ପୋଲିସ ସୁରକ୍ଷା ଓ ସିସିଟିଭି ନଜରରେ ସମ୍ବେଦନଶୀଳ ଭୋଟ କେନ୍ଦ୍ରକୁ ରଖାଯାଉ

‘ ଆଠଗଡ଼(ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାରେ ମତଦାନ କରାଯିବା ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ୍ କୁମାର ସୂତାର ନିଜ ସପକ୍ଷରେ ମତଦାତାଙ୍କୁ ଭେଟୁଥିବା ବେଳେ କେତେକ ସମ୍ବେଦନଶୀଳ ବୁଥ୍ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଗତ ୦୭ ତାରିଖ ସୋମବାର ଦିନ ତୁରନ୍ତ ଭୁବନେଶ୍ବର ଯାଇ ରାଜ୍ୟ ନିର୍ବାଚନ […]

ରାଧାକିଶୋରପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାଥିନୀଙ୍କ ନିର୍ବାଚନୀ ପ୍ରଚାର

ଆଠଗଡ଼ (ଉଲାପ୍ର)ଆଜି ପୂର୍ବାହ୍ନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥିନୀ ରଞ୍ଜିତା ହେସା ରାଧାକିଶୋରପୁର ପଞ୍ଚାୟତରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀମତୀ ହେସା ପଞ୍ଚାୟତର ରାଧାଦାମୋଦର ପୁର, ରାଧାକିଶୋରପୁର ଓ ଖମାର ନୂଆଗାଁ ଗ୍ରାମର ପ୍ରତ୍ୟେକ ମତଦାତାଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଅନେକ ଗ୍ରାମବାସୀ ବିଭିନ୍ନ ସମସ୍ୟା […]

ବଡମ୍ବା ଗଡାପୋଖରୀ ପଞ୍ଚାୟତ ର ସର୍ବାଙ୍ଗୀନ ଉନତି ପାଇଁ ସରପଞ୍ଚ ପ୍ରାର୍ଥୀନୀ ଏଲେନା ଦାସଙ୍କୁ ଖୋଲାବହି ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରନ୍ତୁ,ଏ ଲଢେଇ ଗଡା ପୋଖରୀ ପଞ୍ଚାୟତ ମାଟି ପାଇଁ

ସ୍ଳୋଗ – ନିର୍ବାଚନ ବନ୍ଦ କରିବା ଦାବୀ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ ଜିରୀଡ଼ିକିଆ ଗ୍ରାମବାସୀ

ଫୁଲବାଣୀ (ସୁନୀଲ ପଟନାୟକ )ନିର୍ବାଚନ କମିଶନର ଙ୍କ ନିର୍ଦେଶକୁ ଜିଲା ପ୍ରଶାସନ ର ଅଣଦେଖା। କନ୍ଧମାଳ ଜ଼ିଲ୍ଲା କ, ନୂଆଗାଁ ବ୍ଳକ ର ଜିରିଡିଗିଆ ପଞ୍ଚାୟତରେ କିଛି ୱାର୍ଡ ମିଶ୍ରଣ ପାଇଁ ଉଚ୍ଚ ନ୍ୟ l ୟାଳୟ ରେ ମାମଲା ବିଚାରଧୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେହି ପଂଚାୟତରେ ନିର୍ବାଚନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଜିଲା ପ୍ରଶାସନ ଉକ୍ତ ପଂଚାୟତ ରେ ନିର୍ବାଚନ କରିବାକୁ ଯାଉ ଛନ୍ତି। ଯାହାକୁଆଖ ପାଖ […]

ତିନି ବର୍ଷ ହେଲା ନିର୍ମାଣ କଲେ ହେଲେ ଆବ ଣ୍ଟନ ହେବ କେବେ ?

ଫୁଲବାଣୀ(ଉଲାପ୍ର) ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ୩/୪ ବର୍ଷ ହେଲାଣି ପ୍ରାୟ ୧୦ ଲକ୍ଷ ଟଙ୍କା ବାୟରେ ନିର୍ମାଣ କଲେ ଦୋକାନ ଗୃହମାନ। ହେଲେ କଣ ହେଲା କେଜାଣି ତଲା ପକାଇ ରଖାଯାଇଛି ଆବଣ୍ଟନ ହେଉନି । ଫଳରେ ରାଜସ୍ଵ କ୍ଷତି ହେଉଛି । ଏପଟେ ଘର ନଷ୍ଟ ହେବା ଆଶଙ୍କା ସୃଷ୍ଟି ହେଲାଣି। ଶୁଣିବାକୁ ମିଳୁଛି କଣ୍ଟ୍ରାକ୍ଟର କୁ ଆଡେ ଘର ହସ୍ତାନ୍ତର କରି ନ।ହଁ। ନ୍ତି ବୋଲି।ଏଭଳି ଅଭିଯୋଗ ଆସିଛି କନ୍ଧମାଳ […]

କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର

ଫୁଲବାଣୀ (ସୁନୀଲ ପଟନାୟକ )ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ବିଜେଡ଼ିର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଏଥିରେ ବ୍ଲକ୍‍ର ୬ ନମ୍ବର ଜୋନ୍‍ ଜିଲ୍ଲା ପରିଷଦ ବିଜେଡ଼ି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ କର୍ମୀମାନଙ୍କୁ ଘରକୁ ଘର ବୁଲି ପ୍ରଚାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବହୁମୁଖୀ ଯୋଜନାର ସୁଫଳ କିପରି ଲୋକଙ୍କ ନିକଟରେ […]

ଖୁଣ୍ଟୁଣୀ ଠାରେ କଂଗ୍ରେସ ୨ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ଆଠଗଡ଼(ଉଲାପ୍ର) ଆଠଗଡ଼ ୨ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରଂଜିତା ହେସା ଆଜି ଖୁଣ୍ଟୁଣୀ ପଂଚାୟତରେ ତାଙ୍କର ନିର୍ଵାଚନ ପ୍ରଚାର କରିଥିଲେ । ଶ୍ରୀମତୀ ହେସା ଖୁଣ୍ଟୁଣୀ-ରଂପେଇର ପ୍ରସିଦ୍ଧ ଗ୍ରାମଦେବତୀ ମା କନକଦୁର୍ଗାଙ୍କ ପୀଠରେ ସକାଳ ୧୦ ଟାରେ ପହଂଚିବା ପରେ ପ୍ରଥମେ ମାଙ୍କ ନିକଟରେ ପୂଜାର୍ଚନା କରିଥିଲେ । ତାଙ୍କ ସହିତ ଆଦିବାସୀ ନେତା ହରିଶ୍ଚନ୍ଦ୍ର ହାଇବ୍ରୁ ଓ ତାଙ୍କର ଅନ୍ୟ କେତେକ ସମର୍ଥକ ଉପସ୍ଥିତ ଥିଲେ । ପରେ ପରେ ଆଠଗଡ଼ର ବିଧାୟକ […]

ବଢୁଛି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର

ଆଠଗଡ଼ (ଉଲାପ୍ର)୦୭/୦୨ ଆଠଗଡ଼ ବ୍ଲକରେ ଏବେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରଚାର କାର୍ଯ୍ଯ ବେଶ୍ ସରଗରମ ହେବାରେ ଲାଗିଛି । ଆଜି ଜୋନ୍- ୨ର କଂଗ୍ରେସ ପ୍ରାଥିନୀ ରଞ୍ଜିତା ହେସା କୁସୁପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଭିକ୍ଷା କରିଥିଲେ । ପୂର୍ବାହ୍ନ ୧୧ଟା ବେଳେ ପ୍ରାର୍ଥିନୀ ଶ୍ରୀମତୀ ହେସା କୁସପଙ୍ଗି ପଞ୍ଚାୟତସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ କୁସପଙ୍ଗି […]