ଯୁବତୀଅପହରଣ ଅଭିଯୋଗରେ ଅଭିଯୁକ୍ତ କୁ ଜେଲ୍ ଓ ଜୋରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଯୁବତୀ ଅପହରଣ ଓ ବେଆଇନ ଅଟକ ରଖିବା ମାମଲା ର ସାଖ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଶ ହଜ଼ାର ଜୋରିମାନା ଆଦେଶ ଦେଇଛନ୍ତି lସୂଚନା ଯୋଗ୍ୟ ଯେ, ଗତ ୧୧- ୦୩- ୨୦ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା କେଶ୍ ନମ୍ବର […]

ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

ଫୁଲବାଣୀ(ସୁନୀଲ ପଟନାୟକ )ଆଜି ଗୁରୁବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟ କାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାୟୀ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ ଯୋଗଦେଇ ସାଧାରଣ ସେବା କ୍ଷେତ୍ରରେ ଦେଖାଯାଉଥିବା ତୃଟି ବିଚ୍ୟୁତି ର ସମାଧାନ ନିମନ୍ତେ ହିତାଧିକାରୀ କିପରି ଆଇନଗତ ସୁବିଧା ନେଇ ପାରିବେ, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କ ଅଧିକାରର […]

ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତା ରାଣୀ ଦାଇତ୍ୱ ଗ୍ରହଣ କଲେ

ଫୁଲବାଣୀ(ସୁନୀଲ ପଟନାୟକ )ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ବୁଧବାର ଦାଇତ୍ୱ ଗ୍ରହଣ କରିଛନ୍ତି lଆଜି ଦିନ ଏଗାରଟା ସମୟରେଅଧ୍ୟକ୍ଷା ସ୍ମିତାରାଣୀ ମୁନିସିପାଲିଟି କାର୍ଯ୍ୟାଳୟରେ ପହଂଚିବା ପରେ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଙ୍କ ସମେତ ସମସ୍ତ କର୍ମଚାରୀ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଧନା ଜଣାଇ ତାଙ୍କ ପ୍ରକୋଷ୍ଠ କୁ ପାଛୋଟି ନେଇଥିଲେ l,ଫୁଲବାଣୀ ସହର କୁ ସ୍ଵଛ ଓ ନିର୍ମଳ ରଖିବା ସହ ସର୍ବାଙ୍ଗୀନ ଉନ୍ନତି ଦିଗରେ ଦ୍ରୁଷ୍ଟି ଦେବେ ବୋଲି […]

ଯୁବତୀ ଙ୍କ ଝୁଲନ୍ତା ଶବ

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରେ ଜଣେ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଯୁବତୀ ଜଣକ ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମା ଗ୍ରାମର ମୀନକେତନ ମହାପାତ୍ର ଙ୍କ ଝିଅ ବର୍ଷା […]

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ : (ସତ୍ୟ ନାରାୟଣ ପ୍ରଧାନ)ସ୍ବର୍ଗତ ରିପୁନାଥ ସେଠ ଥିଲେ କଂଗ୍ରେସ ଦଳର ସାଲିସ ବିହୀନ ନେତା।ଆଜି ସ୍ଥାନୀୟ ସୋଖିନ କଳାକାର ସଂଘ ଠାରେ ଯୁଗଳ ପ୍ରସାଦ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀରାଜନେତା ସ୍ବର୍ଗତ ରିପୁ ବାବୁ ଙ୍କୁ ପଶ୍ଚିମ ଓଡ଼ିଶା ର ଜଣେ ଟାଣୁଆ ନେତା ଭାବେ ଅଭିହିତ କରିବା ସହ ସେ ଓଡ଼ିଶା ରାଜନୀତି ରେ ଜଣେ ଯୁଗ ପୁରୁଷ ଥିଲେ ବୋଲି […]

ବରଗଡ଼ ଜିଲ୍ଲା ଏସ୍‌ପିଙ୍କୁ ଡିଜିପି ସମ୍ମାନ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କୁ ଡିଜିପି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏହା ସହିତ ବରଗଡ଼ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧୀର ଭୋଇଙ୍କୁ ମଧ୍ୟ ଡିଜିପି ଆୱାର୍ଡ ପ୍ରଦାନ କରାଯିବ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ଅପ୍ରେଲ ୧ ତାରିଖରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ପୋଲିସ ଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ କରାଯିବାର […]

ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟା କଳ୍ପ ପୁରସ୍କାର

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨୦୨୧-୨୨ ବର୍ଷ ପାଇଁ କିୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରିଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଚିକିତ୍ସାଳୟ ଗୁଡ଼ିକର ପରିବେଶକୁ ସ୍ବଚ୍ଛତା ରଖିବା ସହ ଚତୁଃପାର୍ଶ୍ଵରେ ସବୁଜ ବନାନୀ ସୃଷ୍ଟି କରିବା,(ଇକୋ ଫ୍ରେଣ୍ଡଲି) ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସୁନ୍ଦର ପ୍ରାକୃତିକ […]

ନବ ନିର୍ବାଚିତ ପୈାର ପରିଷଦ ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କଲେ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପୈାର ପରିଷଦ ର ନୂତନ ପୈାରାଧକ୍ଷା ଭାବେ ଶ୍ରୀମତୀ କଳ୍ପନା ମାଝୀ ଆଜି ତାଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ସକାଳୁ ସେ ବରଗଡ଼ ର ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରୁ ଆଶିର୍ବାଦ ଗ୍ରହଣ କରି ପୈାର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଶପଥ ପାଠ ସହ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ ସହ ୧୯ ଜଣ ନବ ନିର୍ବାଚିତ କାଉନସିଲର ମଧ୍ୟ ଶପଥ ପାଠ କରିଥିଲେ। କାର୍ଯ୍ୟ ନିର୍ବାହୀ […]

୧୧ କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଟାଉନ ଥାନା ଅଧୀନସ୍ଥ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଜି ସକାଳୁ ଏସ ସେତରାଜୁ ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଏସ ସତରାଜୁ(୬୫) କଲାପାଣି ଛକରେ ରହୁଥିଲେ। ସେ ଜମି ହିଡକୁ ଘାସ କାଟିବାକୁ ଯାଉଥିଲେ। ତେବେ ସେ ଜମି ହିଡରେ ଛିଣ୍ଡି ପଡି ଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ […]

ବନବାସୀ ସେବା ସମିତି ପରିସରରେ ବିଶ୍ଵନାଥ ପଟ୍ଟନାୟକ ଙ୍କ ଦ୍ଵାଦଶ ଶ୍ରାଦ୍ଧବାର୍ଷିକୀ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ତଥା ବନବାସୀ ସେବା ସମିତି ର ପ୍ରାଣ ପ୍ରତିଷ୍ଠାତା ବିଶ୍ଵନାଥ ପଟ୍ଟନାୟକଙ୍କ ଦ୍ଵାଦଶ ଶ୍ରାଦ୍ଧବାର୍ଷିକୀ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ଵାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉତ୍ସବରେମୁଖ୍ୟ ଅତିଥି ଭାବେଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ବିଭୂତି […]