ଫୁଲବାଣୀ ପ୍ରେସ କ୍ଲବ ରେ ସରସ୍ବତୀ ପୂଜା

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ପବିତ୍ର ସରସ୍ବତୀ ପୂଜା l ଏହି ଉପଲକ୍ଷେ ଫୁଲବାଣୀ ପ୍ରେସ କ୍ଲବ ଠାରେ ବିଦ୍ୟାଦାତ୍ରୀ ଶ୍ରୀ ଶ୍ରୀ ସରସ୍ବତୀ ପୂଜା ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଥିଲାlଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟ ନାୟକ କର୍ତ୍ତା ଭାବେ ଉପସ୍ଥିତ ରହି ନିଷ୍ଠା ର ସହ ପୂଜାର୍ଚନା କରିଥିଲେlପୂଜକ ପ୍ରମୋଦ କୁମାର ପତି ସୁଚାରୁରୂପେ ପୂଜା କାର୍ଯ୍ୟ ତୁଲାଇଥିଲେ lଏହି ଅବସର ରେ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଅଶୋକ […]

ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜନେତା ଓ ପ୍ରଶାସନ ଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ l ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି l ଏନଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ l ଦୀର୍ଘ ଶହେବର୍ଷ ରୁ ଉର୍ଦ୍ଧ ହେବ ସାହିବାସିନ୍ଦା […]

ଭୋଜି ଖାଇବାକୁ ଯିବାବେଳେ ଅଘଟଣ: ଟାୟାର ଫାଟି ଓଲଟିଲା ପିକ୍ଅପ୍ ଭ୍ୟାନ୍: ୩ ମୃତ,୩୪ ଗୁରୁତର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ ।ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା କୁଟିବାଲି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜି ଖାଇବାକୁ ଯିବାବେଳେ ବାଟରେ ଜଗିଥିଲା ଯମ । କୋଟଗଡ଼ ଥାନା ଓରା […]

ଜିଲ୍ଲାପାଳ ଙ୍କ ପଦ୍ମପୁର ଉପଖଣ୍ଡ ଗସ୍ତ,୫ଟି ଓ ନିର୍ବାଚନୀ କାର୍ଯ୍ୟ ର ତଦାରଖ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଗ୍ରାମରେ ଥିବା ଭୋଟ ଗ୍ରହଣ କେନ୍ଦ୍ର,୫ଟି ଅନ୍ତର୍ଗତ ସ୍କୁଲ ଗୁଡିକରେ ହେଉଥିବା ରୁପାନ୍ତରିତ କାମ ଗୁଡିକ ବୁଲି ଦେଖିବା ସହ କାମର ତଦାରଖ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଆଜି ପୁରେନା ଖୁଣ୍ଟପାଲି ସ୍କୁଲ ର ୭ ନମ୍ବର ପୁଲି° ବୁଥକୁ ବୁଲି ଦେଖିଥିଲେ। ସେହିପରି ପଦ୍ମପୁର ଅଞ୍ଚଳ କଲେଜ ରେ ହେବାକୁ ଥିବା ନିର୍ବାଚନ ଷ୍ଟ୍ରଙ୍ଗ ରୁମ ଦେଖିବା ସହ ପଦ୍ମପୁର […]

କଟକରେ ବସ୍ତି ଘର ଜାଲିଆତି କାଣ୍ଡ ପାଇଁ ଭାଜପା ର ସାମ୍ବାଦିକ ସମ୍ମିଳନୀ

କଟକ (ଉଲାପ୍ର)କଟକ ଅନ୍ଦରପୁର ୫୩ ନମ୍ବର ୱାର୍ଡରେ, ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ ସମନ୍ୱିତ ଆବାସ ଓ ବସ୍ତି ଯୋଜନାରେ ହୋଇଥିବା ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଥିବା ଘରଗୁଡିକୁ ବିଜୁ ଜନତା ଦଳ ନେତାମାନେ ଜାଲିଆତି କରି ବିକିଥିବା ଘଟଣା ପାଇଁ କଟକନଗର ଭାଜପା ପକ୍ଷରୁ ଆଜି ଅପରାହ୍ନ ୫.୩୦ ରେ ଶିଖରପୁର ଦୁର୍ଗା କମିଟି ହଲରେ ଆଜି ସାମ୍ବାଦିକ ସମ୍ମିଳନୀ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଦ୍ୱାରା ଆହୁତ […]

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣୀ ବରଗଡ଼ ପଞ୍ଚାୟତ ନିର୍ବାଚନ

ବରଗଡ଼ ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ l ଖାସ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର l ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ବୁଲି ଭୋଟ ମାଗୁଛନ୍ତି l ଖାସ କରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ତିନି ଦଳର ଫୋକସରେ ରହିଛି l ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢା ଯାଉଥିବାରୁ […]

ଟେଲି ଫିଲ୍ମ ମୁନୁଷ୍ ର ଜାଏତ୍ ? ର ପ୍ରିମିୟମ ସୋ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ) ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ ‘ମୁନୁଷ୍ ର ଜାଏତ୍‌ ? ର ପ୍ରିମିୟମ ସୋ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ, ପୋଲିସ ଅଧିକାରୀ ସଦାନନ୍ଦ ପୁଜାରୀ, ଡଃ ତପସ୍ଵିନୀ ଗୁରୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ […]

ବିଶ୍ଵ କେନସର ଦିବସ ଅବସରରେ ଗଣଦୌଡ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନସର ସଚେତନତା ଉଦ୍ଦେଶ୍ୟରେ ‘ରନ୍ ଫର ଲାଇଫ୍ ‘ ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମ ରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ। ଏଥିରେ ୟୁଇଟେଡ ଫୋରମ୍ ଅଫ୍ କେନସର ହସ୍ପିଟାଲ ଏଟ୍ ବରଗଡ଼,କୋସଲ ଡିଫେନ୍ସ ଏକାଡେମୀ, ସେବା ନିବୃତ ସେନା କର୍ମଚାରୀ ସଂଘ ଓ […]

ଓରନ୍ଦା ଠାରେ ଆଠଗଡ଼ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଖୁଣ୍ଟୁଣୀ(ଉଲାପ୍ର) ଆଠଗଡ଼ ୨ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜିତା ହେସାଙ୍କ ପାଇଁ ଗୁରୁବାର ଓରନ୍ଦା ସମ୍ବେଶ୍ୱର ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ତଥା ଆଠଗଡ଼ କଂଗ୍ରେସ ନେତା ଉମାବଲ୍ଳଭ ରଥ ଅଧ୍ୟକ୍ଷତା କରିଥିଲେ । ଆଠଗଡ଼ରେ ଚାଲିଥିବା ଏକଛାତ୍ରବାଦ, ଅହଙ୍କାରୀ ଓ ଦୁର୍ନୀତିଗ୍ରସ୍ତ ସାଶନକୁ ଆଠଗଡ଼ର ସ୍ୱାଭିମାନି ଭୋଟର ଭାଇ ଭଉଣୀ ଓ ଯୁବ ସମାଜ ହଟାଇ ଜଣେ ଦୁର୍ନୀତିମୁକ୍ତ, ସର୍ଵଜନାଦୃତ ଭଦ୍ର ଶିକ୍ଷିତା ଆଦିବାସୀ ମହିଳା […]