#Breaking News

ଆଠଗଡ ରେ ବିଶ୍ୱ ମସ୍ତିଷ୍କ ଘାତ ଦିବସ ପାଳିତ ଆଠଗଡ

(ଉଲ୍ଲାପ୍ର ) ବିଶ୍ଵ ମସ୍ତିସ୍କଘାତ ଦିବସ ଅବସରରେ  ବ୍ରହ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଯୋରନ୍ଦା ସେକ୍ଟର ରାଧାଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋରନ୍ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ) ଓ ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଯୋରନ୍ଦା ସେକ୍ଟର ବହୁମୁଖି ସ୍ବାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରିଥିଲେ।ଏହି ଅବସର ରେ ସରପଞ୍ଚ ପ୍ରଭାକର ରାଉତ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେଜିନା ପ୍ରିୟଦର୍ଶିନୀ,ଡାକ୍ତର ସିଦ୍ଧାର୍ଥ ବେହେରା,ସ୍ଵାସ୍ଥ୍ୟ କର୍ମୀ ପୁଷ୍ପାଞ୍ଜଳି ପ୍ରଧାନ,ବିଜୟ ଜେନା,ସମସ୍ତ ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ଗାଁ କଲ୍ୟାଣ ସମିତି ର ସଭ୍ୟ ଓ ସଭ୍ୟା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ସମସ୍ତ ସରକାରୀ ଡାକ୍ତରଖାନା ରେ ସିଟିସ୍କାନ ଓ ଏମ. ଆର.ଆଇ ଭଳି ଅତ୍ୟାଧୁନିକ ନିଦାନ ଯନ୍ତ୍ର ଦ୍ବାରା ମାଗଣାରେ ବ୍ରେନ ଷ୍ଟ୍ରୋକ ର ଚିହ୍ନଟ ଓ ଚିକିତ୍ସା ଉପଲବ୍ଧ।ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଦ୍ଵାରା ଏହି ରୋଗର ପ୍ରତିରୋଧ କରାଯାଇପାରିବ।ଷ୍ଟ୍ରୋକ ରୁ ସୁରକ୍ଷିତ ରହିବା ପାଇଁ କମଲୁଣ,ଅଧିକ ତନ୍ତୁଯୁକ୍ତ ଓ କମ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଉଚିତ।ନିୟମିତ ଯୋଗ,ପ୍ରାଣାୟମ ଓ ବ୍ୟାୟାମ ଆଦି କରିବା ଉଚିତ।ମସ୍ତିସ୍କ କୁ ରକ୍ତ ପ୍ରବାହ ବନ୍ଦ ହୋଇ ହଠାତ ଦୁର୍ବଳ ଅନୁଭବ କରିବା ଓ ଶରୀର ର କୌଣସି ଅଙ୍ଗ ଅଚଳ ହୋଇଗଲେ ତାକୁ ମସ୍ତିସ୍କ ଘାତ କୁହାଯାଏ।ବୟସ୍କ ଲୋକମାନେ ଅଧିକ ମସ୍ତିଷ୍କଘାତ ରୋଗର ଶିକାର ହୋଇଥାନ୍ତି।ତେଣୁ ଏମାନେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ। ମସ୍ତିଷ୍କଘାତ ର ମୁଖ୍ୟ କାରଣ ହେଲା ଅତ୍ୟଧିକ ମଦ୍ୟପାନ,ଉଚ୍ଚ ରକ୍ତଚାପ,କୋଲେଷ୍ଟ୍ରୋଲ୍ ପରିମାଣ ବୃଦ୍ଧି, ଧୁମ୍ରପାନ,ମୋଟାପଣ ଓ ଆଳସ୍ୟ।ହଠାତ୍ ମୁଖ ର ମାଂସପେଶି ଦୁର୍ବଳ ଲାଗିବା ଓ ଝିମଝୀମ ଲାଗିବା,ହାତ ଓ ଗୋଡ ଦୁର୍ବଳ ଲାଗିବା କିମ୍ବା ଅଚଳ ହୋଇଯିବା, ପାଟି ଖନୀ ବାଜିବା ବା ବାକଶକ୍ତି ବନ୍ଦ ହୋଇଯିବା, ବାଉଳିଚଉଳି ହେବା,ଆଖିକୁ ଝାପସା ଦେଖାଯିବା ଓ ଅସହ୍ୟ ମୁଣ୍ଡବିନ୍ଧା ହେବା।ସପ୍ତାହ ର ପ୍ରତି ଗୁରୁବାର ଦିନ ଅଣ ସଂକ୍ରାମକ ଚିହ୍ନଟ ଶିବିର କୁ ଯାଇ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କଲେ ଏହି ରୋଗରୁ ନିଜକୁ ରକ୍ଷା କରିପାରିବା ବୋଲି ସମସ୍ତଙ୍କୁ ସଚେତନତା କରାଯାଇଥିଲା

Leave a comment

Your email address will not be published. Required fields are marked *