ତିନିଦିନ ହେଲା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା,ଜନ ଜୀବନ ବାଧା ପ୍ରାପ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ତିନିଦିନ ହେଲା ଅଦି ନିଆ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଦିନ ତମାମ ଫୁଲବାଣୀରେ ଆକାଶ ମେଘା ଛନ୍ନ ରହିବା ସହ ଜିଲ୍ଲାର ରାଇକିଆ,ଜିଉଦୟ ଗିରି ଟିକାବାଲି ବାଲିଗୁଡା, କୋଟ ଗଡ଼, ତୁମୁଡିବନ୍ଧ ଆଦି କେତେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବୋହି ଥିଲ।ଗତକାଲି ରାତିତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସେହିପରି ଆଜି ଗୁରୁବାର ମଧ୍ଯ ଫୁଲବାଣୀସହରରେ ମେଘୁଆ ପାଗ […]

କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ରେ କୋଭିଡ଼ -୧୯ ମନିଟରିଙ୍ଗ ସେଲ ଖୋଲିଲା

ଫୁଲବାଣୀ-(ସୁନୀଲପଟନାୟକ)କୋଭିଡ଼-୧୯ର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚବିଶ ଘଣ୍ଟିଆ ମନିଟରିଙ୍ଗ ସେଲ ଖୋଲିଲା।6 କ। ର ନାର ୩ୟ ଲହର ଦିନକୁ ଦିନ ବୁଦ୍ଧି ପାଇବା ଫଳରେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୁରୁବାରଠାରୁ କୋଭିଡ଼ମନିଟରିଙ୍ଗ ସେଲ ଖୋଲିଲା। ଏହା ଦିନ ରାତି ୨୪ଘଣ୍ଟା ଖୋଲା ରହିବ । ଏହାର ସୁପରିଚାଳନା ପାଇଁ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଫୁ ଲବାଣୀ ବିରେନ୍ଦ୍ର କୁମାର ଦାସଙ୍କୁଦାୟିତ୍ଵ ଦିଆଯାଇଛି ।କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ […]

ସ୍ନାତକ ଯୋଗ୍ୟତାରେ ଅମଲାଙ୍କୁ ଦରମା ଦେବାକୁ ଦାବି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ଅମଲା ସଂଘ କନ୍ଧମାଳ ଶାଖା ର ଏକ ବୈଠକ ଜିଲ୍ଲା ଶାଖା ସଭାପତି ଦେବେନ୍ଦ୍ର କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ ର ପ୍ରତିନିଧି ମାନେ ଯୋଗ ଦେଇ ଦୀର୍ଘ ଦିନ ହେଲା ଦିଆ ଯାଇଥିବା ଦାବୀ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ଙ୍କ […]

ଇଣ୍ଡିଆ ସ୍କିଲ୍ ୨୦୨୧ ପ୍ରତିଯୋଗିତା ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଐତିହାସିକ ସଫଳତା

ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଦଯାପିତ ହୋଇଯାଇଥିବା ଇଣ୍ଡିଆ ସ୍କିଲ୍ ୨୦୨୧ ପ୍ରତିଯୋଗିତାରେ ୨୯ଟି ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି । ୭ଟି ସ୍ଵର୍ଣ, ୧୦ଟି ରୌପ୍ୟ, ୫ଟି କାଂସ୍ୟ ଓ ୭ଟି ମେଡାଲିଅନ ଅଫ୍ ଏକ୍ସେଲେନ୍ସ ପଦକ ଜିତି ଓଡିଶାକୁ ଭାରତରେ ପ୍ରଥମ ସ୍ଥାନରେ ଅବସ୍ଥାପିତ କରିବାରେ ଗୁରୁତ୍ଵପୂର୍ଣ ଭୁମିକା ଗ୍ରହଣ କରିଛନ୍ତି । ସବୁଠାରୁ ଉଲେଖ୍ୟ ଯୋଗ୍ୟ ବିଷୟ ହେଉଛି ସି.ଭି. ରମଣର ଛାତ୍ରଛାତ୍ରୀମାନେ ଫ୍ୟୁଚର ଅଫ୍ ସ୍କିଲ୍ […]

ମନମୋହନ ଓ ମିହିରଙ୍କୁ ‘କଞ୍ଚାଲଙ୍କା’ରେ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ଅଭିନେତା ମିହିର ଦାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏଇ ଚଳଚ୍ଚିତ୍ରଟି ଉଭୟ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଅଭିନେତା ମିହିର ଏହାପୂର୍ବରୁ ବିଧାତା, ଲକ୍ଷ୍ମୀପ୍ରତିମା ଓ ଫେରିଆ ମୋ ସୁନାଭଉଣୀରେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଓଡ଼ିଶାର ଏକ ମଫସଲ ଗାଁରେ ଅଛନ୍ତି ରଘୁ। ତାଙ୍କ ଆଶା ବାଙ୍ଗାଲୋରରେ ରହୁଥିବା ପୁଅ, […]

କଟକ ନଗର ଜିଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ(ଉଲାପ୍ର) କଟକନଗର ଜିଲ୍ଲା କାର୍ଯ୍ୟକାରିଣୀ ମର୍କତନଗର ଉଇଣ୍ଡସର ପ୍ୟାଲେସଠାରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଭାରତମାତାଙ୍କ ଫଟୋରେ ମାଲ୍ୟାର୍ପଣ ଦ୍ବୀପ ପ୍ରଜ୍ବଳନ ପରେ ବନ୍ଦେ ମାତରଂ ଗାନ କରାଯାଇ କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିଲା।ନଗର ସଭାପତି ଶ୍ରୀ ବଡୁ ଆଗାମୀ ଯୋଜନା ପ୍ରସଙ୍ଗରେ ସର୍ବ ପ୍ରଥମେ ଅଭିଭାଷଣ ରଖିଲା ପରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର। ପ୍ରସ୍ତାବ ରେ କରୋନା କାଳରେ […]

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅର୍ଥ ହେରଫେର ଅଭିଯୋଗ, ତଦନ୍ତ ଦାବୀ

ଫୁଲବାଣୀ(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ମାଓ ଅଧୁଷିତ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କେତେକ ଦୁର୍ଗମ ପଞ୍ଚାୟତ ଗୁଡିକରେ ବ୍ୟାପକ ଅର୍ଥ ହେରଫେର ହେ।ଇଥିବା ଦୃଢ ଅଭିଯୋଗ ହେଉଛି । ତେବେ ଅର୍ଭଯୋଗ ସତ୍ତ୍ଵେ କାର୍ଯ୍ୟା ନୁଷ୍ଠାନ କୁ ଆଡେହେଉନି। ୮ ବର୍ଷରେ ୮ଜଣ ବିଡିଓ ବଦଳୀ ହେଲେଣି ଏହି ବ୍ଳକରୁ।ବର୍ତ୍ତମାନତହସିଲଦାର ଇନଚାର୍ଜ ବିଡିଓ ଅଛନ୍ତି ।ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବାଲିଆପାଳ ବିଡିଓ ଲଳିତ ସୋରେଙ୍ଗ ଙ୍କୁ ତୁମୁଡିବନ୍ଧ ବିଡିଓ ଭାବେ ବଦଳୀ […]

ମୁଖ୍ୟ ଡାକ୍ତରଖାନାର ଅକ୍ସିଜେନ ପ୍ଲାଣ୍ଟ ରୁ ଯନ୍ତ୍ରାଂଶ ଚୋରି

ବରଗଡ଼:- ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନ(ଅକ୍ସିଜେନ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାର ଙ୍କ ଦ୍ଵାରା ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲାଗିଥିଲା ଏବଂ କାର୍ଯ୍ୟକ୍ଷମ ହେବାକୁ କେବଳ ବାକି ରହିଥିଲା । ମାତ୍ର ତାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଉକ୍ତ ପ୍ଲାଣ୍ଟରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଚୋରି […]