ ସାରା ଯାତ୍ରା କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ […]

ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିକଟରେ ଅବସର ଗ୍ରହଣ କରିଥିବା ମୂଖ୍ୟ ଅଧ୍ୟାପକ ଡ଼.ଶ୍ୟାମ ସୁନ୍ଦର ଡାଙ୍ଗୁଆଙ୍କ ବହୁମୁଖୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ରାଇକିଆ ସ୍ଥିତ ଜୀବନଜ୍ୟୋତି […]

ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟତଃ ଏହି ରାସ୍ତା ଦେଇ ଆର.ଆଇ. କାର୍ଯ୍ୟାଳୟ, ଟ୍ରେଜେରି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସରକାରୀ […]

ବୋଲେରୋ ସହ ବିପୁଳ ପରିମାଣ ରେ ବେଆଇନ ଗଞ୍ଜେଇ ଜବତ : ପୁରୁଖା ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ପ୍ରାୟତଃ ପ୍ରତିଦିନ ଗଞ୍ଜେଇ ଜବତ ହୋଇ ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ମଧ୍ୟ ବୁଧବାର ବାଲିଗୁଡା ଅବକାରୀ ବିଭାଗ କର୍ମଚାରୀ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ବୋଲେରୋ ନଂ.ଓଡି-୧୨- ୨୪୬୭ ଯୋଗେ ବାଟାଗୁଡ଼ା ଆଡୁ ଦୃତ ଗତିରେ ଆସୁଥିବା ଥିବା ବେଳେ […]

ଥାନା ପୋଡି ସହ ପୋଲିସ ଉପରେ ଆକ୍ରମଣ ଘଟଣା ପରେ
ଗିରଫଦାରୀ ଭୟରେ ଗାଁ ଖାଁ ଖାଁ

ଫୁଲବାଣୀ-ସୁନୀଲ ପଟନାୟକଶନିବାର ଫିରିଙ୍ଗିଆ ଥାନା ପୋଡି ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଗିରଫ ଦାରୀ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ କିଛି ଗାଁ ପୁରୁଷ ଶୁନ୍ୟ ହୋଇପଡିଛି । ଆଜି ବି ପିରିଙ୍ଗିଆ ରେ ଦୋକାନ ବଜାର ବନ୍ଦ ରହିଥିବା ଦେଖା ଯାଇଛି । ଶନିବାର ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ପୋଲିସ ଉପରେ ଆକ୍ରମଣ କରିବା ସହ ଥାନା ପୋଡି ଘଟଣାପରଠାରୁ ଫିରିଙ୍ଗିଆ ସମେତ ଆଖ ପାଖ ଗ୍ରାମର ଲୋକେ ଭୟଭୀତ […]

ଫିରିଙ୍ଗିଆ ଥାନା ପୋଡି ଘଟଣାର ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

. ଫୁଲବାଣ (ସୁନୀଲ ପଟନାୟକ) ସୋମବାର ଫିରିଙ୍ଗିଆ ଥାନା ପୋଡି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।ବିଧାୟକ କହଁର ଫିରିଙ୍ଗିଆ ଥାନାରେ ପହଞ୍ଚି ଥାନା ପରିସର ବୁଲି ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଥାନା ପୋଡି ସହ ପୋଲିସ କୁ ଆକ୍ରମଣ ଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । । […]

ନାବାଳିକାର ମୃତଦେହ ସାର୍ତ୍ତ।ଗୁଡା ନଦୀରୁ ଉଦ୍ଧାର

ଫୁଲବାଣୀ( ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକା ର ମୃତ ଦେହ କ ଆଜି ଅଗ୍ନିଶମ ବିଭାଗ ଉଦ୍ଧାର ହୋଇଛି । ନଦୀ ଖଣ୍ଡି ସାହା ର ଅନାଥ ଜାନି ଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ଦୀର୍ଘ ୩ ଦିନ ହେଲା ନିଖୋଜ ହୋଇଯାଇଥିଲା l ନାବାଳିକା ର ବାପା ମା ଙ୍କ ସହ ପରିବାର ଲୋକେ ଖୋଜାଖୋଜି ପରେ ଝିଅର ସନ୍ଧାନ ନ ପାଇବାରୁ […]

ଦାବୀ ପୁରଣ ନେଇ କଳା ବ୍ୟାଚ ପରିଧାନ କଲେ ପିଇଓ ସଂଘ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଆଜିଠୁ ସମସ୍ତେ କଳାବ୍ୟାଚ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ମାନସ ରଂଜନ ପାଣିଗ୍ରାହୀ ଓ କବିରାଜ କହଁର ସୂଚନା ଦେଇଛନ୍ତି ।ସେମାନଙ୍କ ଦାବୀ ମଧ୍ୟରେ ରହିଛି ଚାକିରି ର ଏଣ୍ଟ୍ରି ସମୟରେ ଥିବା ଯୁକ୍ତ ୨ ଯୋଗୀତା ଉଠାଇ ଯୁକ୍ତ ୩ ପାସ କରାଯିବା, ୨୦୧୭ ଓ ଆର ଏସ.ପି ପ୍ରକାରେ […]