ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ ଆୱାର୍ଡ଼

ବରଗଡ / ଅତାବିରା :-(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ସ୍ପୋର୍ଟସ ଷ୍ଟାର ଏସ ଆୱାର୍ଡ଼ ସମାରୋହ ରେ ବିଶେଷ ଉଲ୍ଲେଖ ପୁରସ୍କାର ରେ ସମ୍ମାନୀତ କରାଯାଇଛି।ଗତକାଲି ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ବିଶ୍ଵ ର ଏହି ନମ୍ବର ଏକ ଖେଳାଳୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ […]

ନିଷ୍ଠା ପରିବାର ଓ ସାହ୍ଲେପାଲି ଯୁବଗୋଷ୍ଠୀ ର ମିଳିତ ରକ୍ତଦାନ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛି ପରିମାଣ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ।ସାହ୍ଲେପାଲି,ରେଶମ, ଭେଡେନ,ବରଗଡ ଠାରେ ନିଷ୍ଠା ପରିବାର ଓ ସାହ୍ଲେପାଲି ଯୁବ ଗୋଷ୍ଠୀ ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାହ୍ଲେପାଲି ଉଚ୍ଚ ବିଦ୍ୟାଳୟ ଠାରେ କରାଯାଇଥିଲା। ଏହି ଶିବିର କୁ ସରପଞ୍ଚ୍ ଶ୍ରୀମତୀ ସଞ୍ଜୁଲତା ବାରିକ ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି […]

ଡ.ଇତି ସାମନ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ନିଷ୍ଠା ପରିବାର ପକ୍ଷରୁ ଖଣ୍ଡହତା ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ତଥା କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତୀରାଣୀ ସାମାନ୍ତ ଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଡଃ ସମାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ବିଶିଷ୍ଟ ସମାଜ ସେବୀ ,ଆଦର୍ଶ ଶିକ୍ଷକ ତଥା ଟ୍ବିଟର ମେନ ଦିବସ […]

ସମନ୍ଵିତ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚକରାମାଲ ଗ୍ରାମ ଠାରେ ଆଜି ଏକ ଅଣ ସଂକ୍ରମଣ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଭୁକ୍ତା ଏବଂ ଜଙ୍ଗଲ ବିଭାଗ ଚକରାମାଲ ଦ୍ବାରା ଆୟୋଜିତ ଏହି ଶିବିର କୁ ଅମ୍ଭାଭୋନା ବ୍ଲକ ଅଧ୍ୟକ୍ଷ କିର୍ତ୍ତି ଚନ୍ଦ୍ର ଦୁଆନ ଉଦଘାଟନ କରିଥିଲେ। ଶିବିର ରେ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବିସ୍ଥାପିତ ଗ୍ରାମ କୁରୁମ କେଲ,ଭୁତଲି,ବାଲଯୁରୀ ଗ୍ରାମ ର ଗ୍ରାମବାସୀ ମାନେ ଚିକିତ୍ସିତ ହୋଇଥିଲେ। ଏଥିରେ ଉଚ୍ଚ […]

‘କଳାପାହାଡ଼’ ଚଳଚ୍ଚିତ୍ର ପାଇଁ ଅଡ଼ିସନ୍ ଅନୁଷ୍ଠିତ

ଭୁବନେଶ୍ୱର(ଉଲାପ୍ର)ଏସ୍‌ଡି ଏଣ୍ଟରଟେନ୍‌ମେଣ୍ଟ୍ ଦ୍ବାରା ନିର୍ମିତ ହେବାକୁ ଯାଉଥିବା ଦ୍ଵିତୀୟ ଚଳଚ୍ଚିତ୍ର ‘କଳାପାହାଡ଼’ ପାଇଁ ଏକ ଅଡ଼ିସନ୍ ଭୁବନେଶ୍ବରସ୍ଥିତ କେଶୁରାଠାର ଅନୁଷ୍ଠିତ ହୋଇଯାଇଛି । ଏକ ଐତିହାସିକ ବିଷୟବସ୍ତୁକୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ରରେ ଅନେକ ନୂଆ ପ୍ରତିଭାବାନ୍ କଳାକାରଙ୍କୁ ସୁଯୋଗ ଦେବାର ଏକ ନିଆରା ପଦକ୍ଷେପ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଆଜି ଅନୁଷ୍ଠିତ ହୋଇଥବା ଏହି ଅଡ଼ିସନ୍‌ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଅନେକ କଳାକାର ଭାଗ ନେବା ସହ ନିଜର ଅଭିନୟର ଯାଦୁ […]

ମୁନ୍ ଟିଭି ମୁଭିଜର ମୁନ୍ ଟିଭି ଡିଜିଟାଲ୍ ଓ ଏଫ୍ ଏମ୍ ଚ୍ୟାନେଲ୍ ଲୋକାର୍ପିତ

ଭୁବନେଶ୍ବର:(ଉଲାପ୍ର) ହୋଲି ଅବସରରେ ମୁନ୍ ଟିଭି ର ମୁନ୍ ଟିଭି ଡିଜିଟାଲ୍ ଓ ଏଫ୍ ଏମ୍ ଚ୍ୟାନେଲ୍ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଓଡିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁନ ଟିଭ୍ ଡିଜିଟାଲ୍ ଓ ଏଫ୍ ଏମ୍ ପ୍ରଯୋଜକ ଦିଲିପ ଦାସ, ସଚ୍ଚିକାନ୍ତ ଜେନା, ରମେଶ ବାରିକ, ଜୁବୁଲି ସୁନ୍ଦର ରାୟ , ମୁନ୍ ଟିଭି ଡିଜିଟାଲର ନିର୍ଦ୍ଦେଶକ ବିନି ପଟ୍ଟନାୟକ, ସଂଳାପ ଲେଖକ ଡ. ରଜନୀ ରଞ୍ଜନ […]

ମୁନିଗୁଡା ପ୍ରେସ କ୍ଲବର ୧୫ ତମ ବାର୍ଷିକ ଉତ୍ସଭ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ଅନେକ ସାମ୍ବାଦିକ

ମୁନିଗୁଡା( ଉଲାପ୍ର)ରାୟଗଡା ଜିଲା ମୁନିଗୁଡା ପ୍ରେସ କ୍ଲବର ୧୫ ତମ ବାର୍ଷିକ ଉତ୍ସଭ ନିୟମଗିରି ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି।ରାୟଗଡା ଜିଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦେବେନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାୟଗଡା ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଯୋଗଦେଇ କହିଲେ ସାମ୍ବାଦିକ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହୋଇଥିବା ଯୋଗୁ ତାଙ୍କ ପ୍ରତି ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ରହିଛି।ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ […]

ଜି.ଉ ଦୟଗିରିରେ ବିଜେପି ର ପ୍ରଚାର

ଫୁଲବାଣୀ(ସୁନୀଲ ପଟନାୟକ )ଜି.ଉଦୟଗିରିଏନ ଏ ସି ରେ ବିଜେପି ଅଧ୍ୟକ୍ଷାପ୍ରାର୍ଥୀ ସୁସ୍ମିତା ଜେନା ନେତା ଓ କର୍ମୀଙ୍କୁ ସାଥିରେ ନେଇ ମାରାଥନ ପ୍ରଚାର ଚଳାଇଛନ୍ତି ।କର୍ମୀମାନେ ମଧ୍ୟ ଏକ ଯୁଟ ହୋଇଦିନ ରାତି ଏକ କରି ଆଗ୍ରହ ର ସହ ଘର ଘର ବୁଲି ସୁସ୍ମିତାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ନେଇ ସୁସ୍ମିତା ବୈଠକମାନ ମଧ୍ୟ କରୁଛନ୍ତି ।ସସ୍ମିତା ଙ୍କ ପାଇଁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ […]

ଜି.ଉଦୟଗିରି ପୌର ନିର୍ବାଚନ : ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ମତଦାତା ଅସନ୍ତୁଷ୍ଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ଏହି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀ ଙ୍କୁ ଥଇଥାନ, ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ କେବଳ ତାଳି ପକା କାମ ହେଉଥିବା ଅଭିଯୋଗ […]

ରଙ୍ଗର ପର୍ବ ହୋଲି ପାଳିତ : ଗାଁଠୁ ସହର ସବୁଠି ଉତ୍ସାହ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ। ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ […]