କନ୍ଧମାଳ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ-୨୦୨୨

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ୍ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାରେ ଥିବା ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ ଅନ୍ତେବାସୀ ମାନେ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଏକକ ସଙ୍ଗୀତ, ଚିତ୍ରାଙ୍କନ, କୁଇନ୍ ଓ ବକୃତା ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ […]

ତୁମୁଡିବନ୍ଧରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ‘ଡିଜିଗୋଭ’ କର୍ମଶାଳା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଶିକ୍ଷା ଅଭିଯାନ ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତୁମୁଡିବନ୍ଧ ବ୍ଲକ ର ୧୩୬ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ସରକାରୀ ଅନୁଦାନ କୁ ଏହି “ଡିଜିଗୋଭ” ମାଧ୍ୟମରେ କିଭଳି ଭାବେ ବିନିଯୋଗ କରାଯିବ ସେ ଉପରେ ତୁମୁଡିବନ୍ଧ ଭାରତୀୟ […]

ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଦିଦି ବି ଖୁସ, ପିଲାଏ ଖୁସ

ଫୁଲବାଣୀ (, ସୁନୀଲ ପଟନାୟକ )ଟିକିଏ ଭଲ କରି ଦେଖନ୍ତୁ ଏହି ଅଙ୍ଗନ ବାଡି କେନ୍ଦ୍ର ଟିକୁl ଦେଖିଲେ ଲାଗୁଛି ଅଙ୍ଗନବାଡି କେନ୍ଦ୍ର ନୁହେଁ ଚିଲଡ୍ରେନ୍ସ ପାର୍କ l ଭଳିକିଭଳି ଫୁଲ ଗଛ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଖସଡ଼ା, ଦୋଳି, ଉଠାପକା ଖେଳ ଆଦି ବିଭିନ ପ୍ରକାର ସୁନ୍ଦର ସୁନ୍ଦର.ଖେଳ ସାମଗ୍ରି ମାନ ରହିଛି କେନ୍ଦ୍ର ସମ୍ମୁଖରେ lଆଉ ଇନ ଡୋର ଖେଳ ସାମଗ୍ରୀ ଓ ପଠନ ସାମଗ୍ରି ମଧ୍ୟ ଭିତରେ ରହିଛି l ଅଙ୍ଗନବାଡୀ […]

ବିଲ ଭିତରୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ((ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତର ଗଞ୍ଜୁଖୋଲଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲିର ବଉଦ କହଁରଙ୍କ ପୁଅ ବିଭୁଦତ୍ତ କହଁର(୧୯) ।ବିଭୁଦତ୍ତ ଫିରିଙ୍ଗିଆରେ ଥିବା ତାଙ୍କ ଭାଇଙ୍କ ଶଳା ଘରେ ରହି ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ। ସେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ନିଜ ଘରୁ ବାହାରି ଗଞ୍ଜୁଖୋଲରେ ରହୁଥିବା ଭଉଣୀ ଯମୁନା […]

କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜନ ହିତକର କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମାଓ ଉପଦୃତ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଶୁକ୍ରବାର ଦିନ ଏକ ଜନ ସହାୟତା କାର୍ଯ୍ୟକ୍ରମ ତୁମୁଡିବନ୍ଧ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ 127 କମାଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧର୍ମେନ୍ଦ୍ର କୁମାର, ପ୍ରଦୀପ ଭି.କେ., ଗୋଷ୍ଠୀ ଉନ୍ନୟନ […]

ବାଲିଗୁଡା ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ କାର୍ଯାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିଗୁଡା ବ୍ଲକର ଚଉଦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସି ରୁ ୧୪୬ ଜଣ କଳାକାର […]

ଦୁର୍ନିତୀ ଗ୍ରସ୍ତ ବିଡ଼ିଓ ଙ୍କ ବଦଳି ଦାବୀ କଲେ ଅଧକ୍ଷା

ଫୁଲବାଣୀକନ୍ଧମାଳ ଜିଲ୍ଲା ଜି. ଉଦୟ ଗିରୀ ବିଡ଼ିଓ ଙ୍କ ମନ ମୁଖି କାର୍ଯ୍ୟ, ଦୁର୍ନିତୀ, ଲୋକପ୍ରତିନିଧିଂକୁ ଅଣ ଦେଖା,ପିସିକାରବାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଶେଷରେ ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଆଉ ତୁରନ୍ତ ବିଡ଼ିଓ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି ନ କଲେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଧମକ ଦେଇଛନ୍ତିlପନ୍ଦର ଦିନ ମଧ୍ୟରେ ବଦଳି ନହେଲେ ବ୍ଲକ ସମ୍ମୁଖରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି lଯାହାକି ଜି. […]

ଗୁଜରାଟ ଘଟଣା ପରେ ଚେତିଲା କନ୍ଧମାଳ ପ୍ରଶାସନ, ଝୁଲା ପୋଲ ମରାମତି କରିବାକୁ ଚିଠି

ଫୁଲବାଣୀ ସୁନୀଲ ପଟ୍ଟନାୟକଗୁଜରାଟର ଘଟଣା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା। ଗୁଜରାଟର ମୋ ର୍ବି ରେ ଝୁଲା ପୋଲ ଛଣ୍ଡି ପଡିବା ଫଳରେ ଦେଢ଼ଶହ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।ଏହାପରେ ଜିଲାର ବାଲିଗୁଡ଼ା ଅଞ୍ଚଳରେ ଥିବା ଦୁଇଟି ଝୁଲା ପୋଲ ନିର୍ମାଣ ପରଠୁ ମରାମତି ହୋଇ ନି। ଏଣୁ ,କାଳେ ଛିଣ୍ଡିଯିବ ସେ ଆଶଙ୍କା କରି ବାଲିଗୁଡ଼ା ଆଇଟିଡିଏ ଏବେ ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଛି […]

ମାଓ ଇଲାକାରେ ସି ଆରପିଏଫ ଜନ ସମ୍ପର୍କ ଶିବିର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ଠାରେଶନିବାର ସିଆରପିଏଫ ଅଷ୍ଟମ ବାଟାଲିଅନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା lସୁରକ୍ଷା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ପ୍ରତିଷ୍ଠା ଏହି ଶିବିର ର ମୂଳଲକ୍ଷ୍ୟ ବୋଲି ସିଆରପିଏଫ ଅଧିକାରୀ ଦେବ ପିୟୁଷ ଭରଦ୍ୱାଜ ଅଧିକାରୀ କହିଥିଲେ l ପୋଲିସ କୁ ବନ୍ଧୁ ବୋଲି ଭାବି ସହଯୋଗ ର ହାତ ବଢ଼ାଇଲେ […]

ଧର୍ମେନ୍ଦ୍ର ସାହୁ ହତ୍ୟା ଓ ଅର୍ଚ୍ଚନା ନାଗ କେଳେଙ୍କେରୀ ପାଇଁ ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ପ୍ରତିବାଦ ସଭା ଓ ଦାବୀ ପତ୍ର

କଟକ (ଉଲ୍ଲାପ୍ର )ଭାରତୀୟ ଜନତା ପାର୍ଟି, କଟକ ନଗର ଶାଖା ତରଫରୁ କଟକଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ କେଳେଙ୍କାରୀ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ବକ୍ତାମାନେ କହିଥିଲେ ରାଜ୍ୟରେ ବିଜୁ ଜନତା ଦଳ ସରକାରର ବହୁ ଦୁର୍ନୀତି,ଭ୍ରଷ୍ଟାଚାର ସହିତ ନିରନ୍ତର ଘଟିଚାଲିଥିବା ବ୍ୟଭିଚାର ଓ ତଦଜନିତ […]