ବାଲିଗୁଡା :ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା l ଅଜୟ କୁମାର ବେହେରା ଓ ଭରତ ଚନ୍ଦ୍ର ସାହୁ ସହକାରୀ ଶିକ୍ଷକ ଭାବେ ବନବାସୀ ବଧିର ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗୀୟ ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟ କରୁଥିଲେ l ୬୦ ବର୍ଷ ପୂର୍ତ୍ତି ପରେ ଅବସର […]

ଭିନ୍ନକ୍ଷମ ସାଧାରଣ ବ୍ୟକ୍ତିଙ୍କୁ ବିବାହ କଲେ ପାଇବେ ଅଢେଇ ଲକ୍ଷ ଟଙ୍କା

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ପ୍ରଦାନ କରିଥିଲେ, ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ତ୍ରିଲୋଚନ ମାଝୀ ଏବଂ ସଜନୀ କବି , ଅର୍ଣ୍ଣପୁର ଗ୍ରାମର ଅବନୀ ମୋହନ ସାହୁ ଏବଂ ପ୍ରଞ୍ଜାମୟୀ ସାହୁ , କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଦ୍ଧିଵିଲୀ ଗ୍ରାମର […]

ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାରରେ ଢେଙ୍କାନାଳ ମା ତାରିଣୀଙ୍କ ପୀଠରେ ଵିଶେଷ ପୂଜା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ ପୀଠରେ ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର ଥିବାରୁ ଵିଶେଷ ପୂଜା କରାଯାଉଛି।ପ୍ରାତଃ ରୁ ମଙ୍ଗଳ ଆଳତୀ କରାଯାଇଥିଲା। ଅତର ଜଳରେ ସ୍ନାନ ପରେ ମାଙ୍କୁ ନୂତନ ବସ୍ତ୍ର ଓ ଫୁଲ ହାରରେ ସୁସଜ୍ଜିତ କରାଯାଇଛି।ମଧ୍ୟାନରେ ପଣା ଭୋଗ ଲାଗି କରାଯାଇ ସନ୍ଧ୍ୟାରେ ଆଳତୀ ପରେ ରାତ୍ରରେ ପଡ଼ିବ ପହଡ଼।

ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ଫୁଲବାଣୀ(ସୁନୀଲ ପଟନାୟକ )ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ, ୨୦୨୨ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜିମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଯୋଗ ଦେଇ, ଆଶା କର୍ମୀମାନଙ୍କର ପାରିଶ୍ରମିକ କମ୍ ହୋଇପାରେ ମାତ୍ର ସେମାନେଲୋକଙ୍କୁ ହାତ ପାଆନ୍ତା ରେ ଉନ୍ନତ ମାନର ସେବା ଯୋଗାଇ ଗ୍ରାମବାସୀ, ଜନ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ […]

ଫୁଲବାଣୀ ପୌର ପରିଷଦ.. ନିର୍ବାଚନ ସରୁ ସରୁ ଦେଢ଼ କୋଟି ଟଙ୍କାର ଠିକା କାମ କାହା ସ୍ୱାର୍ଥରେ ??

ଫୁଲବାଣୀ (ସୁନୀଲ ପଟନାୟକ )ପୌର ନିର୍ବାଚନ ସରୁ ସରୁ ଫୁଲବାଣୀ ମୁନିସିପାଲଟି ଅଧିକାରୀ କୁଆଡେ ତରବରିଆ ଭାବେ ଦେଢ଼ କୋଟି ଟଙ୍କା ର ଠିକା କାମ କୁଆଡେ ବାଣ୍ଟି ଥିବା ଜଣାପଡିଛି lସେ ପୂଣି ଜଣେ ଠିକାଦାର ଙ୍କୁ l ଆସନ୍ତା କାଲି ନବନିର୍ବାଚିତ ଅଧ୍ୟକ୍ଷା ଦାଇତ୍ୱ ଗ୍ରହଣ କରିବା ନେଇ ଜାଣିବା ପରେ ଗୋଟିଏ ଦିନ ପୂର୍ବରୁ ଆଜି ବେଶ ଚତୁରତାର ସହ ଦଶ ରୁ ପନ୍ଦର କାମ ର ଆଗ୍ରୀମେଣ୍ଟ ହୋଇଥିବା ବିଭାଗ ସୂତ୍ରରୁ […]

ଆଖ ପାଖ ଜଙ୍ଗଲ ଲାଗିଛି ନିଆଁ ଫୁଲବାଣୀ ସହର ଧୁଆଂ ମୟ

ଫୁଲବାଣୀ (ସୁନୀଲ ପଟନାୟକ )ଏଵେ ଗ୍ରୀଷ୍ମ ଆସିଲା lପ୍ରବଳ ଖରା ସାଙ୍ଗକୁଆଖ ପାଖ ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ଆଜି ଫୁଲବାଣୀ ସହର ଧୁଆଂ ମୟ ହୋଇଯାଇଛି lଯିବାଆସିବା ବେଳେ ଠିକ ସେ ଦେଖାଯାଉନି ବି lସେହିପରି ନିଶ୍ୱାସ ପ୍ରଶ୍ୱାସ ନେବାରେ ବି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି lନିଆଁ ଲିଭାଇବା ଦିଗରେ ଜଙ୍ଗଲ ବିଭାଗ ଉଦ୍ୟମ କରୁଛି ହେଲେ ସମ୍ପୂର୍ଣ ସଫଳ ହେଉନି lନିଆଁ ଏ ଜଙ୍ଗଲ ରୁ ସେ ଜଙ୍ଗଲକୁ ଡେଉଁଛି […]

ପୌର ଉପାଧ୍ଯକ୍ଷ ପଦବୀ ପାଇଁ ଲବୀ ରାଜେନ୍ଦ୍ର ପାଢୀଙ୍କ ନାଁଚର୍ଚାର ଆଗରେ

ଫୁଲବାଣୀ(ଉଲାପ୍ର)ପୌରଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଏବେ ପୌର ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲର ମାନଙ୍କ ମଧ୍ୟରେ ଲବୀ ଆରମ୍ଭ ହୋଇଯାଇଛି ।। ପୌର ନିର୍ବାଚନରେକନ୍ଧମାଳ ଜିଲ୍ଲାର ଫୁଲବାଣୀ ମୁନସିପାଲଟି ବିଜେପି ହାତେଇବାପରେ ଉପାଧକ୍ଷ ପଦବୀ ହାତଛଡ଼ା କରିବାକୁ ଚାହୁନି ବିଜେଡି ।ତେବେ ଫୁଲ ବାଣୀରେ ୧୩ କାଉନସିଲର ମଧ୍ୟ ରୁ ବିଜେଡି ୭ ଟି ରେ ବିଜୟୀ ହୋଇଥିବାବେଳେ ବିଜେପି ୪ ଓ ସ୍ଵାଧୀନ ପ୍ରାର୍ଥୀ ୨ଜଣ ବିଜୟୀ ହୋଇଛନ୍ତି ।ତେବେ ଫୁଲବାଣୀ ମୁନିସପାଲଟିରେ ବିଜେଡି […]

ଲ୍ୟାଣ୍ଡ୍‍ମାଇନ୍‍ ବିସ୍ଫୋରଣ: ବାଇକ୍‍ ସହ ଉଡ଼ିଗଲେ ଯୁବକ

: କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପାଞ୍ଚୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡ ମାଇଣ୍ଡ୍‍ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସାଡିଙ୍ଗିଆ ପାଞ୍ଚୟତ ବାନ୍ଦାଦଣୀ ଗାଁର ଇନ୍ଦ୍ରଜିତ କହଁର। ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଇନ୍ଦ୍ରଜିତ୍‍ ତାଙ୍କର ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ଏକ ବାଇକରେ କଟାପଙ୍ଗାରୁ ନିଜ ଗାଁକୁ ବାଇକ୍‍ ଯୋଗେ ଫେରୁଥିଲେ। ହେଲେ ରାସ୍ତାରେ […]

ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଜନ୍ମ ଜୟନ୍ତୀ ଉତ୍ସବ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ହଲ୍ ଠାରେ ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ) ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମ ଦେବ ସାହୁ ଯୋଗଦେଇ ବୁଢ଼ା ମାଷ୍ଟ୍ରେ ଙ୍କ ଗବେଷଣାତ୍ମକ ଶିକ୍ଷା ଓ ତାହା ଛାତ୍ର ଛାତ୍ରୀ ମାନଙ୍କ ଉପରେ ପ୍ରଭାବ ତତ୍ ସହିତ ତାଙ୍କ ସାହିତ୍ୟ ଉପରେ ଅବଦାନ ଅତୁଳନୀୟ ବୋଲି କହିଥିଲେ। ସଭାକୁ ପରିଷଦ ର […]

ବରଗଡ଼ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସଂଘ ର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠ ଙ୍କ ବିୟୋଗରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ସଭ୍ୟ କୁଶ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ରିପୁ ନାଥ ସେଠ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପରେ ସଦସ୍ୟ ମାନେ ତାଙ୍କ ବିୟୋଗରେ ଶ୍ରଦ୍ଧା ସୁମନ ଅର୍ପଣ […]