ବାଲିଗୁଡ଼ା: ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଉତ୍ସବରେ ସଭାପତି ଡ଼ଃ.ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଉଦଘାଟକ […]

ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ୱେଦକର ଜୟନ୍ତୀ ପାଳିତ

ଫୁଲବାଣୀ( ସୁନୀଲ ପଟନ।ୟକ)ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲ ବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲ ବାଣୀ ସାହୀ ଠାରେ ଥିବା ଡ଼8 ବାବା ସାହେବ ଭୀମରା ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।ଏଥିରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ ମହାନ୍ତି। ସଂପାଦକ ସତ୍ୟନାରାୟଣ ବେହେରା, ଉପଜିଲାପାଳ ଶେଷଦେବ ମିଶ୍ର,ବରୀଷ୍ଠ ସାମ୍ବାଦିକସନ୍ତେ।ଷ ଡିଗଲ, ସୂର୍ଯ୍ୟ ବେହେରା,କଣ୍ଠଶିଳ୍ପୀ ଜଳନ୍ଧର ବେହେରା,ଜିଲା ମଙ୍ଗଳ ଅଧିକାରୀ, ସହ ସଂପାଦକରମେଶ ପ୍ରଧାନ ପ୍ରମୁଖ ଯୋଗଦେଇ […]

ଆଠଗଡ ସାହିତ୍ୟ ସମାଜର ବିଷୁବ କବିତା ଆସର ଅନୁଷ୍ଠିତ, ମନୋରମା ଥିଲେ କବିତାର ବିନ୍ଧାଣି

ଆଠଗଡ(ଉଲାପ୍ର)ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଆଠଗଡ ସାହିତ୍ୟ ସମାଜର ବିଷୁବ କବିତା ଆସର ସ୍ଥାନୀୟ ଝୁଲଣ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ କବୀ ମନୋରମା କବିତା ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା, ଅନୁଷ୍ଠାନ ର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ, ସମାଲୋଚକ ପ୍ରଫେସର ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ କହିଲେ ମନୋରମା ମହାପାତ୍ର ଥିଲେ କବିତାର ବିନ୍ଧାଣି, ସେ ତାଙ୍କ ଯିବ ଦସାରେ ୪୮୦ ଗୋଟି କବିତା ପୁସ୍ତକ ଆକାରରେ […]

ଜିଲ୍ଲା ସ୍ତରୀୟ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସକାଳୁ କଚେରି ପରିସର ସ୍ଥିତ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ରେନବୋ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବ ରେ ବକ୍ତା ଭାବେ ଶୋଭା ରାମ ତାଣ୍ଡି ଯୋଗଦେଇ ସମାଜ […]

ବନବାସୀ ସେବା ସମିତି ପରିସରରେ ମହାବିଷୁବ ମିଳନ

ଫୁଲବାଣୀ (ଉଲାପ୍ର)ସ୍ଥାନୀୟ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ମିଳନ ଆୟୋଜିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ସଭାପତି ଡ଼ଃ ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ବନବାସୀ ସେବା ସମିତି ସମ୍ପାଦକ ଉଛବଚରଣ ଜେନାକାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବାବେଳେ ଉତ୍କଳ ସମ୍ମିଳନୀର ଉପ ସଭାପତି କୈ।ଶିକ ସାହୁ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ lସେହିପରି ଜି ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଉଦ୍ ବୋଧନ ଦେଇଥିଲେ।ସମ୍ପାଦକ ରବୀନ୍ଦ୍ର ନାଥ […]

ମା ନାରାୟଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ପ୍ରତିଷ୍ଠା

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ପ୍ରସିଦ୍ଧ ମା ନାରାୟଣୀ ଙ୍କ ଯାତ୍ରା ପାଇଁପବିତ୍ର ପଣା ସଂକ୍ରାନ୍ତି ଅବସରରେ ଆଜି ଯାତ୍ରାପଡିଆ ଠାରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଥିଲା lଆଜି ସକାଳ ୭ଟା ବେଳେକମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତ ଙ୍କ ବାଡି ରଥିବା ବାଉଁଶ କୁ ପୂଜାଅର୍ଚନାକରିବା ପରେ କଟାଯାଇ ଅଣା ଯିବାପରେ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟି କୁ ପ୍ରତିଷ୍ଠା କରାଯାଇଥିଲା […]

ବିଦ୍ୟାଳୟ ର ଟଙ୍କା ଖାଇଗଲେ ; କୋର୍ଟ ଶୁଣାଇଲେ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୩୦ ହଜାର ଟଙ୍କା ଜୋରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍କୁଲ୍‌ର ବିକାଶ ପାଇଁ ଟଙ୍କା ଆସିଲା, ହେଲେ ମାଷ୍ଟ୍ରେ ଓ ସ୍କୁଲ୍ ପରିଚଳନା କମିଟି ଅଧ୍ୟକ୍ଷ ସବୁ ଚଳୁ କରିଦେଲେ। ଏବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଉଭୟଙ୍କୁ ମିଳିଛି ସଜା l ଘଟଣା ରୁ ପ୍ରକାଶ ଯେ, ତୁମୁଡ଼ିବନ୍ଧ ବ୍ଳକ ଧୁଡୁସି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବଡ଼ସେଠ ଓ ସ୍କୁଲ୍ ପରିଚାଳନା କମିଟି ଅଧ୍ୟକ୍ଷ ମହେନ୍ଦ୍ର ବାରିକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭିଜିଲାନ୍ସ କୋର୍ଟ […]

ତୁହାକୁ ତୁହା ବିଦ୍ୟୁତ କାଟ, ବିଦ୍ୟୁତ ଉପଭୋକ୍ତା ସଂଘ ର ଆନ୍ଦୋଳନ ଚେତାବନୀ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ ସରବରାହ କାଟ,ଟ୍ରିପିଙ୍ଗ ଓ ମରାମତି ନାମରେ ୮/୯ ଘଣ୍ଟା ବନ୍ଦ ରହିବା ଫଳରେ ଲୋକମାନେ ବହୁ ହନ୍ତ ସନ୍ତ ହେଉଛନ୍ତି। ଓଡ଼ିଶାରେ ଟାଟାର ପାଓ୍ବାର କମ୍ପାନୀ ପରିଚାଳନା ଭାର ହାତକୁ ନେବା ପରେ ଉପଭୋକ୍ତା ଙ୍କ ଠାରୁ କେବଳ ବିଲ ଆଦାୟ ଯୋର ଦେଉଥିବା ବେଳେ ଏହି ସମସ୍ୟାର […]

୩ ବର୍ଷ ହେଲା ସମସ୍ତଙ୍କୁ ଆକର୍ଷିତ କରୁଛି ଫୁଲବାଣୀରେ ଇ-ଲାଇବ୍ରେରି

.ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ଫୁଲବାଣୀଠାରେ ଅତ୍ୟାଧୁନିକଢ।ଞ୍ଚାରେ ପ୍ରତିଷ୍ଠା ହୋଇ ଥିବା ଇ-ଲାଇବ୍ରେରୀ କୁ ୩ ବର୍ଷ ପୁରିଛି । ଆଇଟିଡିଏ ଫୁଲ ବାଣୀ ଏହା ର ପରିଚାଳନା ଦାୟୀତ୍ଵ ନେଇଛି l ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉତ୍ତମ ଶିକ୍ଷାଲାଭ କରିପାରିବେ ସେ ସେଥିପାଇଁ ମହାବିଦ୍ୟାଳୟ ନିକଟରେ ଇ-ଲାଇବ୍ରେରି ପ୍ରତିଷ୍ଠା କରାଯାଇଥିଲା। ଆଉ ମହାବିଦ୍ୟାଳୟର ପାଠ୍ୟପୁସ୍ତକ, ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଲାଗି ଉଦ୍ଦିଷ୍ଟ ପୁସ୍ତକ ଏହି ଇ-ଲାଇବ୍ରେରୀରେ ସ୍ଥାନ ପାଇଛି lଏଣୁ ଯେତେବେଳେ ବି ଫୁରୁସତ ମିଳିବ ସେତେବେଳେ […]

ନବ ନିର୍ବାଚିତ ପଂଚାୟତ ଲୋକ ପ୍ରତିନିଧି ଙ୍କୁ ତାଲିମ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ଫୁଲବାଣୀ ବ୍ଳକ ସମ୍ମି ଳନୀ କକ୍ଷ ରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ସମସ୍ତ ନବନିର୍ବାଚିତତ୍ରି ସ୍ତରୀୟ ପଂଚାୟତ ଲୋକ ପ୍ରତିନିଧି ମାନକୁସ୍ୱାଗତ ସମ୍ବର୍ଧନା ଜଣାଇବା ସହ ବ୍ଳକ ରେ ଓ ପଂଚାୟତ ରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଅବଗତ କରାଯାଇଥିଲାl ଗ୍ରାମାଞ୍ଚଳ ରଲୋକମାନେ ସରକାରଙ୍କ ଲୋକହିତକର ଯୋଜନା ର ସୁଫଳ ଯେପରି ପାଇପାରିବେ ଓ ସମସ୍ତ କାର୍ଯ୍ୟ ରେ ଯେପରି […]