ବିଭିନ୍ନ ଦାବୀ ପୂରଣ ନେଇ ରାଜ୍ୟ ସଭା ସାଂସଦ ଙ୍କୁ ଦାବୀ ପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ରବିବାର ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଙ୍କୁ କଳିଙ୍ଗା ଠାରେ ବିଶପ ଡ଼ଃ. ଦିଲ୍ଲୀପ କୁମାର ବଳ ଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lମାଇନରୀଟି କମିଶନ ଓ ମାଇନରୀଟିଫାଇନାନସିଆଲ କର୍ପୋରେସନ ରୁ ସଂଖ୍ୟା ଲଘୁ ପିଲାମାନଙ୍କୁ ସ୍କଲାରସିପ ପ୍ରଦାନ କରିବା ଲାଗି କୁହାଯାଇଥିଲା lଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବେଶ ଉପକୃତ ହୋଇପାରନ୍ତେ ବୋଲି କୁହା ଯାଇଛି l

ବେଲଘର ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାକ୍ତରଖାନା ଓ ଡାକ୍ତର ଅଭାବ ଯୋଗୁଁ ଏହାର ସିଧା ସଳଖ ଫାଇଦା ଉଠାଉଛନ୍ତି ଅଣ ତାଲିମ୍ ପ୍ରାପ୍ତ ବଙ୍ଗାଳି ଡାକ୍ତର। କୌଣସି ଅଭିଜ୍ଞତା ନଥିବା ସତ୍ବେ ଡାକ୍ତର ସାଜି ରୋଗୀ ଚିକିତ୍ସା କରିବା ସହ ଚଢ଼ା ଦରରେ ଔଷଧ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡ଼ିଛି। ଏଭଳି ଏକ ବେନାମୀ କ୍ଲିନିକ୍ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବେଲଘର […]

ବ୍ଲକ ସ୍ତରୀୟ ” ଶିଶୁ ପାଇ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ତଥା ଶିଶୁ ସୁରକ୍ଷା କମିଟିର ଆବାହିକା ଶ୍ରୀମତୀ ମିନତି ପାଣିଗ୍ରାହି ଙ୍କ ଆହ୍ୱାନ ରେ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବ୍ଲକ ଅନ୍ତର୍ଗତ […]

ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳର ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା […]

ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଠାରେ ସାଧନ କେନ୍ଦ୍ର ସ୍ତରୀୟ ଏକ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ମେଳା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ବାଲନ୍ଦାପଡା ଓ ଲୁଇସିଂ ପଞ୍ଚାୟତ ଅଧୀନରେ ଥିବା ସ୍କୁଲ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ସାଧନ କର୍ମୀ ସିମାଞ୍ଚଳ ମୂଖି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରି ମାନଙ୍କୁ ତାଲିମ […]

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କର ୧୩୫ ତମ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ (ଉଲା ପ୍ର )ଢେଙ୍କାନାଳ ସ୍ଥାନୀୟ ଦକ୍ଷିଣ କାଳୀ ରୋଡ ସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ସତସଙ୍ଗ ବିହାରଠାରେ ୧୩୫ ତମ ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି.ସତସଙ୍ଗ ପରିଚାଳନା ଶ୍ରୀଯୁକ୍ତ ପ୍ରକାଶ କୁମାର ରାଉତ(ମୁଖ ପ୍ରାରମ୍ଭିକ)ପ୍ରାରମ୍ଭିକ ସୂଚନା ଶ୍ରୀଯୁକ୍ତ ମହାବିର ପ୍ରସାଦ ତ୍ରିପାଠୀ, ଭୁବନେଶ୍ୱର ରୁ ଆସିଥିବା ମୁଖ୍ୟବକ୍ତା ଡକ୍ଟର ସୁମନ୍ତ୍ ମିଶ୍ର ଯୋଗ ଦେଇଥିଲେ… ମୁଖ୍ୟ ବକ୍ତା କହିଥିଲେ ଠାକୁରଙ୍କର ନିତି ଆଦର୍ଶ ବର୍ତ୍ତମାନ ପରିସ୍ଥିତିରେ ଠାକୁରଙ୍କର ଭାବାଦର୍ଶ […]

ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି। ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାଆ ଗୃହର ମଧ୍ୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ହରପ୍ରିୟା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ […]

ନେହେରୁ ଯୁବକେନ୍ଦ୍ର ତରଫରୁ ବିତର୍କ ଓ ରଚନା ପ୍ରତିଯୋଗିତା ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁବାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଏକ ବିତର୍କ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ “୨୦୪୭ ମସିହାର ଭାରତ” INDIA @ 2047 “ଶୀର୍ଷକ କୁ ନେଇ ବିତର୍କ ପ୍ରତିଯୋଗିତାରେ ୧୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ “୨୦୪୭ ମସିହାରେ ମୋ ସ୍ୱପ୍ନର […]

ବାଲିଗୁଡାରେ ଦଶହରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପବିତ୍ର ଦଶହରା ଓ ଦୁର୍ଗାପୂଜା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,ମା ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲୋକନାଥ ପାଢ଼ୀ,ସମ୍ପାଦକ ଶ୍ରୀନିବାସ ରାଓ,ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ ଓ ଅନ୍ୟ ସଦସ୍ୟ ଏବଂ ବହୁ ବୁଦ୍ଧିଜୀବୀ […]

ଚୋରା ଗୋ ଚାଲାଣବେଳେ ଗାଡ଼ି ଜବତ କଲା ପୁଲିସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ଦାରିଙ୍ଗବାଡ଼ି ପୁଲିସ ଏକ ଡାଲା ଅଟୋ ଗାଡ଼ି ଜବତ କରିବା ସହ ୪ଗାଇକୁ ଉଦ୍ଧାର କରିଛି । ସିମନବାଡ଼ି ବଜାର ନିକଟରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । କିରୀକୁଟି ପଞ୍ଚାୟତସ୍ଥିତ କନ୍ଦିବାନ୍ଦା ଗ୍ରାମରୁ ଦନେକବାଡ଼ି ପଞ୍ଚାୟତସ୍ଥିତ କୁପିବାଡ଼ି ଗାଁକୁ ଗୋ ଚାଲାଣ ହେଉଥିବା ବେଳେ ସିମନବାଡ଼ି ବଜାରରେ ପୁଲିସକୁ ଦେଖି ଗୋ ଚାଲାଣ ହେଉଥିବା ଗାଡ଼ି ଏକ ଭିତର ରାସ୍ତାକୁ ଗାଇ ଭର୍ତ୍ତି ଗାଡିକୁ ନେଇ […]