ଏ ଵି ଭି ପି ପକ୍ଷରୁ ରାଲି ଓ ବିକ୍ଷୋଭ

ଫୁଲବାଣୀ (ଫୁଲବାଣୀ )ଆଜି ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ତାମିଲନାଡୁ ର ତାଞ୍ଜାବୁର ଠାରେ ଘଟିଥିବା ଛାତ୍ରୀ ଲାବନ୍ୟା ଆତ୍ମହତ୍ୟା ଘଟଣା ରେ ଲାବନ୍ୟାକୁ ନ୍ୟାୟ ଦେବା ପାଇଁ ଏବଂ ଗିରଫ କରାଯାଇଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧୀ ତ୍ରିପାଠି ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ମିଶନାରୀ ପରିଚାଳିତ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା […]

ସ୍କୁଟି ଦୁର୍ଘଟଣାରେ ୩ ଛାତ୍ରୀ ଗୁରୁତର

ଫୁଲ ବାଣୀ-(ସୁନୀଲ ପଟନାୟକ)ଶୁକ୍ର ବାର ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଏଥିରେ ଯାଉଥିବା ୩ ଜଣ ଛାତ୍ରୀ ଗୁରୁତରଆହତ ହୋଇଥିବା ଜଣାପଡିଛି । ବାଲିଗୁଡ଼ା ନିକଟ ସିତାପୋଡି ନିକଟରେ ଏକ ବୁଲାଣି ରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବାରୀ 6କଟରେ ପିଟି ହୋଇଯାଇଥିଲା ଫଳରେ ଚାଳକ ସମେତ ୩ ଜଣ ଯାକ ସ୍କୁଟିରୁ ଛିଟିକି ପଡିବା ଫଳରେ ଆହତ ହୋଇଥିଲେ । ଆହତ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ […]

ଦ୍ୱିତୀୟ ପ୍ରର୍ଯ୍ୟାୟ ଭୋଟ ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଫୁଲ ବାଣୀ-(ସୁନୀଲ ପଟ୍ଟନାୟକ) ଶୁକ୍ରବାର କନ୍ଧମାଳ ଜିଲ୍ଲାର ମା ଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ଦୁଇଟି ବ୍ଲକରେ ଦ୍ୱିତୀୟ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି । ସକାଳୁ ସକାଳୁ ଲୋକେ ଭୋଟ ଦେବା ଲାଗି ଭୋଟ ଦାନ କେନ୍ଦ୍ରକୁ ଆସି ନିଜନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟଦେଉଥିବା ଦେଖିବାକୁମି ଳିଛି ।ବିଶେଷକରି ମହିଳାମାନେ ବେଶି ଆଗ୍ରହ ପ୍ରକାଶ କରିଆସି ଭୋଟ ଦେଉଥିବା ଦେଖାଯାଇଛି । ମହିଳାମାନଙ୍କ ପାଇଁ ମହିଳା କର୍ମଚାରୀଙ୍କ ଦ୍ଵାରା ପ୍ରତିବ୍ଳକରେ ଦୁଇଟି […]

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ରେ ଏଲିନା

ଭୁବନେଶ୍ୱର(ଉଲାପ୍ର):ପ୍ରଥମ ଥର ପାଇଁ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ପୁଲିସ୍ ଭୂମିକାରେ ଦେଖିବାକୁ ମିଳିବ। ସେ ସେ କ୍ରାଇମ୍ ବ୍ରାଞ୍ଚ ଏସ୍‌ପି ଆଇପିଏସ୍ ହର୍ଷିତା ଦେବ ଚରିତ୍ରରେ ନଜର ଆସିବେ । ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଆଗାମୀ ବିଗ୍ ବଜେଟ୍‌ର ସିନେମା ‘ଦୃଷ୍ଟିକୋଣ’ରେ ଏଲିନାଙ୍କୁ ଏମିତି ଏକ ରୂପରେ ଦେଖିବେ ସିନେ ଦର୍ଶକ। ସିନେମାରେ ଏଲିନା ଜଣେ ପୁଲିସ୍ ଭାବେ ନୀରିହ ଜନତାଙ୍କୁ କ’ଣ ନ୍ୟାୟ ଦେଇପାରିବେ ? ପୁରୁଷ ପୁରୁଷ ଧରି ଚାଲି ଆସିଥିବା […]

ଭାରସାମ୍ୟ ହରାଇ ଖାଲ କୁ ଅଟୋ ଓଲଟିଲା : ୮ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ ଏକ ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।ପ୍ରକାଶ ଯେ, କୋଟଗଡ଼ ବ୍ଳକ ଆରଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକି ସୀତାଗୁଡ଼ା ଗ୍ରାମକୁ ଏକ ଶୁଦ୍ଧି କାର୍ଯ୍ୟକୁ ଯାଇ ଦାସିଙ୍ଗବାଡ଼ି ଗ୍ରାମକୁ ଫେରୁଥିଲେ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଲକୁ ପଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ […]

ଦାଦାଗିରି” ରେ ଏକାଠି ହେଲେ ପ୍ରଥମ ଥର ପାଇଁ ଦୂଇ ସୁପରଷ୍ଟାର

ପ୍ରଥମ ଥର ପାଇଁ ଅଭିନେତା ଅନୁଭବ ଙ୍କ ମେଗା ରିଆଲିଟି ଗେମ୍ ସୋ “ଦାଦାଗିରି” ରେ ଅଭିନେତା ବାବୁଶାନ୍ ଅତିଥି ଭାବେ ଭାଗ ନେବା ସହ ମଉଜ ମସ୍ତି କଲେ।ଫିଲ୍ମ ବାଳୁଙ୍ଗା ଟୋକା ର ଶୀର୍ଷ ସଙ୍ଗୀତ ରେ ନାଚିଲେ ଓଡ଼ିଶାର ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁଶାନ୍।ଅଭିନେତା ଅନୁଭବ ମହାନ୍ତି ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ ୟୁ ର କଳାକାର ନମ୍ରତା ଥାପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀ ଟି […]

ନୃସିଂହ ନାଥ ପୀଠରେ ଆରମ୍ଭ ହେଲା ହରିହର ପଙ୍ଗତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପାଇକମାଳ ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ପୀଠ ରେ ଆଜି ପୁଣିଥରେ ଆରମ୍ଭ ହୋଇଛି ହରିହର ପଙ୍ଗତ(ପ୍ରସାଦ)। ଅନେକ ଦିନରୁ ମନ୍ଦିର ଖୋଲିଥିଲେ ମଧ୍ୟ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ ଭକ୍ତ। ଆଜି ଏହି ପ୍ରତୀକ୍ଷା ର ଅନ୍ତ ଘଟିଛି ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ଭକ୍ତ ମାନଙ୍କୁ ହରିହର ପଙ୍ଗତ ବଣ୍ଟନ କରାଯାଇଛି। ନୃସିଂହ ନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ […]

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନଏସି ଟାକ୍ସ କଲେକ୍ଟର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗ କାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି। ବୀଭାଗୀୟ ସୂଚନା ମତେ ଅଭିଯୋଗ କରୀ କିଣିଥିବା ଏକ କଠାଘରର ନମ୍ବର ପରିବର୍ତ୍ତନ ଏବଂ ଘରର ବାର୍ଷିକ ଟ୍ୟାକ୍ସ ଦର ହ୍ରାସ କରିବାକୁ ଟେକ୍ସ କଲେକ୍ଟର ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଟେକ୍ସ କଲେକ୍ଟର […]