ମନ୍ଦିର ପ୍ରତଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁ ଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଆୟୋଜିତ ହୋଇଯାଇଛି। ଏହି ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ରାଜକିଶୋର ଶତପଥୀ ଓ ସଂପାଦକ ମୋହନ ସାହୁ ଫିତାକାଟି ଉଦ୍ଘାଟନ କରି ରକ୍ତଦାତାଂକୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନା ରେ ନିଷ୍ଠା ପରିବାର […]

ଘରୋଇ କଳାରୁ ହତ୍ୟାକାଣ୍ଡ,୨ ମୃତ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ଅଧିକ ପଚରାଉଚରା ଚଳାଇଛି।ପ୍ରକାଶ ଯେ, […]

ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ;ହଟି ନାହିଁ ରାସ୍ତା ଅବରୋଧ

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସହରର ଭଟଲି ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ରାତି ୯ଟାରୁ କ୍ଷତିପୂରଣ ଦାବି କରି ମୃତଦେହ ରଖି ସ୍ଥାନୀୟ ଲୋକେ ବରଗଡ଼ ରାସ୍ତା ଅବରୋଧ କରିଛନ୍ତି। ଇତିମଧ୍ୟରେ ୧୬ ଘଣ୍ଟା ବିତିଯାଇ ଥିଲେ ସୁଦ୍ଧା ରାସ୍ତାରୋକୋ ହଟି ନାହିଁ। […]

ଲାଞ୍ଚ ନେବା ଘଟଣା: କୋର୍ଟ ଚାଲାଣବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼:ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଆଜି ପୂର୍ବାହ୍ନରେ ସମ୍ବଲପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଡା. ସାହୁ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ କହିଛନ୍ତି।ଉଲ୍ଲେଖଯୋଗ୍ୟଯେ ଜଣେ ହୋଟେଲ ମାଲିକଙ୍କ ଖାଦ୍ୟ ନିରାପତ୍ତା ଲାଇସେନ୍ସ କରିଦେବା ପାଇଁ ୫ ହଜାର ଟଙ୍କା […]

୧୫ କୁଇଣ୍ଟାଲ ରୁ ଉର୍ଦ୍ଧ ମହୁଲ ଜବତ, ଜଣେଗିରଫ

.ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲା ବାଲିଗୁଡା ରେ ଅବକାରୀ ବିଭାଗ ସ୍କ୍ୱାଡ଼ ଅତର୍କିତ ଭାବେ ଚଢ଼ାଉ କରି ୧୫ କୁଇଣ୍ଟାଲ୭୫ କେଜି ଚୋରା ମହୁଲ ଜବତ କରିବା ସହ ଏଥିରେ ସଂପୃକ୍ତ ମହାସିଙ୍ଗ ଗ୍ରାମର ସନ୍ତୋଷ ପାଣିଗ୍ରାହୀ ନାମକ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି lଅବକାରୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ଼ ଚଢ଼ାଉ କରିଥିଲା lବିଭାଗ ପକ୍ଷରୁ 4/22ରେ ମାମଲା […]

ଜି. ଉଦୟଗିରି ପୋୖରାଧ୍ୟାକ୍ଷା ଜିଲ୍ଲାପାଳଙ୍କୁ ଭେଟିଲେ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲା ର ଜି. ଉଦୟଗିରି ଏନଏସି ର ନବ ନିର୍ବାଚିତ ପୋୖରାଧ୍ୟାକ୍ଷା ଶ୍ରୀମତୀ ଭାନୁ ପ୍ରଭା ମିଶ୍ର କନ୍ଧମାଳ ଜିଲାପାଳ ଡା. ଵୃନ୍ଦା ଡି ଙ୍କୁ ଗତକାଲି ଜିଲାପାଳ ଙ୍କ କାର୍ଯ୍ୟଳୟକୁ ଆସି ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି lଜିଲାପାଳ ଵୃନ୍ଦା ଡି ପୌରଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ lଜି. ଉଦୟଗିରି ଏନଏସି ଅଂଚଳରେ ଗମନାଗମନ, ପାନୀୟ ଜଳ, ଡ୍ରେନ ସମସ୍ୟା, ଆଦି ସମ୍ପର୍କରେ ଆଲୋଚନା କରିଥିଲେ ଓ ଏସବୁ ସମସ୍ୟା […]

ଉଲ୍ଲେଖନୀୟ କାର୍ଯ୍ୟପାଇଁ ଫୁଲବାଣୀ ଆଇଟିଡିଏ ରାଜ୍ୟରେ ପ୍ରଥମ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ଆଇଟିଡିଏ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ।ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲ ବାଣୀ ଆଇଟିଡିଏ ପ୍ରଥମ ସ୍ଥାନ ଅଧିକାର କରି ଚଳିତବର୍ଷ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଫୁଲ ବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ଆଇଟିଡିଏ ଗଠିତ।ଏହି ୩ଟି ବ୍ଳକର ଆଦିବାସୀମାନଙ୍କ ଜିବନ ଜୀବିକା ରେ ଉନ୍ନତି ଆଣିବା ସହ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତନ ଆଣିପାରିଛି । ବିଭିନ୍ନ ଗ୍ରାମରେ […]

ନବୋଦୟ ସ୍କୁଲରେ ଛାତ୍ରଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଫୁଲ ବାଣୀ(ସୁନୀଲପଟନାୟକ)ଫୁଲବାଣୀ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହେଉଛି । ମଙ୍ଗଳବାର ବିଦ୍ୟାଳୟରେ ପାଠ ପଡୁଥିବା ଜଣେ ଛାତ୍ରଙ୍କୁ କିଛି ସିନିୟର ଛାଡ଼ ରାଗିଙ୍ଗକରିଥିବା ଖବର ସାମନାକୁ ଆସିଛି । ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ଏହି ଛାତ୍ରଙ୍କ ମୁହଁର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଖବର ମିଳିଛି ଯେ, ଯୁକ୍ତଦୁଇ ଶ୍ରେଣୀର କିଛି ଛାତ୍ର କୁଆଡ଼େ ରାଗିଙ୍ଗ କରିବା ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି […]

୪ର୍ଥ ଲହର ଆଶଙ୍କା ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶନାମା ମା ନାରାୟଣୀ ଯାତ୍ରା ଅନୁଷ୍ଠିତ ନେଇ ଆଶଙ୍କ।

ଫୁଲ ବାଣୀ(ସୁନୀଲପଟନାୟକ)କୋଭିଡ଼ର ଚତୁର୍ଥ ଲହର କାୟା ବିସ୍ତାର କରିବାର ଆଶଙ୍କା ପୁଣିବଢିବାରେ ଲାଗିଛି । ଗାଇଡ଼ଲାଇନ ପାଳନ କରିବାପାଇଁ ମଙ୍ଗଳବାର ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ, ମୁନିସ ପାଲ ଅଧିକାରୀ, ସିଡିଏମଓଙ୍କୁ ନିର୍ଦ୍ଦେଶ ନାମା ଆସିଛି । ଫଳରେ ଫୁଲବାଣୀ ସହରରେ ଆସନ୍ତ । ମେ ମାସରୁ ଆରମ୍ଭ ହେବାକୁ ଥିବା ମା’ନାରାୟଣୀ ଯାତ୍ରା ଅନୁଷ୍ଠିତ ନେଇ ଆଶଙ୍କ ।ସୃଷ୍ଟି ହୋଇଛି । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଆସୁଥିବା ମା’ନାରାୟଣୀ […]

ଆଜାଦି କା ଅମୃତ ମହୋତ୍ସବ;ସହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲେ ଭାଜପା ଯୁବ ମୋର୍ଚ୍ଚା

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ସହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜମାତା ମମତା ସିଂ ବାରିହାଙ୍କ ପାଦ ଧୋଇ ତାଙ୍କୁ ସମ୍ମାନିତ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ […]