ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ

ଫୁଲବାଣୀ,ଫୁଲବାଣୀ ସହର ର ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ସ୍ଥାନ କୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରି ଥିବା କିଛି ବ୍ୟବସାୟୀ ଙ୍କ କେବିନ କୁ ପୌରପରିଷଦପକ୍ଷରୁ ଗୁରୁବାର ଉଛେଦ କରାଯାଇଛି lତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି lଆଦିବାସୀ ଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହର ରେପୌର ପ୍ରଶାସନ ପକ୍ଷରୁ […]

ସପ୍ତାହେ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ:- ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତ ରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି l ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି l ଅନ୍ୟ ପଟ ରେ ପିଲାମାନଙ୍କ ପରୀକ୍ଷା ଚାଲିଛି ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ […]

ଲକ୍ଷାଧିକ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼(ଉଳାପ୍ର )ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ,କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀ କୁ ଧରିଥିବା ବେଳେ ଆଜି ଜିଲ୍ଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏଥିରେ ସପୃକ୍ତ ମହାନ୍ତି ବନ୍ଧ ବସ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ […]

ବିଦ୍ୟାଳୟ ସ୍ତରୀୟ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ପ୍ରଶିକ୍ଷଣ

ଫୁଲବାଣୀ -20/09(ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ମଙ୍ଗଳ ବିଭାଗ ଅଧୀନ ସମସ୍ତ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କୁ ନେଇ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ସମ୍ବଧିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା lଛାତ୍ରଛାତ୍ରୀ ମନେ ସୁସ୍ଥ ରହିବା ସହ ଜୀବନ କୁ ସୁନ୍ଦର ଭାବରେ ଗଢିତୋଳିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା […]

ବ୍ଲକ କଳା ସାଂସ୍କୃତିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର , ଫିରିଙ୍ଗିଆ ବ୍ଳକ […]

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ଉକ୍ତ ଦାରିଙ୍ଗବାଡ଼ି ଠାରୁ […]

ବିଶିପଡା ପଞ୍ଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ବିଶିପଡା ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସାରା ରାଜ୍ୟର ସମସ୍ତ ପଞ୍ଚାୟତ ସ୍ତରରେ ଜାରିରହିବ ବୋଲି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଶିପଡା ଗ୍ରାମପଞ୍ଚାୟତରେ ସରପଞ୍ଚ ସାକାଳୀ କହଁରଙ୍କ ନେତୃତ୍ୱରେ ବିଶିପଡା ଶିବ ମନ୍ଦିର ପ୍ରାଙ୍ଗଣରୁ ପ୍ରଥମେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉକ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ […]

ଜିଲାପାଳ ଙ୍କ ଇନ୍ଦ୍ରଗଡ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ

ଫୁଲବାଣୀ ସୁନୀଲ ପଟନାୟକ )କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ଇନ୍ଦ୍ରଗଡ ଆଦି ଦୁର୍ଗମ ପଂଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିବା ସହ ଲୋକେ ଏହାର ସୁଫଳ ପାଉଛନ୍ତି କିନାହିଁ ପଚାରିବୁଝିଥିଲେ lବିଶେଷ କରି ଦୁର୍ଗମଞ୍ଚଳରେ ଗରିବ ଲୋକେ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ଇନ୍ଦ୍ରଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ପଚାରି ବୁଝିଥିଲେ lସେହିପରି […]

ଲଗାଣ ବର୍ଷା ରେ ବାଘ ନଦୀରେ ପ୍ରବଳ ବନ୍ୟାଜଳ, ପମ୍ପ ହାଉସ ଉପରେ ଫସିଥିବା ୫ ଉଦ୍ଧାର

ଫୁଲବାଣୀ -20/09(ସୁନୀଲ ପଟନାୟକ ) ସୋମବାର ଓ ମଙ୍ଗଳବାର ଲଘୁ ଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ରେ ବିଭି ନ୍ନ ନଦୀରେ ଜଳ ସ୍ତର ବଢ଼ିବା ରେ ଲାଗିଛି l ଫିରିଙ୍ଗିଆ ବ୍ଲକ ର ବlଲନ୍ଦlପଡ଼l ର ବାଘ ଡୁଙ୍ଗୁରି ଗ୍ରାମର ପାଞ୍ଚ ଜଣ ଗ୍ରାମ ବାସୀ ଆଜି ସକାଳ ସମୟରେ ଗ୍ରାମର ପାଞ୍ଚ ଜଣ ଗ୍ରାମବାସୀ କାମ କରିବାକୁ ବାଘ ନଦୀ ପାର ହୋଇ ବାଲନ୍ଦlପଡ଼l କୁ ଯାଉଥିବା ବେଳେ ବାଘ […]

ଲଗାଣ ବର୍ଷା ରେ କଲଭର୍ଟ ଧୋଇହୋଇଗଲା, ୨ ପଂଚାୟତ ବାସୀ ବିଛିନ୍ନ

ଫୁଲବାଣୀ(ସୁନୀଲ ପଟନାୟକ )ଲଘୁଚାପ ଜନିତବର୍ଷା ରେ ଜିଲାର ବିଭିନ୍ନ ଅଂଚଳ କ୍ଷତିଗ୍ରସ୍ତ ହୋଇଛି l ଲଗାଣ ବର୍ଷା ରେ ତୂମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃତମ ଗଡ଼ ଠାରୁ ସିରଲା ଓ କୋଟଗଡ଼ ଠାରୁ ପାରିଗଡ଼ ପଂଚାୟତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଟେଡିମୁଣ୍ଡାକଲଭର୍ଟ ଧୋଇହୋଇଯାଇଛି lଫଳରେ ୨ ପଂଚାୟତ ର ବୁଢା ଖମ୍ବା, ପାରିଗଡ଼, ଗନଯୁଗୁଡା ମୁଣ୍ଡା ସିଙ୍ଗ, ସାରସିଙ୍ଗିଆ, ବାଲିଗଡା ଆଦି ଅନେକଗ୍ରାମବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଛି lବ୍ଲକ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ […]