କଟକ ବିଜେପିର ମିହିର ଦାସଙ୍କ ପାଇଁ ଶୋକ ସଭା

କଟକ(ଉଲାପ୍ର)ସୁନାମଧନ୍ୟ ଲୋକପ୍ରିୟ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିହିର ଦାସଙ୍କ ଗତକାଲି ଦେହାନ୍ତ କାରଣରୁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ନଗରଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ ରଖି ପ୍ରଥମେ ଶୋକ ସଭା କରାଗଲା।ଏଥିରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା ସୌରଚନ୍ଦ୍ର ମହାପାତ୍ର,ରଶ୍ମିରେଖା ଦାସ ସ୍ବର୍ଗତ ମିହିର ଦାସଙ୍କ ଉଦ୍ଦେଶ୍ୟରେ ଶୋକ ସନ୍ଦେଶ ଦେବା ପରେ ଶୋକସଭା […]

କନ୍ଧମାଳ ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ-(ସୁନୀଲପଟନାୟକ)ମଙ୍ଗଳବାରକନ୍ଧମାଳ ଜିଲ୍ଲାପାଳ ଡା,ବୂନ୍ଦାଡି ରାଇକିଆ ଗସ୍ତରେ ଯାଇ ସ୍ମାର୍ଟ ସ୍କୁଲ କାର୍ଯ୍ୟ ପରିଦର୍ଶନ କରିବା ସହ ସ୍କୁଲ କାର୍ଯ୍ୟ ଯେପରି ଉନ୍ନତମାନର ହେବ ଆଉ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ସରିବ ସେଥିପ୍ରତି ଦୃଷ୍ଟିଦେବା ଲାଗି ବିଡିଓ ଓ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଡା. ବୃନ୍ଦାଡ଼ି ରାଇକିଆ ବ୍ଳକର ଶୁଗଡବାଡି,ମାଦପଙ୍ଗା . ଆଡ଼ା ସିପଙ୍ଗା, ଆଦର୍ଶ ବିଦ୍ୟାଳୟ ଆଦି ଯାଇ ସେଠାରେ ଚାଲିଥିବା କାର୍ଯ୍ୟ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ […]

ଫିରିଙ୍ଗିଆ ବ୍ଲକରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷାକରିବା ଓ ବନ୍ୟପ୍ରାଣୀ ସୁରକ୍ଷା ବୈଠକ

ଫୁଲବାଣୀ-(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷାକରିବା ଓ ବନ୍ୟପ୍ରାଣୀ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ଫିରିଙ୍ଗିଆ ବିଡିଓ ରଶ୍ମୀ ରଂଜନ ମହନ୍ତ, ଫିରିଙ୍ଗିଆ, 6ରଂଜ ଅଫିସର ବିଜୟ ମଲିକ, ବ୍ଲକ ଅଧ୍ୟକ୍ଷ ଲାଲ ନନ୍ଦା ପ୍ରଧାନ,ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ.ସିଡିପିଓ ହରପ୍ରିୟା ମେହେର, ଜିପି ଇଓରବୀନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ। ସମସ୍ତଙ୍କ ଆନ୍ତରୀକ ସହ ଯୋଗ ରହିଲେ ଜଙ୍ଗଲ […]

ତୁମୁଡିବନ୍ଧ ବ୍ଲକ ରେ କୋଭିଡ଼ ସଚେତନତା

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ରେ କୋବିଡ଼ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁମୁଡିବନ୍ଧ ବ୍ଲକ ତହସିଲଦାର ଏମ ଅନୁରାଧା  ଙ୍କ ନେତୃତ୍ୱରେ  ତୁମୁଡିବନ୍ଧ ବ୍ଲକ ର ବିଭିନ ସ୍ଥାନରେ  କୋଭି ଡ଼ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତ ସଫାରଖିବା , ନିୟମିତ ମାସ୍କ ପରିଧାନ କରିବା  , ସାମାଜିକ ଦୂରତା  ରକ୍ଷା କରିବା  ପାଇଁ ସ୍ଥାନୀୟ ଲୋକଓ ବ୍ୟବସାୟୀ ମାନଙ୍କୁ  ସଚେତନ କରାଯାଇଛି ।। ତୁମୁଡିବନ୍ଧ ବ୍ଲକ […]

କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ମିଳିଲା ଆର୍ଥୀକ ସହାୟତା

ଫୁଲବାଣୀ-(ସୁନୀଲ ପଟନାୟକ)କରୋନାରେ ମୃତ୍ୟୁବରଣ କରିଥିବା କନ୍ଧମାଳ ଜିଲ୍ଲାକ, ନୂଆଗାଁ ବ୍ଳକ ଅଞ୍ଚଳର ସାମ୍ବାଦିକ ସୁଦାମ ନାୟକଙ୍କ କରେ।ନା ରେ ମୃତ୍ୟୁ ହୋଇଥିଲା ସେ ପ୍ରମେୟ ଖବର କାଗଜର ବ୍ଳକ ପ୍ରତିନିଧିଥିଲେ । ଆଜି ବୁଧବାର ମୃତ ସୁଦାମ ନାୟକଙ୍କ ପତ୍ନି ଲିଲିମା ନାଏକଙ୍କୁ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ ।ଏଥି ପୂର୍ବରୁ ପ୍ରମେୟର ଜିଲ୍ଲା ପ୍ରତିନିଧି ତାରିଣୀ […]

ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଙ୍କ ପରିଦର୍ଶନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ କୁ ଦୁଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି | ଏନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି. ରାଇକିଆ ଗସ୍ତରେ ଆସି ପ୍ରଥମେ ରାଇକିଆ ଠାରେ ଖୋଲିବାକୁ ଥିବା ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ଅନୁସାଙ୍ଗିକ ଉପକରଣ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ |ଏଥି ସହିତ ବ୍ଲକର କଳିଙ୍ଗ ବିଦ୍ୟାଳୟ ବୁଲି […]

କନ୍ଧମାଳ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ : ପ୍ରଥମ ପର୍ଯ୍ୟାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ହେବ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମସ୍ତ ଆଶା ଓ ଆଶଙ୍କାର ଅନ୍ତ ଘଟି ଶେଷରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି l ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ ଲାଗି ନିର୍ବାଚନ ହେବ। ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କ.ନୂଆଗାଁ ବ୍ଲକର ୧୭୭ ୱାର୍ଡ ରହିଛି । ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କନୂଆଗାଁ ବ୍ଳକର ୪୪୬୦୮ ଭୋଟର ଭୋଟ ଦେବେ। ମାଓ ଅଧୁଷିତ ଦୁର୍ଗମ ବ୍ଲକ […]

୫୬ କିଲୋ ଗଞ୍ଜେଇ ସହ କାର ଜବତ, ୩ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ବାଲିଗୁଡା ଅଂଚଳରୁ ବାଲୁଗାଁ ଅଂଚଳକୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କିରୀକୁଟି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ନାଏକ ଙ୍କ ସମେତ ପୋଲିସ ଫୋର୍ସ ଚଢ଼ାଉ […]

ପନସପୁର ପଂଚାୟତ ରେ ଧାନ ମଣ୍ଡି ଶୁଭାରମ୍ଭ

ମାହାଙ୍ଗା( ଉଲାପ୍ର)ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତ ସ୍ଥିତ କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି ର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣସପୁର ପଞ୍ଚାୟତ ର ସରପଞ୍ଚ ରଶ୍ମିତା ବେହେରା ପୂଜା କାର୍ଯ୍ୟ ସମାପନ ପରେ ନାରିକେଳ ଭାଙ୍ଗି ଏହି ଶୁଭାରମ୍ଭ କରିଥିଲେ। କୁସୁପୁର, ପଣସପୁର, ଓ ଲଳିତଗିରି ୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଏହି କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି […]

ଆରପାରିରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳ

ସମ୍ବଲପୁର:-ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସରେ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, କିଛି ଦିନ ତଳେ ଗାଧୁଆ ଘରେ ପଡିଯାଇ ସେ ଗୁରୁତର ହୋଇଥିଲେ । ପରେ ବୁର୍ଲା ଭୀମସାର ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ତେବେ […]