କନ୍ଧମାଳ : ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ, ଥାନାରେ ଏତଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ବିଜୁ କଲ୍ୟାଣ ମଣ୍ଡପ ନିକଟରୁ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୁତ୍ର ଝାମ୍ପି ନେଲେ ଦୁର୍ବୁତ୍ତ l ମୁନିସିପାଲିଟି ନିକଟରେ ରହୁଥିବା ସବିତା ରାଣୀ ସାହୁ ଜିନିଷ କିଣିବାକୁ ଡ଼ିଆରଡ଼ିଏ ଛକ ନିକଟକୁ ଆସୁଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ହେଲମେଟ ପିନ୍ଧି ବେକରୁ ଝାମ୍ପି ନେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି l ଏ ନେଇ ଟାଉନ ଥାନାରେ […]

ସରପଞ୍ଚ ମାନଙ୍କ ପ୍ରଶିକ୍ଷଣ ଶିବିର: କନ୍ଧମାଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡା ବ୍ଳକର ସମସ୍ତ ପଞ୍ଚାୟତରେ ସରପଞ୍ଚମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନି ମଲ୍ଲିକଙ୍କ ଏହି ଶିବିରକୁ ଉଦଘାଟନ କରିଥିଲେ। କନ୍ଧମାଳର ବିକାଶ ପାଇଁ ସମସ୍ତଙ୍କ ସମନ୍ବୟରେ କାର୍ଯ୍ୟ କରିବାକୁ ଆହ୍ବାନ ଦେବା ସହ ଗରିବ ଦୂରିକରଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି […]

କନ୍ଧମାଳ : କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି I ଏହାସହ ଏକ କାରରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରିଛି ପୁଲିସ I ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଖଜୁରୀଟିକ୍ରା ଗାଁ ପ୍ରଶାନ୍ତ ସାହୁ ଓରଫ (ଆଦିତ୍ୟ) ବୋଲି ଜଣାପଡିଛି I ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ତାଙ୍କ ଟିମ ସହ ପାଟ୍ରୋଲିଂ କରୁଥିବା […]

ପ୍ରବଳ ହଟ୍ଟଗୋଳ ମଧ୍ୟରେ ପରିଷଦ ବୈଠକ, ଅଧାରୁ ଉଠି ଚାଲିଗଲେ ଅଧକ୍ଷା

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦର ୫ମ ବୈଠକ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପରିଷଦରେ କାର୍ଯ୍ୟ ପାରିତ ନ ହୋଇ ବୈଠକ ଅଧାରୁ ଉଠି ଅଧ୍ୟକ୍ଷା ଚାଲି ଯାଇଥିଲେ। ବିବରଣୀରୁ ପ୍ରକାଶ ଯେ, ପରିଷଦ ବୈଠକ ଆରମ୍ଭ ହେଉ ହେଉ ବିରୋଧି ୱାର୍ଡ ସଭ୍ୟ ପ୍ରକାଶ କଲେ ଯେ ପରିଷଦ ବୈଠକରେ ପାରିତ ନିଷ୍ପତ୍ତିକୁ ଅଗ୍ରାଧିକାର ନଦେଇ ମନଇଚ୍ଛା କାର୍ଯ୍ୟକୁ ପାରିତ […]

ବାଲିଗୁଡାରେ ପୁଣି ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ସୂଚନା ଅଧିକାର କର୍ମୀଙ୍କୁ ପୁଣି ଆକ୍ରମଣ l ପୂର୍ବରୁ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦିନ ଦ୍ଵିପ୍ରହରରେ ଗୁଳିକରି ହତ୍ୟା କରାଯାଇଥିଲା। ଏବେ ପୁଣି ଜଣେ ସୂଚନା ଅଧିକାର କର୍ମୀଙ୍କୁ ହୋଟେଲରୁ ଡାକି ନେଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି l ଏହି ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ସୂଚନା ନୁଯାୟୀ, ବାଲିଗୁଡାର ସୂଚନା ଅଧିକାର କର୍ମୀ ମନୋଜ କୁମାର ପଣ୍ଡା ଦଣ୍ଡପଦର ନିକଟରେ […]

ସ୍ୱାଧୀନତାର ୭୫ ବର୍ଷ ପରେ ଵି ଜୀବନକୁ ବାଜି ଲଗାଇ ଦଉଡି ସାହାଯ୍ୟରେ ନଦୀପାର

ଫୁଲବାଣୀ (ସୁନୀଲ ପଟନାୟକ )ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତି ଲାଣି ହେଲେ ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିଲା ନାହିଁ ଫଳରେ ବର୍ଷା ଆସିଲେ ନଦୀରେ ପାଣି ଆସିଲେ ଲୋକ ଜୀବନ କୁ ବାଜି ଲଗାଇ ଦଉଡି ସାହାଯ୍ୟରେ ରାହୁଲ ନଦୀ ପାର ହେଉଛନ୍ତି lଦଉଡି ଧରି ସମସ୍ତେ ଧାଡ଼ିବାନ୍ଧି ଆସୁଛନ୍ତି lଦଉଡି ଛିଡିଗଲେ ଜୀବନ ଚାଲିଯିବା ଭୟ ରହିଛି lପୋଲ ଟିଏ ନିର୍ମାଣ କରିବାକୁ ଗ୍ରାମବାସି ବାରମ୍ବାର ଦାବୀ କରିଆସୁଥିଲେ ଵି […]

କନ୍ଧମାଳ ରେ ୬୫ ନୂତନ ପ୍ରକଳ୍ପ ଦ୍ୱାରା ୧୨୯୨ ହେକଟର ଜମି ଜଳସେଚିତ

ଫୁଲବାଣୀ (ସୁନୀଲ ପଟନାୟକ )ଚାଷୀ ଓ ଚାଷ ର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି lଆଉ ଅଧିକ ରୁ ଅଧିକ ଚାଷ ଜମି ଯେପରି ଜଳ ସେଚିତ ହୋଇପାରିବ ସେଥି ପାଇଁଅନେକ ଯୋଜନା କରିଛନ୍ତି ସରକାର l ଆଉ ଆରଆଇଡ଼ିଏଫ ଯୋଜନା ମାଧ୍ୟମ ରେ ଉଠା ଜଳସେଚନ ବିଭାଗ ଦ୍ୱାରା କନ୍ଧମାଳ ଜିଲ୍ଲାର ୧ ୨ ଟି ବ୍ଲକ ରେ ୬୫ ଟି ପ୍ରୋଜେକ୍ଟ ମାଧ୍ୟମ ରେ ୧୨୯୨ ହେକ୍ଟର ଚାଷ […]

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ, ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ୧ ଅକ୍ଟବର ରୁ 30 ଅକ୍ଟବେlର 2022 ପର୍ଯ୍ୟନ୍ତ ଚାଲିବl ନେହରୁ ଯୁବ କେନ୍ଦ୍ର ତରଫରୁ ସୋମବାର ଫୁଲବାଣୀ ସହର ରେ ଅନୁଷ୍ଠିତ ସ୍ଵଛ ଭାରତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରକାରୀ ITI ଅଧକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ,l ଅନ୍ୟ ମାନଙ୍କ […]

ଭୁସ୍ଖଳନ ଅଞ୍ଚଳ ହେଲା ନିଷିଦ୍ଧାଞ୍ଚଳ : ଆଗକୁ ବାତ୍ୟା , ଭୟଭୀତ ଅବସ୍ଥାରେ କୁମ୍ଭାରୀପଦର ଗ୍ରାମବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସୁଛି । ଗତ ମାସରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ସ୍ଥାନୀୟ ପ୍ରଶାସନ ୪ ଶହ ଲୋକଙ୍କୁ […]

ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ : ଗାଁକୁ ଫେରିଲା ମୃତଦେହ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮)।ସୂଚନାଯୋଗ୍ୟ, ଯେ, ରତନ କିଛିମାସ ତଳେ ଚେନ୍ନାଇ ଯାଇ ଏକ ଆଲୁମିନା କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ସେ ଗ୍ରାମକୁ ଆସିବା ପାଇଁ କମ୍ପାନୀରୁ ଏକ […]