ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା: ମା ନବଜାତ ଶିଶୁ ର ମୃତ୍ୟୁ

ଓବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ଶୁକ୍ରବାର ମା’ ଅର୍ଥାତ୍ ଛାତ୍ରୀ ଜଣକ […]

କନ୍ଧମାଳର ୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ଓଏଏସ ପରୀକ୍ଷା ରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ଗତକାଲି ପ୍ରକାଶ ପାଇଥିବା ଓଏଏସ ତାଲିକାରେ ଏମାନଙ୍କ ନାମ ରହିଛି l ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର ଜି.ଉଦୟଗିରି […]

ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ରେ ଆଠଗଡ କଂଗ୍ରେସ ତରଫରୁ ସ୍ମୃତିସଭା

ଆଠଗଡ (ଉଲ୍ଲାପ୍ର )ବରିଷ୍ଠ କଂଗ୍ରେସ ନେତ୍ରୀ ପୂର୍ବତନ ସାଂସଦ ତଥା ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକ ଙ୍କ ଏକାଦଶାହ ଅବସରରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଏକସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ବିଧାୟକ ତଥାଆଠଗଡ କଂଗ୍ରେସର ବିଶିଷ୍ଟ ନେତା ଉମାବଲ୍ଲଭ ରଥଙ୍କ ତତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ସ୍ଥାନୀୟ ଭାଗିରଥି ସାଗରରେ ତିଳ ତର୍ପଣ କରାଯାଇଥିଲା।ଦଳୀୟ ନେତା ଉମାବଲ୍ଲଭ ଙ୍କ ନେତୃତ୍ୱରେ ସ୍ଥାନୀୟ ନେତା ଓ […]

ଶିଶୁ ସମାଚାର ପକ୍ଷରୁ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର, (ଉଲ୍ଲାପ୍ର )ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ପରିପ୍ରେକ୍ଷୀରେ ଶିଶୁ ସମାଚାର ପକ୍ଷରୁ ପୋଲିସ ଲାଇନ ସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା “କଲାମ ଙ୍କ ସମାଜ ପାଇଁ ଅବଦାନ ”ଓ ଚିତ୍ରାଙ୍କନ “କଲାମ ଙ୍କ ସର୍ବଶ୍ରେଷ୍ଟ କୃତି “ଉପରେ ପ୍ରତିଯୋଗିତା ହୋଇଯାଇଛି. ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ମୁଖ୍ୟ ଅତିଥି ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, ବାରେଣ୍ୟ ଅତିଥି ମନୋଜ ରଥ, ଚକ୍ରଧର […]

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩ ଜଣ ଯା କ ଗୁରୁତର ଆହତ ହୋଇଥିଲେ lଖବର ପାଇ. ବାବା ମୁଣ୍ଡା ସୁର ଯୁବକ ସଙ୍ଘ ର କର୍ମକର୍ତା ମାନେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଜଙ୍ଗଲ ରୁ ଆମ୍ବୁଲାନ୍ସ ଯାଏ ଆଣି […]

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି ଦେଇଛି lବିଜେଡି ସୁପ୍ରିମୋ ନବୀନ ପଟନାୟକ ଙ୍କ ନିର୍ଦେଶକ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ଏହି ନିଜୁକ୍ତିଦେଇଛନ୍ତି lବିଜୟ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ l ସେ ବିଜେଡ଼ି ର […]

ଗଞ୍ଜେଇ ଚାଲାଣ ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ । ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୮/୧୦ /୨୦୧୫ […]

କନ୍ଧମାଳ : ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ତେବେ ମୃତ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡାର ହୋଇଥିବା ବେଳେ ତାଙ୍କ ନା ଗୁମାନ ସିଂ ସାହାଣୀ ବୋଲି ଜଣାପଡିଛି I […]

ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତ ରେ ତିନି ଛାତ୍ର ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ):ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ। ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ। ଆହତମାନେ […]

ସାହିତ୍ୟିକ ରାଧାମୋହନ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଫୁଲବାଣୀ(ସୁନୀଲ ପଟନାୟକ )ଅବସରପ୍ରାପ୍ତ ଏସ. ଏମ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଯୋଗଗୁରୁ ପ୍ରଫେସର ରାଧାମୋହନ ମିଶ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଫୁଲବାଣୀ ସ୍ଥିତ ଜଗନାଥ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିଲା lଆର୍ଟ ଅଫ ଲିଭିଂଗ ର ସଂଗଠକ ଅବନୀ କହଁର ଙ୍କ ସଭାପତିତ୍ୱ ରେ ଶ୍ରଦ୍ଧାଞ୍ଜଳି ସଭାଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା lଅନ୍ୟମାନଂକ ମଧ୍ୟରେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥମିଶ୍ର,ଆଇନଜୀବୀ ରମେଶ ମହାନ୍ତି, […]