ପ୍ରଧାନମନ୍ତ୍ରୀ ସଡକ ଯୋଜନା : ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବେହାଲ ହୋଇଛି ଦନେକବାଡ଼ି ଠାରୁ ସିର୍କାବର୍ଗ ରାସ୍ତା

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁ କୁ ରାସ୍ତା ନଥିଲା । ବହୁ ଅଭିଯୋଗ ପରେ ନିର୍ମାଣ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା । ହେଲେ ରାସ୍ତା ନିର୍ମାଣ ହେବାର ମାତ୍ର ୩ ବର୍ଷ ଯାଇଛି କି ନାହିଁ ରାସ୍ତାର ଅବସ୍ତା ବେହାଲ ହୋଇଛି। କିଛି ସ୍ଥାନରେ ଖାଲଖମା ହେବା ସହ ବଡ଼ ବଡ଼ ଖାଲ ହୋଇଛି। ଫଳରେ ଅଞ୍ଚଳ ବାସୀଙ୍କ ପାଇଁ ଯାତାୟାତ ପୂର୍ବ ଭଳି ଅସୁବିଧା ହେଉଛି। ଏନେଇ […]

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣା ରେ ଝିଅର ବାପା ୭ ଜଣକୁ କୋର୍ଟ ଚାଲାଣ : ୬ ଜଣକୁ ପଚରା ଉଚରା ଜାରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରେମ କରିବା ମହଙ୍ଗା ପଡିଲା ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା । ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି l ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି ।କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା […]

ବ୍ଲକ ସ୍ତରୀୟ ଗୁରୁଦିବସ ରେ ମୁଁ ଲେଖିବି, ମୁଁ ପଢ଼ିବି କାର୍ଯ୍ୟକ୍ରମ

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁ ଦିବସ ଅବସରରେ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ମୁଁ ପଢ଼ିବି ମୁଁ ଲେଖିବି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଯାଇଥିଲା lଏହି କାର୍ଯ୍ୟ କ୍ରମ ରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହିକାର୍ଯ୍ୟକ୍ରମ ପିଲାଙ୍କ ଦକ୍ଷତା ବୃଦ୍ଧିକରିବା ସହ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି କହିଥିଲେ l […]

ସିର୍କା ବର୍ଗ ଉନ୍ନୀତ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ରେ ଦୁର୍ନିତୀ ଅଭଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଯେପରି ସ୍କୁଲ ମୁହାଁ ହେବେ ସେଥିପାଇଁ ମା ଗଣା ମଧ୍ୟାହ୍ନ ଭୋଜନ ସାଙ୍ଗକୁ ବହିପତ୍ର, ପୋଷାକ ସାଙ୍ଗକୁ ବୁଟସକସ ଦେବାର ବ୍ୟବସ୍ଥା କରିଛନ୍ତିଏ ଥିପାଇଁ ଅର୍ଥ ଅନୁଦାନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି lତେବେ ଦାଇତ୍ୱ ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୁର୍ନିତୀ ପୁର୍ଣ ମନୋଭାବ, ରୁଗଣ ମାନସିକତା ଯୋଗୁଁ କେଉଁଠି ପିଲାଙ୍କୁ ଭାତ ସହ ପାଣି ଡାଲି, ତ ଆଉ କେଉଁଠି ଅଣ୍ଡା […]

ସତୁରି କେଜି ଗଂଜେଇ ସହ କାର ଜବତ,ଡ୍ରାଇଭର ଫେରାର

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର ଗୋଛାପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନି ଙ୍କ ନେତୃତ୍ୱରେ ତତକ୍ଷଣାତ ଘଟଣା ସ୍ଥଳ ରେ ଚଢ଼ାଉ କରି ଗୋଟିଏ ମାରୁତି ଏ ଟ୍ରି ଗା କାର ଜେ ଏଚ 01ସି ଇଉ. 3234. ଜବତ କରିବା ସହ ସେଥିରେ ଚାଲାଣ ହେଉଥିବା ସତୁରି କେଜି ଗଂଜେଇ ଜବତ କରିଛି l ତେବେ ପୋଲିସ କୁ ଦେଖି ଡ୍ରାଇଭ ର ଘଟଣା ସ୍ଥଳ ରୁ […]

ପ୍ରେମିକ କୁ ହତ୍ୟା, ୭ ଗିରଫ

ଫୁଲବାଣୀ(ଉଲା ପ୍ର )ପ୍ରେମ କରିବା ମହଙ୍ଗା ପଡ଼ିଲା l ଘର ର ସମ୍ମାନ ରକ୍ଷା ପାଇଁ ପ୍ରେମିକା ର ପରିବାର ହତ୍ୟା କଲେ ପ୍ରେମିକ କୁ l ଆଉ ବସ୍ତା ରେ ଶବ କୁ ପୁରାଇ ଜଙ୍ଗଲ ରେ ଫୋଫlଡ଼ିଦେଲେ l ଏହି ମାମଲା ରେ ପୋଲିସ ୭ ଜଣ କୁ ଆଜି ଗିରଫ କରିଛି lସୂଚନା ଯୋଗ୍ୟ ଯେ, ଅଗଷ୍ଟ ୨ ୬ ରେ ଶୁକଦେବ ଯୁବତୀ କୁ ଭେଟିବା ପାଇଁ ତଳିପଡ଼ା ଆସିଥିବା ବେଳେ […]

ଆନନ୍ଦପୁର ବିଧାୟକ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ ପ୍ରତିବାଦରେ ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ଭେଟିଲେ ଡିଜିପିଙ୍କୁ

ଆନନ୍ଦପୁର (ଉଲା ପ୍ର )କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚାୟତ ସମିତି ବୈଠକରେ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ବିଜେପି ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଅସିମା ମିଶ୍ର କୁଂ ଶାସକ ବିଜେଡି ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ କଂ ଦୁର୍ବ୍ଯବହାର ପ୍ରତିବାଦରେ ଆଜି ଅପରାହ୍ନ ୪ ଘନ୍ଟିକା ସମୟରେ କଟକସ୍ଥିତ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ ଡିଜି କୁଂ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର […]

କନ୍ଧମାଳ ଜିଲା ପାରମ୍ପରିକ ଲୋକ କଳା ସଂଘ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପାରମ୍ପାରିକ ଲୋକକଳା ସଂଘ ଫିରିଙ୍ଗିଆ ବ୍ଲକ ଶାଖାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଫିରିଙ୍ଗିଆ ଶାଖାର ସଭାପତି ଅଚ୍ୟୁତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲା ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, କଳାକାର ସଂଘ ଫିରିଙ୍ଗିଆ ଶାଖାର ଉପଦେଷ୍ଟା ସୁବ୍ରତ କୁମାର ମହାନ୍ତି, ବରିଷ୍ଠ କଳାକାର ସଞ୍ଜୟ କୁମାର ଦିଗାଳ, ବରିଷ୍ଠ କିର୍ତ୍ତନ ଗୁରୁ ବନମାଳି ଦିଗାଳ, ଫିରିଙ୍ଗିଆ ଶାଖା ସମ୍ପାଦକ ପ୍ରଭାତ କୁମାର ବେହେରା, କୋଷାଧ୍ୟକ୍ଷ ଇନ୍ଦ୍ରମଣି […]

କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ହାଇକୋର୍ଟର ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀ ଗସ୍ତ କରିଛନ୍ତି ।ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଜ୍ଞାନୀନ୍ଦ୍ର ପାଢ଼ୀ, ପ୍ରଦୀପ୍ତ ରଞ୍ଜନ ନାୟକ, ଶିବପ୍ରସାଦ ତ୍ରିପାଠୀ, ବିରୁପାକ୍ଷ ପଣ୍ଡା, କମଳ ବେହେରା, ବୀଣାପାଣି ପ୍ରଧାନ, ମନୋଜ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ଟୁଟୁ ସେନାପତି ପ୍ରମୁଖ ଅନେକ ଆଇନଜୀବୀ ଉପସ୍ଥିତ ରହି ଜଷ୍ଟିସଙ୍କୁ […]

କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜ ନେତାଙ୍କୁ ମାଓବାଦୀଙ୍କ ଚେତାବନୀ !

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର l ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର l ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ହରି ଲୁଟ ଏବଂ ରାଜସ୍ବ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା […]