କପିଳାସ ବାରବାଙ୍କ ରାସ୍ତାର ଆଲୋକୀକରଣର ଶୁଭ ଉଦ୍‌ଘାଟନ – ଜିଲାରେ ପର୍ଯ୍ୟଟନର ଉନ୍ନତି ପାଇଁ ୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଢେଙ୍କାନାଳ(ଉଲ୍ଲାପ୍ର )ଓଡିଶାର ପ୍ରସିଦ୍ଧ ଶୈବପୀଠ କପିଳାସର ବାରବାଙ୍କ ରାସ୍ତାର ଆଲୋକୀକରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପୂର୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ କପିଳାସ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବା ସହିତ ଜିଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବିପୁଳ ଅର୍ଥ ଅନୁମୋଦନ କରିଛନ୍ତି । […]

ଢେଙ୍କାନାଳ ସିଦ୍ଧ ବଳଦେବ ଜିୟୁ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଶ୍ରାବଣ ମାସର ଏକାଦଶୀ ଥିବାରୁ ଆଜି ବିଶେଷ ପୂଜା ଅର୍ଚନା କରାଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି ଦ୍ଵାର ପାଳ ପୂଜା । ମହାସ୍ନାନ ବତ୍ସ ତୁଳସି ହାର, ଫୁଲ ହାର ରେ ସୁସଜ୍ଜିତ କରାଯାଇ ଥିଲା ।ବହ୍ଲବ ଭୋଗ ୧୦.୩୦ ରେ ଖେଚେଡି ଭୋଗ ମଧ୍ୟାନ୍ନ ରେ ଅନ୍ନ ଧୂପ ସନ୍ଧା ସମୟରେ ଆଳତି ଓ ଏକଦଶୀ ବେଢା ପରିକ୍ରମା ଓ ମହାଦିପ ଉଠିବ […]

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ କୋଡିଏ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସୋମବାର ନାବାଳିକା ଅପହରଣ ଓ ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅନ୍ତର୍ଗତଜିତେନ୍ଦ୍ର କୁମାର ଦିଗଲ ଛୟାଳୀଶ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lସୁଚନା ଅନୁଯାୟୀ ଗତଏପ୍ରିଲ ଚାରି ତାରିଖ ରେ ୨୦୧୯ ରେ ପିଡିତl ଏକାକୀଘରେ ଥିବା ବେଳେ ଜିତେନ୍ଦ୍ର […]

ବନ୍ୟା ସ୍ରୋତ ରେ ଭାସିଯାଉଥିବା ଦୁଇଟି ବଳଦ କୁ ଟିକାବାଲି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳ ରେ ବନ୍ୟା ସ୍ରୋତ ରେଦୁଇଟି ବଳଦ ଭାସିଯାଉଥିବାବେଳେ ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତ କୁ ଖାତିର ନ କରି ଭାସିଯାଉଥିବା ଦୁଇଟି ବଳଦ କୁ ଉଧାର କରିବାରେ ସଫଳ ହୋଇଥିଲେ lଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ବରେ କର୍ମଚାରୀ ମାନେ ମିଶି ନିଜ ଜୀବନକୁ ବିପନ […]

ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଦାବୀ କରି ବିଇ ଓ ଙ୍କୁ ଦାବୀ ପତ୍ର

ଫୁଲବାଣୀ(ସୁନୀଲ ପଟନାୟକ )-ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକାମିଶି ଫୁଲବାଣୀ ବିଇଓ ଙ୍କ କାର୍ଯ୍ୟାଳୟ କୁ ଯାଇ ସ୍କୁଲ ବନ୍ଦ ନ କରିବାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟ ୧୯୮୦-୮୧ ମସିହାରୁ ସରକାରଙ୍କ ଅନୁମତି ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଜାଗା ଉପରେ ଅଦ୍ୟାବଧି ଚାଲି ଆସୁଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଶ୍ରୀ […]

ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡପ ଉଦ୍ୟମ

ଫୁଲବାଣୀ(ସୁନୀଲ ପଟନାୟକ )ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ତୈୟାଳସି ହଜାର ଦୁଇଶ ନବେ ଟଙ୍କା ବିଲ କରି ହଡପ କରିବାକୁ ଉଦ୍ୟମ ହୋଇଥିବାନେଇ ଅଭିଯୋଗ ହୋଇଛି lକନ୍ଧମାଳ ଜିଲା ଦାରିଂବାଡ଼ି ବ୍ଲକ ସୋନପୁର ପଂଚାୟତ ରୁ ଏଭଳି ଅଭିଯୋଗ ଆସିଛି lସୋନପୁର ସରପଞ୍ଚ କୁମୁଦିନୀ ପ୍ରଧାନ ବିଡ଼ିଓ ଗଦାଧର ପାତ୍ର ଙ୍କ ନିକଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି lସୋନପୁର ପଂଚାୟତ ଅନ୍ତର୍ଗତଡବେଡି ଗ୍ରାମରେ ଜମି ଉନ୍ନୟନ କାର୍ଯ୍ୟରେ ଅଧିକା ବିଲକରି […]

ଲଗାଣ ବର୍ଷାରେ ଧୋଇଗଲା ମୁରୁଡ଼ି କୁପୁଡ଼ା ଆପ୍ରୋଚ ରୋଡର ପାର୍ଶ୍ଵ : ବିପଦ ସଙ୍କୁଳ ଅବସ୍ଥାରେ ଯାନବାହନ ଚଳାଚଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ କେଉଠି ରାସ୍ତା ଧୋଇହୋଇଯାଇଛି ତ ଆଉ କେଉଁଠି ଭଙ୍ଗାପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହିଭଳି ଭାବେ ଦାରିଙ୍ଗବାଡ଼ି ଠାରୁ ରାଇକିଆ ରାସ୍ତା ଲେଙ୍ଗୁମାହା ନିକଟରେ ତିତିଲି ବାତ୍ୟା ଧୋଇ ହୋଇଯାଇଥିବା ମୁରୁଡ଼ି କୁପୁଡ଼ା ପୋଲର ଆପ୍ରୋଚ ରାସ୍ତାର ଅନେକ ଅଂଶ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ଯାହା ଫଳରେ […]

ବଲିଉଡ ମୁହାଁହେଲେ ଏନ ଏସ ଡି ଯଦୁ ନନ୍ଦନ

ଫୁଲବାଣୀ(ସୁନୀଲ ପଟନାୟକ )-ସଂଘର୍ଷ ର ଅନ୍ୟନାମ ଯଦୁନନ୍ଦନ l ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଭିନୟ ଓ କଳା ନିର୍ଦେଶକ ରେ ଶିକ୍ଷା ଲାଭ ପରେ ଅନେକ ବଲିଉଡ ସିନେମା ରେ ଅଭିନୟ କରିଛନ୍ତି ଯଦୁନନ୍ଦନ l ସେହିପରି କଳା ନିର୍ଦେଶନା ଦାଇତ୍ୱ ନେଇ ଅନେକ ହିନ୍ଦୀ, ମରାଠୀ, ପଂଜାବୀ, ସିରିଏଲ ଓ ସିନେମା ରେ ଅଭିନୟ କରିଛନ୍ତିl ମଣିରତ୍ନମ ପ୍ରୋଯୋଜିତ ରାଭନ, ରାମ ଗୋପାଳ ବର୍ମା ଙ୍କ କେ ଆଗ ଭଳି ଅନେକ ହିନ୍ଦୀ […]

ସରକାରୀ ସେବାଶ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଙ୍କ ନିର୍ଦେଶ କ୍ରମେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କଅଧ୍ୟକ୍ଷତା ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେଅନ୍ୟମାନଂକ ମଧ୍ୟରେ ଦୁତିମେଣ୍ଡି ପଞ୍ଚାୟତ ର ସରପଞ୍ଚ ଦମୟନ୍ତି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସଂମାନି ତ […]

ପୂର୍ବତନ ଶିକ୍ଷକ ନଟବର ସାହୁ ଙ୍କ ପରଲୋକ

ଫୁଲବାଣୀ (ସୁନୀଲ ପଟନାୟକ )ଏଜେଓ ହାଇସ୍କୁଲ ର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁ ଙ୍କ ନିଜ ବାସଭବନ ରେ ପରଲୋକ ହେଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮୫ ବର୍ଷ ହୋଇ ଥିଲା lଶିକ୍ଷକନଟବର ସାହୁ ଙ୍କ ମୃତ୍ଯୁ ରେ ଜିଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଆଇନଜୀ ଵି ବିଜୟ ପଟନାୟକ, ଶିକ୍ଷାବିତ ବିନୟ ଭୂଷଣ ପଟନାୟକ, , ଆଇନଜୀବୀ ଅଜୟ କୁମାର ସିଂହ,ଅବସର ପ୍ରାପ୍ତ ସରକାରୀ […]