ବରପାଲି ଅଧ୍ୟକ୍ଷ ହେଲେ ଦିନେଶ ଗହୀର

ବରଗଡ଼:-ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ପପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ୧୫୭୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ଦିନେଶଙ୍କୁ ୬୦୦୦ ଭୋଟ ମିଳିଥିବାବେଳେ ପ୍ରଦ୍ୟୁମ୍ନଙ୍କୁ ୪୪୨୭ ଖଣ୍ଡ ଭୋଟ ମିଳିଛି। ସେହିପରି ଭାଜପା ପ୍ରାର୍ଥୀ ଅଜିତ କୁମାର ଦାଶଙ୍କୁ ୭୪୩ ଏବଂ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୩୩୭ ଖଣ୍ଡ ଭୋଟ ମିଳିଛି। ଏହି ଆସନ […]

ବରଗଡ଼ରେ ଶ୍ରୀମତୀ କଳ୍ପନା ମାଝୀ ପୌରାଧ୍ୟକ୍ଷା ନିର୍ବାଚିତ

ବରଗଡ:-ବରଗଡ଼ ପୌର ପରିଷଦରେ ବିଜୁ ଜନତା ଦଳର ଶ୍ରୁମତୀ କଳ୍ପନା ମାଝି ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୪୪୨ ଖଣ୍ଡ ଭୋଟରେ ହରାଇଛନ୍ତି। କ୍ରମାଗତ ବିଜୟଧାରାକୁ ବଜାୟ ରଖି ବିଜେଡି ନେତା, କର୍ମୀ ମହଳରେ ଆନନ୍ଦ ପ୍ରକାଶ ପାଇଛି।

ବିଜେପୁରରେ ବିଜେଡିର ସୀତା ବାରିକ ପ୍ରଥମ ଅଧକ୍ଷା

ବରଗଡ଼:-ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମଥର ପାଇଁ ଏଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାଚନ ହୋଇଥିବା ବେଳେ ଏଥିରେ ବିଜେଡିର ବିଜୟକୁ ନେଇ ଦଳୀୟ କର୍ମୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ସରକାରୀ ଜମିକୁ ଜବରଦଖଲ କାରୀଙ୍କ ଠାରୁ ହଟାଯିବ,ନିର୍ଦେଶ ଦେଲେ ହାଇକୋର୍ଟ

ଆଠଗଡ(ଉଲାପ୍ର)ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ଖାତା ନମ୍ବର ୭୮୮,ପ୍ଲଟ ନମ୍ବର ୨୦୩୭ ସରକାରୀ ଜମିକୁ ଜବରଦଖଲ କାରୀଙ୍କ ନିକଟରୁ ହଟାଯିବ ବୋଲି ନିର୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ,ଏହିଠାରେ ଏକ ରାସ୍ତାଥିଲା ଯୋଉ ରାସ୍ତା ବିଶ୍ୱନାଥ ବିଦ୍ୟାପୀଠ ପାଚେରୀ କଡରେ ଯାଇ ବିଷ୍ଣୁ ପ୍ରସାଦ ବାରିକଙ୍କ ଘର ନିକଟରେ ବାହାରିଥିଲା,ଏହି ରାସ୍ତାକୁ ମାଡି ବସି କିଛି ଯୁବକ କ୍ଲବ ଘରକରି ଭଡା ଲଗାଇଥିଲେ,ଆଠଗଡ ର ଆଇନଜୀବୀ ସୁପ୍ରଭା ଦୋରା ଏ ସମ୍ପର୍କରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ […]

କନ୍ଧମାଳ ଜିଲ୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ

ଫୁଲବାଣୀ( ସୁନୀଲ ପଟନାୟକ)କନ୍ଧମାଳ ଜିଲାର ୧୨ଟି ବ୍ଲକରେ ପଞ୍ଚାୟତ ସମିତି ଉପା ଧ୍ଯକ୍ଷ ନିର୍ବ।ଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।ଚକାପାଦ ବ୍ଲକ୍ ଉପାଧକ୍ଷ ଭାବେ ସୋମନାଥ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଥିବା ବେଳେ ତୁମୁଡ଼ିବନ୍ଧ ବ୍ଲ୍କ୍କ୍କ୍କ ଉପାଧ୍ୟକ୍ଷ ଭାବରେ ସନ୍ତୋଷ ସାହୁ, ଟିକା ବାଲି ବ୍ଳକରେ ପ୍ରସ୍ମିତା ପ୍ରଧାନ, ଖଜୁରୀପଡ଼ା ବ୍ଲ୍କକରେ ଅମିତ କୁମାର ଡିଗାଲ , କନୁଆଁ ଗା ବ୍ଲକରେ ଧବଲେଶ୍ଵର ପାତ୍ର, ଜିଉ ଦୟ ଗିରି ଏନ. ଲୁକ ନିର୍ଦ୍ଵନ୍ଦରେ ନିର୍ବାଚିତ […]

ପୌରଭୋଟ ପାଇଁ ଫୁଲିଙ୍ଗ ଟିମ ପହଞ୍ଚିଲେ ,ଆସନ୍ତାକାଲି ଭୋଟ ଗ୍ରହଣ

ଫୁଲ ବାଣୀ-(ସୁନୀଲପଟନାୟକ)ପୁରୁବାର ପୌର ନିର୍ବାଚନ I ସକାଳ ୮ଘଣ୍ଟାରୁ ସଂଧ୍ୟା ୫ଘଣ୍ଟାଯାଏଭୋଟଗ୍ରହଣ ହେବ।ନିର୍ବାଚନ ପାଇଁଫୁଲିଙ୍ଗ ପାର୍ଟି ପୋଲିସର କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚିଗଲେଣି । ଗୁରୁବାର ଭୋଟ ହେବ।ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ାଏ ନଏସିରେ ଭୋଟ ହେବ।ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ଜି.ଉଦୟଗିରି ଏନଏସିପାଇଁ ୧୩ଟି ଭୋଟ […]

କୋର୍ଟ ପରିସରରେ ଇ ଲାଇବ୍ରେରୀ ଉଦଘାଟିତ

ଫୁଲବାଣୀ (ଉଲାପ୍ର) ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ ଲାଇବ୍ରେCରୀ ଉଦଘାଟିତ ହୋଇଯାଇଛି।ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭରଚୁର୍ଆଲ) ଜରିଆରେ କରିଛନ୍ତି । ଫୁଲବାଣୀ କୋର୍ଟ ପରିସରରେ ସଭାପତି ସିଧେଶ୍ୱର ଦାସ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ […]

ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ ଠାରେ ଓଡିଶା ମିଲେଟ ମିଶନ ତରଫରୁ ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵାରା “ମିଲେଟ ଶକ୍ତି ଟିଫିନ୍ ସେଣ୍ଟର” ଉଦ୍ଘାଟିତ

__________________ ନବରଙ୍ଗପୁର(ଉ.ଲା.ପ୍ର)/ ତା.୨୩.୦୩ : ସେଚ୍ଛାସେବି ଅନୁଷ୍ଠାନ “ଆର.ସି. ଡି.ସି” ଓ ଓଡ଼ିଶା ମିଲେଟ୍ ମିଶନ ସହୟତାରେ କସ୍ତୁରବା ସ୍ଵୟଂ ସହାୟକ ଗୋଷ୍ଟି , କୋଡ଼ିଙ୍ଗା ମିଳିତ ପ୍ରୟାସରେ କୋଡ଼ିଙ୍ଗା ଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ କାଜ୍ୟକ୍ରମକୁ ଫିତା କାଟି ଉଦଘାଟନ କରାଯାଇଥିଲା। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଆଶିଷ କୁମାର ସାହୁ ଯୋଗଦେଇ ସ୍ଵଂୟ ସହାୟକ […]

ଆଇନଜୀବୀଙ୍କ ନିମନ୍ତେ ଇ-ପାଠାଗାର ଉଦଘାଟିତ

କୋରାପୁଟ (ଉଲାପ୍ର) ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟ ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲା ପାଇଁ ଦୁଇଗୋଟି ଇ -ପାଠାଗାର ଜୟପୁର ଓ କୋରାପୁଟ ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ, କୋରାପୁଟ -ଜୟପୁର ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ରାଜଗୁରୁ, ଜିଲ୍ଲା ଓକିଲ ସଂଘ, […]

କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଦୁର୍ବୁତ୍ତ ଭାଙ୍ଗିଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିଷଦ ପ୍ରଚାର କରି ରାତିରେ ୬ନଂ. ୱାର୍ଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ। ତାଙ୍କ ମାରୁତି ୱାଗନର ଗାଡିଟି ଘର ପାଖରେ ରଖିଥିଲେ। ସକାଳେ ଦେଖିଲା ବେଳକୁ ଗାଡିର […]