ଦାବି ପୂରଣ ନ ହେବାରୁ ୩ ପଂଚାୟତର ଗ୍ରାମବାସୀ ଗୋଛାପଡା ଥାନା ଘେରିଲେ

ଫୁଲବାଣୀ(ସୁନୀଲ ପଟନାୟକ )ମିଛ ଗଞ୍ଜେଇ ମାମଲାରେ ମାଡ଼ ମାରିବା ସହ ଜୋର ଜବରଦସ୍ତ ଜେଲ ପଠାଇବା ଓ ସେଥି ମଧ୍ୟରୁ ଜଣଙ୍କର ଜେଲ ମଧ୍ୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ଯୁ କୁ ନେଇ ଆଜି ଶୁକ୍ରବାର ମୃତକ ପରିବାର କୁ 20 ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ଥାନା ଅଧିକାରୀ ଙ୍କ ବଦଳି କୁ ନେଇ ଆଜି ପୁନର୍ବାର ଗୋଛପଡା ଥାନା ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତିତିନିଟି ପଂଚାୟତର ଶତାଧିକ ଗ୍ରାମବାସି lମୃତକ ଜଣକ ହେଲେ ପହିରାଜୁ […]

ଦୀର୍ଘ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଫୁଲବାଣୀ ବିଧାୟକ

ଫୁଲବାଣୀ(ସୁନୀଲ ପଟନାୟକ )ଦୀର୍ଘ ବର୍ଷ ର ବ୍ୟବଧାନ ପରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର.ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟର ରେ ପରୀକ୍ଷା ଦେଉଛନ୍ତି lସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲ ରେ ପାଠ ପଢୁଥିଲେ lତେବେ ପାରିବାରିକ ଓ ଆର୍ଥିକ ସମସ୍ୟା ଜୋଂଗୁଁ ମାଟ୍ରିକ ପରୀକ୍ଷl ଦେଇପାରିନଥିଲେ l ପରେ ରାଜନୀତି ରେ ମିଶି ବିଭିନ୍ନ ପଦ ପଦବୀ ରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ lତେବେ ବୟସ୍କ ଲୋକ […]

ପୋଲିସ ବିଭାଗ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ବାରଖମା ଫାଣ୍ଡିର ସଲାଗୁଡା ପଞ୍ଚାୟତ ଏକ ମାଓ ଅଧୁଷିତ ଅଞ୍ଚଳ। ପୁଲିସ ଓ ସାଧାରଣ ଜନତା ସହ ସୁସମ୍ପର୍କ ସ୍ଥାପନ ପାଇଁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଛୋଟ ଛୋଟ ସ୍କୁଲ ପଢା ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ବୃଦ୍ଧା/ବୃଦ୍ଧଙ୍କ ପାଇଁ ଓ ଗାଁର ଯୁବ ଗୋଷ୍ଠିଙ୍କୁ ସ୍କୁଲ ବ୍ୟାଗ ପେନସିଲ , ରବର୍, ମସୁରି, କମଳ,ଭଲିବଲ,ନେଟ୍ ବାଦ୍ୟଯନ୍ତ୍ର ଇତ୍ୟାଦି ବଣ୍ଟନ […]

ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ବିୟୋଗରେ ଶୋକ ସଭା

ବରଗଡ (ଉଲାପ୍ର)ବରଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦ ର ଆଜୀବନ ସଦସ୍ୟ ତଥା ରାଜନେତା ସ୍ବର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ସ୍ବର୍ଗତ ଆଚାର୍ଯ୍ୟ ଓ କ୍ରୀଡା ସଂସଦ ର ଉପ ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ମାତା ସ୍ବର୍ଗତା ଉଷା ପ୍ରସାଦ ସିଂ (ସ୍ବର୍ଗତ ଧର୍ମରାଜ ପ୍ରସାଦ […]

ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ : (ସତ୍ୟ ନାରାୟଣ ପ୍ରଧାନ)ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ……. ଗୀତ ର ମୂର୍ଚ୍ଛନା ରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘ ର ପ୍ରେଖ୍ୟାଳୟ। ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ବରଗଡ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ […]

ଜୁପିଟର୍’ର ୨୦ ବର୍ଷ ପୂର୍ତ୍ତୀ ଅବସରରେ ଜମିଲା “ସମର୍ ସିଣ୍ଡିଙ୍ଗ୍’ ପରୋପକାରରେ ନିଜକୁ ଉତ୍ସର୍ଗ କର: ସବ୍ୟସାଚି

ଭୁବନେଶ୍ୱର(ଉଲାପ୍ର)ପରୋପକାର ଓ ଜନହିତରେ ନିଜକୁ ଉତ୍ସର୍ଗ କର । ଏଭଳି ଆଦର୍ଶ ସୃଷ୍ଟି କରିବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କର । ଜୁପିଟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍ ନିଜସ୍ୱ କ୍ୟାମ୍ପସ୍ ଗଙ୍ଗପଡ଼ାରେ ଇତିମଧ୍ୟରେ ଅନୁଷ୍ଠିତ ‘ସମର ସିଣ୍ଡିଙ୍ଗ’ ସେଲିବ୍ରେସନ୍ ଅବସରରେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚି ମିଶ୍ର ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । “ଜୁପିଟର୍’ ୨୦ ବର୍ଷ ପୂର୍ତ୍ତି ଅବସରରେ ମହାଡ଼ମ୍ବରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ […]

ରାଧା ମୋହନ” ସିରିଏଲରେ ନଜର ଆସିବେ “ସମ୍ଭାବନା”

ଭୁବନେଶ୍ୱର(ଉଲାପ୍ର)ଜାତୀୟସ୍ତରରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓଲିଉଡ ନାୟିକା ସମ୍ଭାବନା ମହାନ୍ତି । ନିଜ ଦକ୍ଷ ଅଭିନୟ ଓ ପରିଚୟ ସହ ଓଡ଼ିଆ ଭାବରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଜଣେ ଓଡ଼ିଆ ଅଭିନେତ୍ରୀ ଭାବେ ଜାତୀୟ ସ୍ତରର ଏକ ବଡ଼ ଚ୍ୟାନେଲର ମେଗା ହିନ୍ଦୀ ଧାରାବାହିକରେ ଦ୍ଵିତୀୟ ଥର ପାଇଁ ନଜର ଆସିବେ। ଜୀ ଟିଭିରେ ଆସନ୍ତା ମେ’ରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାର କା ପେହେଲା ନାମ୍ ‘ରାଧା ମୋହନ’ ସିରିଏଲରେ ନଜର […]

*୭୫ ତମ ଆଜାଦି କି ଅମୃତ ମହୋତ୍ସବ,ଜ୍ଞାନ ଆହରଣ ପାଇଁ ଅଧ୍ୟାମିକ ଚେତନା*୭୫ ତମ ଆଜାଦି କି ଅମୃତ ମହୋତ୍ସବ,ନିତାନ୍ତ ଆବଶ୍ୟକବ୍ରହ୍ମାକୁମାରୀ ବାରିପଦା ଶାଖା ପକ୍ଷରୁ ଅଧ୍ୟାମିକ ଜ୍ଞାନର ଆଲୋଚନାଚକ୍ର

ବାରିପଦା(ଦୀପକ କୁମାର ମୁଦୁଲି)୭୫ତମ ଆଜାଦି କା ଅମୃତ ମହୋତ୍ସବ ଅବସରରେମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପରିସରରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ, ବାରିପଦା ଶାଖା ପକ୍ଷରୁ ଅଧ୍ୟାମିକ ଜ୍ଞାନର ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟଆବୁ ରୁ ମୁଖ୍ୟ ଅତିଥି ଭାବେ ରାଜ ଯୋଗୀ ବି.କେ. ରାମନାଥ ଭାଇ ଯୋଗେଦେଇ ଅଧ୍ୟାମିକ ଜ୍ଞାନ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଆଧ୍ୟାତ୍ମିକ ଚିନ୍ତନ […]

ମଧୁବାବୁଙ୍କ ଜୟନ୍ତୀରେ ‘ବିଶ୍ବ ଓଡ଼ିଶା’ ଦାବି କଲା ବଙ୍ଗୋପସାଗର ହେଉ କଳିଙ୍ଗ ସାଗର

ଭୁବନେଶ୍ୱର,( ଉଲାପ୍ର)ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ବ ଓଡ଼ିଶା’ ପୂର୍ବ ଭାରତର ସମୁଦ୍ର ତ୍ରୁଟିବଶତଃ ବଙ୍ଗ ଉପସାଗର ଭାବରେ ନାମିତ ହୋଇଥିବାରୁ ଏହାକୁ ଐତିହାସିକ ଓ ପୌରାଣିକ ଖ୍ୟାତ ‘କଳିଙ୍ଗ ସାଗର’ ନାମରେ ନାମିତ ହେଉ ବୋଲି ଆହ୍ବାନ ରଖିଛି । ରାଜଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଉପସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ, ଯୁବକ, ଛାତ୍ର ସମୂହ ଓ ଅନୁଷ୍ଠାନ ଏକ ସଂକଳ୍ପ ଗ୍ରହଣ […]

କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି।ଏହି ସଭାରେ ପଞ୍ଚାୟତର ୧୩ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପି,ଇ,ଓ,ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ ପଞ୍ଚାୟତ ସରପଞ୍ଚ ରଞ୍ଜୁଲତା ମଲ୍ଲିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତର ଓ୍ବାର୍ଡରେ ଥିବା ପାଣି, ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟର ସମସ୍ୟା ଉପରେ ଆଲୋଚନା ସହ କିଭଳି ଏହାର ସମାଧାନ […]