ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାଫିଡ୍ ରେସ୍‌ପନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ସ୍ଥାନୀୟ କଂଟେଇକୋଳିଆସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ଜରାନିବାସରେ ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍ସ ଗ୍ରୁପ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଉପସଭାପତି ବିରଂଚି ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା . ଅଭିମନ୍ୟୁ ଆଚାର୍ଯ୍ୟ , ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ସଂପାଦକ ପ୍ରଦୀପ କୁମାର […]

ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲାବାସୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ଆମ୍ବୁଲାନ୍ସ କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ […]

ଜଗତସିଂହପୁର ଉପମଣ୍ଡଳର ସହକାରୀ ଡାକ ଅଧିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜଗତସିଂହପୁର(ଉଲାପ୍ର) ଜଗତସିଂହପୁର ଉପମଣ୍ଡଳ ତରଫରୁ ଜଗତସିଂହପୁର ପ୍ରଧାନ ଡାକଘର ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ଜଗତସିଂହପୁର ଉପ-ମଣ୍ଡଳର ସହକାରୀ ଡାକଅଧିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କର ପୋଷ୍ଟାଲ ଷ୍ଟୋର ଡିପୋର୍ଟ ଭୁବନେଶ୍ୱରକୁ ବଦଳି ହୋଇଯାଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ମୁଖ୍ୟ ଅତିଥି ରୂପେ ଯୋଗ […]

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗ ରେ ମହା ଦୁର୍ନୀତି

ଜଗତସିଂହପୁର(ଉଲାପ୍ର)ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଂଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଂଚାୟତ କେଶରଡ଼ା ଠାରୁ ଉକୁସାହି ଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହିକମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଠିକାଦାର ସହିତ ହାତ ମିଳାଇ ଦୁର୍ନୀତି କୁ ପ୍ରୋତ୍ସାହନ […]

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବି ଡି ପି ଏଲ- ୭ କ୍ରିକେଟ ପ୍ରତିଯୋଗିତା ର ପଞ୍ଚମ ଦିନରେ ୟୁନାଇଟେଡ ଡ୍ରିମ୍ ଇଲେଭେନ ବିଜୟୀ । ବରଗଡ ସ୍ପାରଟନ ଓ ଅତାବିରା ହିଆଇଟ ହର୍ଷ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍

। ବରଗଡ :(ସତ୍ୟ ନାରାୟଣ ପ୍ରଧାନ) ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବି ଡି ପି ଏଲ କ୍ରିକେଟ ପ୍ରତିଯୋଗିତା ରେ ଆଜି ଚତୁର୍ଥ ଦିନ ରେ ବରଗଡ ରୟାଲ ଟାଇଗର ଓ ୟୁନାଇଟେଡ ଡ୍ରିମ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ୟୁନାଇଟେଡ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରକାଶ ମାହାନା ଙ୍କ ୫୬ ରନ, ହରିଶ ପାତ୍ର ଙ୍କ ୫୦ ରନ,ପ୍ରବୀଣ ଲୁହା ଙ୍କ ୪୧ ରନ ଓ ଗିତାନ୍ସୁ ବଞ୍ଛୋର୍ ଙ୍କ ୩୩ […]

ଶନି, ରାହୁ, କେତୁ ଙ୍କ ଜନ୍ମ ଉତ୍ସବ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର ମାଣ୍ଡବା ସାହି ସ୍ଥିତ ଟାଉନ ପ୍ଲାନିଂ ନିକଟସ୍ଥ ଶ୍ରୀ ଶ୍ରୀ ଶନି ଦେବଙ୍କ ୧୨ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ମେ ୬ ତାରିଖରେ କଳସ ଯାତ୍ରା, ୭ ରେ ମଣ୍ଡଳ ପୂଜା, ନବଗ୍ରହ ପୂଜା, ସୂର୍ଯ୍ୟ ପୂଜା ଓ ଗୋ ପୂଜା କରାଯାଇଥିଲା। ଭୋଗ ରାଗ ଲାଗି କରାଯାଇଥିଲା ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ଣ୍ଣାହୁତି ଉତ୍ସବ ଉପଲକ୍ଷେ ଶନି, ରାହୁ, କେତୁ ଙ୍କ ନାଁ ରେ ଆହୁତି […]

ସଙ୍କଟ ମୋଚନ ହନୁମାନ ଜୀଉଙ୍କ ୧୪ ତମ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ: ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଥିବାରୁ ଢେଙ୍କାନାଳ ସହର ଦୁର୍ଗା ବଜାର ସ୍ଥିତ ଷ୍ଟାଡିୟମ୍ ଛକ ନିକଟରେ ଥିବା ହନୁମାନ ବାଟିକା ଠାରେ ଶ୍ରୀ ସଙ୍କଟ ମୋଚନ ହନୁମାନ ଜୀଉଙ୍କ ୧୪ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାର ପୂଜା କରାଯାଇଥିଲା। ଠାକୁରଙ୍କୁ ନୂତନ ବସ୍ତ୍ର, ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ […]

ଓଲିଉଡକୁ ଦୋହଲାଇ ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ‘ଦୃଷ୍ଟିକୋଣ’

ଭୁବନେଶ୍ୱର(ଉଲାପ୍ର)ବଢ଼ୁଛି ମହିଳାଙ୍କ ଉପରେ ଅତ୍ୟାଚାର । ଧର୍ଷଣ ଅଭିଯୋଗର ଲମ୍ବା ତାଲିକା ସମାଜକୁ ଅଣନିଶ୍ୱାସୀ କରୁଛି । କିନ୍ତୁ ଆଇନର ଖସିଯିବାର ରାସ୍ତାରେ ଅନେକ ଅପରାଧୀ ଖସି ଚାଲି ଯାଉଛନ୍ତି । ପୀଡିତା ନ୍ୟାୟ ପାଇବା ବଦଳରେ ପାଉଛି ମୃତ୍ୟୁ ଦଣ୍ଡ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସ୍ୱାଧିନତାକୁ ଦଳି ମକଚି ଦିଆଯାଉଛି । ସଣ୍ଠଣା ବା ଡେକୋରମ ନାଁରେ ମହିଳାଙ୍କ ଅଧିକାରକୁ ହତ୍ୟା କରାଯାଉଛି । ମିଡିଆରୁ ନେଇ ସୋସିଆଲ ମିଡିଆ ସବୁଠି ନାରୀ […]

ରାମକାବ୍ୟ ମାଧ୍ୟମରେ ହଲଧରଙ୍କ ସର୍ବୋକୃଷ୍ଟ ବିରଳ ଦର୍ଶନ ବିଶ୍ବବ୍ୟାପି ପହଂଚି ପାରିଛି

ବରଗଡ଼(ଉଲାପ୍ର)ଭାରତୀୟ ସଂସ୍କୃତିର ସର୍ବୋତ୍କୃଷ୍ଟ କାବ୍ୟ ରାମାୟଣ । ଉକ୍ତ ରାମାୟଣରୁ ସଂଗୃହିତ ବିରଳ ଘଟଣାବଳୀ ଓ ଚରିତ୍ରକୁ ଆଧାର କରି ପଦ୍ମଶ୍ରୀ ହଲଧର ନାଗ ଅନେକ କାଳଜୟୀ କାବ୍ୟ ସୃଷ୍ଟି କରି ଐତିହାସିକ ପଦକ୍ଷେପ ନେଇଛନ୍ତି । ତାଙ୍କ ସୃଳିତ ମହାସତୀ ଉର୍ମିଲା, ଅଛିଆଁ, ତାରା ମନ୍ଦୋଦରୀ, ରସିଆ କବି ପ୍ରମୁଖ ଚରିତ୍ର ମାଧ୍ୟମରେ କବିଙ୍କ ବିରଳ ଦର୍ଶନ ଆନ୍ତର୍ଜାତିକ ସ୍ତରରେ ଲୋକାଭିମୁଖୀ ହୋଇପାରିଛି ବୋଲି ପଣ୍ଡିଚେରୀ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଦ୍ଵି-ଦିବସୀୟ ଆନ୍ତର୍ଜାତିକ ସେମିନାରରେ […]

ପୋଲିସ ଓ ପ୍ରେସ ମଧ୍ୟ୍ ରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ, ପ୍ରେସ କ୍ଲୁବ ଦଶ ରନ ରେ ବିଜୟୀ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଜିଲା ପ୍ରେସ କ୍ଲବ ଓ ପୋଲିସ ଅଫିସିଆଲସ ମଧ୍ୟରେ ପନ୍ଦର ଓଭର ଲେଖାଏଁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମେଚ ଅନୁଷ୍ଠିତହୋଇଥିଲା lଏହି ସଂଘର୍ଷ ପୁର୍ଣ ମ୍ୟାଚ ରେ ପ୍ରେସକ୍ଲବ ଟିମ ଦଶ ରନ ରେ ପୋଲିସ ଟିମ କୁ ହରାଇ ଶେଷରେ ବିଜୟୀ ହୋଇଥିଲା lଟସ ଜିତି ପ୍ରେସ କ୍ଲବ ଟିମ ପ୍ରଥମେ ବ୍ୟାଟିଂ କରି ୯ ଉଇ କେଟ ହରାଇ 164ରନ ସଂଗ୍ରହ […]