କନ୍ଧମାଳ ଜିଲ୍ଲା ର ରଗବୀ ଖେଳାଳି ରାଷ୍ଟ୍ରୀୟ ପ୍ରତିଯୋଗିତା ରେ ଭାଗନେବା ପାଇଁ ହାଇଦ୍ରାବାଦଗଲେ

ଫୁଲବାଣୀ-(ସୁନୀଲପଟନାୟକ) ଆସର୍ଟ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନକନ୍ଧମାଳ ର ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରିବା ଫଳରେ ପ୍ରଥମେ ରାଜ୍ୟ ସ୍ତରରେ ସ୍ଥାନ ପାଇଥିଲେ ଆଉ ଏବେ ଜାତୀୟ ସ୍ତର ରେ ଖେଳିବା ପାଇଁ ହାଇଦ୍ରା ବାଦ ଯାତ୍ରା କରିଛନ୍ତି l ଯାହାକି ଜ଼ିଲ୍ଲା ପାଇଁ ଗୌରବ ଆଣି ଦେଇଛି lଅସାର୍ଟ ସଂଗଠନ ର ମହମଦ ଜିଆ ଉଦିନ ନିଜସ୍ୱ ଉଦ୍ୟମରେ ଜିଲ୍ଲା ର ଅପହଞ୍ଚ ଇଲାକାରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ର […]

ସିଆରପିଏଫ୍ ପକ୍ଷରୁ ସଚେତନତା ଶିବୀର

ଫୁଲ ବାଣୀ(ସୁନୀଲପଟନାୟକ)ଶୁକ୍ରବାର ସିଆର ପିଏଫ ୧୨ବାଟାଲିୟନ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡିଙ୍ଗିଆ ଠାରେ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ କିଶୋର କୁମାର, ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସହକାରୀ କମାଣ୍ଡାଣ୍ଟ ରବିକିରଣ, ଫିରିଙ୍ଗିଆ ଷ୍ଟେଟ ବ୍ୟଙ୍କ ମେନେଜର ନିର୍ମଳ ନାୟକ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇପୋଲିସ ଓ ସୁରକ୍ଷାକର୍ମୀମାନେ ଜନସାଧାରଣଙ୍କ ଉତ୍ତମ ବନ୍ଧୁ’।ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ପାଇଁ ସେମାନେ ସଦା ଜାଗ୍ରତ । ଏଣୁ ଭୟ […]

ଆମ ଆଦମୀ ପାର୍ଟି ପକ୍ଷରୁରଶ୍ମିତାଓ ବି ଏସ ପି ର ଜସନ ଙ୍କ ପାର୍ଥି ପତ୍ର ଦାଖଲ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ମୁନିସିପାଲଟି ଅଧକ୍ଷା ପଦବୀ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ରଶ୍ମିତା ପଟନାୟକ ସମର୍ଥକ ସ୍ୱାମୀ ଗିରିଶ ପଟନାୟକ, ଆମ ଆଦମୀ ନେତା ସୁବ୍ରମଣ୍ୟମ ପ୍ରମୁଖ କର୍ମୀ ମାନଙ୍କ ସହ ଆସି ଉପଜିଲାପାଳ ଙ୍କ ନିକଟରେ ପାର୍ଥିପତ୍ରଦାଖଲ କରିଛନ୍ତି lସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ୯ ନମ୍ବର ୱାର୍ଡ ପେଂଜିସାହି ର ଜସନ ମୁଖି ତାଙ୍କ ସମର୍ଥକ ଙ୍କ ସହ ଆସି ଶନିବାର ପାର୍ଥି ପତ୍ର ଦାଖଲ କରିଥିବା […]

ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ ଶନିବାର ଫୁଲବାଣୀ ସମେତ ବାଲିଗୁଡା, ଜି, ଉଦୟଗିରି ସମେତ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶହେ ଛ ତମ ଜୟନ୍ତୀ ଓ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହିଅବସରରେ ବିଜେଡି ପକ୍ଷରୁ ଫୁଲବାଣୀ ବିଜୁ ପଟନାୟକ ଛକ ରେ ଥିବା ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ lପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରୋଗୀ ମାନଙ୍କୁଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା lଏଥିରେ […]

ଟିକେଟ ପାଇଁ ସବୁ ଦଳ ରେ ଛକା ପଞ୍ଚା ବିଜେଡିରୁ ପୁନମ ହେଲେ ଅଧ୍ୟକ୍ଷା ପ୍ରାର୍ଥୀ

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)ଶାସକ ବିଜେଡି ଦଳ ଶେଷରେ ପୁନମକହଁରଙ୍କୁ ପ୍ରାର୍ଥୀ କରିବାପାଇଁ ଚୁଡ଼ାନ୍ତ ନାମ ତାଲିକା ଘୋଷଣା କରିଛି l । ପୁନମ ବର୍ତ୍ତମାନ କନ୍ଧମାଳ ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ଅଛନ୍ତି । ପୁନମଙ୍କ ବେଶ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି । କିଛି ନୁଆଁ କରି ଦେଖାଇବା ଲାଗି ସେ ସର୍ବଦା ଚିନ୍ତିତ l ଦଳ ରେ ଭଲ ପ୍ରଭାବ ରହିଛି ତାଙ୍କର ।ଏଣୁ ବିଜୟ ସମ୍ଭାବନା କୁ ଦୃଷ୍ଟିରେ ରଖି ପୁନମ […]

ବିଶ୍ୱ ଶାନ୍ତି ଏବଂ ୟୁକ୍ରେନ ରେ ଫସିଥିବା ଭାରତୀୟ ମାନଙ୍କ ମଙ୍ଗଳ କାମନା କରି ଦୀପ ଦାନ ଏବଂ ସାମୁହିକ ପ୍ରାର୍ଥନା

ବିଶ୍ୱ କୁ ଥରେଇ ଦେଲା ଭଳି ରୁଷ ୟୁକ୍ରେନ ଯୁଦ୍ଧ ପ୍ରତି ଟି ମୁହୂର୍ତ୍ତ ରେ ଭୟଙ୍କର ଠୁଁ ଅଧିକ ଭୟଙ୍କର ହେବରେ ଲାଗିଛି |ପ୍ରାୟ 9 ଦିନ ଧରି ଚାଲିଥିବା ଉକ୍ତ ଯୁଦ୍ଧ ରେ ଉଭୟ ଦେଶ ର ହଜାର ହଜାର ସୈନିକ ଏବଂ ଶହ ଶହ ନିରୀହ ଜନତା ମୃତ୍ୟୁ ବରଣ କରିସାରିଲେଣି ଏବଂ ଆରବ ଆରବ କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହେଇ ସାରିଲାଣି |ଯେ କୌଣସି ମୁହୂର୍ତ୍ତ ରେ ଏହି […]

ବିରୋଧ ସତ୍ବେ ଅନୀମାଙ୍କ ବିଜୟୀ ,ଅଧ୍ୟକ୍ଷା ହେବେ

ଫୁଲବାଣୀ-୨/୩ କିଛି ଦଳୀୟ ନେତା ଓ କର୍ମୀଙ୍କ ବିରୋଧ ସତ୍ଵେ ନିଜର ନିର୍ମଳ ଭାବମୂର୍ତ୍ତୀ, କାର୍ଯ୍ୟଦକ୍ଷତା,ସଚୋଟତା, ଓ ବିଶେଷକରି ଜନସଂପର୍କ ପୂର୍ବତନ ବ୍ଲକ ଅଧ୍ୟକ୍ଷାସୁଶ୍ରୀଅନୀମାକହଁରଙ୍କ ବିଜୟ ରପଥ ବହୁପୂର୍ବରୁପରିଷ୍କାର ହୋଇଯାଇଥିଲା। ଆଉ ଅନୀମା ତାଙ୍କ ନିକଟତମ ପ୍ରତି ଦ୍ୱନ୍ଦୀ ଶାନ୍ତିଲତା ମଲିକଙ୍କୁ ୫ ୮୩ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।ଅନୀମା ୨୨୫୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଶାନ୍ତିଲତା ୧୬୭୧ ଭୋଟ ପାଇଥିଲେ ।ଅନୀମାଙ୍କ ରଣକୌଶଳ ଆଗରେ ବିରୋଧ କରୁଥିବା ନେତା ଓ କର୍ମୀଙ୍କ ଫିକା […]

କ.ନୂଆଗାଁ କ୍ରିକେଟ ପ୍ରିମିୟର୍ ଲିଗ୍ ଉଦ୍ ଜାପିତ

ଫୁଲବାଣୀ (ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗହିଙ୍ଗିଆ ଖେଳ ପଡିଆ ଠାରେ ତିନି ଦିନିଆ ଆଠ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରୁ ଆଠ ଜଣ ଲେଖାଏଁ ନିଷ୍ପତ୍ତି ହୋଇଥିଲା। ଫାଇନାଲ ମ୍ୟାଚ ରେ ଏଇଟ କୋମାଣ୍ଡୋ ଓ କେପ୍ କୋବ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିତି କେପ୍ କୋବ୍ରା ଆଠ ଓଭର ରେ ୫୨ ରନ ସଂଗ୍ରହ କରିଥିଲା।ଏଇଟ୍ କୋମାଣ୍ଡୋ ଆଠ […]

ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଢେଙ୍କାନାଳ: ଆଜି ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଉଦ୍ଜାପନୀ ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ମଲ୍ଲ ନାରୀ ମାନଙ୍କର ଆତ୍ମରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଏହି ଶିବିରକୁ ପରିଚାଳନା କରିଥିଲେ। ଜୟନ୍ତୀ ବେହେରା ଓ ସାଙ୍ଘାତିକା ସ୍ୱାଇଁ ଉତ୍ସ ବ୍ୟକ୍ତି ଭାବରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ଓ ସାଧାରଣ ଜନତାଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ମାଓପ୍ରବଣ ଅଞ୍ଚଳରେ ଅଞ୍ଚଳବାସୀ ଗୋଟିଏ ପଟେ ମାଓ ଭୟ ଓ ଅନ୍ୟପଟେ ପୋଲିସ୍ ଭୟରେ ଜୀବନ କାଳାତିପାତ କରୁଛନ୍ତି । ଏଣୁ ପୋଲିସକୁ […]