ଖଡଗ ନଦୀ କୂଳରୁ ମୃତ ଦେହ ମିଳିଲା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଧରୀଗାଁ ଲାଇନପାଲି ଠାରେ ଖଡଗ ନଦୀ କୁଳ ରେ ଏକ ମୃତ ଦେହ ମିଳିଛି l ମୃତ ଦେହ ଟି ଭାସି ଭାସି ଆସି ସେଠାରେ ଲାଗିଥିବା ଜଣାପଡିଛି lଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଉଦ୍ଧାର କରିଥୀ ଲା lମୃତ ଯୁବକ ର ନାଁ ଦୁରୁଙ୍ଗା ପ୍ରଧାନ l ୩ ୫ ବର୍ଷ lକ. ନୂଆଗାଁ ଥାନା […]

ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ମଙ୍ଗଳବାର ବଂଧଗଡ଼ ନିକଟ ସ୍ଥାନରେ ଚଢ଼ାଉ କରି ଏକ ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ କରିବା ସହ ୨ଗଂଜେଇ ମାଫିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବୋଲେରୋ ନମ୍ବର ଓ ଡି 02ଵି କ୍ୟୁ 4690ବୋଲି ପୋଲିସ କହିଛି lକୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱ ରେ […]

ଗାଁରେ ଉଡିଲା ତ୍ରିରଙ୍ଗା

ଫୁଲବାଣୀ 16/08(ସୁନୀଲ ପଟନାୟକ )ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରେରେ ଘର ଘରରେ ତ୍ରିରଙ୍ଗା ଉଡାଇବା ସହ ବିଭିନ୍ନ ସାହିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପ୍ରତ୍ୟୁଷରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଅନୁଷ୍ଠାନର ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ କ୍ରାନ୍ତିକାରୀଙ୍କ ଆମର ବଳିଦାନ ତଥା ସ୍ୱାଧୀନତାର ଅମୃତ […]

ଠିକାଦାର ଙ୍କ ଛୁରା ମାଡ଼ ରେ ଯନ୍ତ୍ରୀ ଗୁରୁତର

ଫୁଲବାଣୀ(ସୁନୀଲ ପଟନାୟକ )ଠିକାଦାର ଙ୍କ ଛୁରାମାଡ଼ରେ ଯନ୍ତ୍ରୀ ଗୁରୁତର l ଗୁରୁତର ଅବସ୍ଥାରେ ଯନ୍ତ୍ରୀ ଙ୍କୁ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lଆହତଜଣଙ୍କ ହେଉଛନ୍ତି ଫୁଲବାଣୀ ପୂର୍ତ୍ତ ବିଭାଗ ର ନର୍ଥସେକ୍ସେନ ର ଯନ୍ତ୍ରୀ ଇଂ. ଚକ୍ରଧର ନାହାକ ବୋଲି ଜଣା ପଡ଼ିଛି lଯନ୍ତ୍ରୀ ନାହାକ ଙ୍କ ପେଟ ଓ ହାତରେ ଆଘାତ ଲାଗିଛି lଠିକାଦାର ଜଣକ ହେଉଛନ୍ତି ଫୁଲବାଣୀସାହି ର ଆକାଶ ମହାନ୍ତି lଯନ୍ତ୍ରୀ ନାହାକ ଅନ୍ୟ ଜଣଙ୍କ […]

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଓଲମା ଗ୍ରାମପଞ୍ଚାୟତ ପରିସରରେ ସ୍ଵତନ୍ତ୍ର ଗ୍ରାମସଭା ସ୍ଵତନ୍ତ୍ର ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ (ଉ.ଲା.ପ୍ର): ତା. ୧୫/୮/୨୦୨୨ ରିଖ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ଗ୍ରାମସଭା ଅନୁଷ୍ଠିତ ହୋଯାଇଅଛି । ଏହି ପଞ୍ଚାୟତ ଅନ୍ତର୍ଗତ ୬ ଟି ଗ୍ରାମର ୧୧ ୱାଡର ୱାଡ ମେମ୍ବର, ସମିତସଭ୍ୟ, ଗ୍ରାମବାସୀ ସହ ମହିଳା ଜନ ସୁରକ୍ଷା ମଞ୍ଚର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ । ବୈଠକ ଆରଭରେ ସରପଞ୍ଚ ଶ୍ରୀମତୀ ବୁଦାଇ ଭତ୍ରା ସଭିଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କ […]

ଜଷ୍ଟ ଫର ୟୁ ତରଫରୁ ଅମୃତ ମହୋତ୍ସବ ପାଳିତ

ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ତରଫରୁ 75 ଆଜାଦି କା ଅମ୍ରିତ ମହୋତ୍ସବ ଅବସରରେ ପ୍ରତିଭା ଅନ୍ବେଷଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରାଧା ଗୋବିନ୍ଦ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି .. ଜଷ୍ଟ ଫର ୟୁ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ 10ଟି ବିଦ୍ୟାଳୟ 3ଟି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମାନସିକ ଦକ୍ଷତା, ମ୍ୟୁଜିକ ଚେୟାର, ସାଧାରଣ ଜ୍ଞାନ, ବକୃତା, […]

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ଜାତୀୟ ରାଜପଥ ଉପରେ ୨ଫୁଟ ପାଣି

ଫୁଲବାଣୀ (ସୁନୀଲ ପଟନାୟକ) ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ ଭର୍ତ୍ତି ହୋଇ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଏବେ ପାଖାପାଖି ଦୁଇ ଫୁଟ ବର୍ଷା ଜଳ […]

କନ୍ଧମାଳ : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାହାର ସିଂ ମୀନା କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା […]

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ୭୫ଟି ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡ଼େଇ ମୁଖ୍ୟ ଅତିଥି […]

ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ ): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗିରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି ପ୍ରବାହିତ ହେଉଛି। ଜିଲ୍ଲାର ଚକାପାଦ ଅଞ୍ଚଳରେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା ଲାଗିରହିଛି, ତେଣୁ ଚକାପାଦର ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ […]