#Breaking News

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘୋଷଣା, ହକି ଟିମର ପଞ୍ଜାବ ଖେଳାଳିମାନଙ୍କୁ ମିଳିବ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର

ଭାରତୀୟ ହକି ଟିମ୍ ପ୍ୟାରିସ ଅଲିମ୍ପିକ-୨୦୨୪ରେ ବ୍ରୋଞ୍ଜ ମେଡାଲ ବିଜେତା ହୋଇଛି। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍ରେ ଭାରତୀୟ ହକି ଟିମ୍ ସ୍ପେନକୁ ୨-୧ ଅନ୍ତରରେ ହରାଇ ବାଜିମାତ କରିଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୦ରେ ଭାରତୀୟ ହକି ଟିମ୍ ଟୋକିଓ ଅଲିମ୍ପିକ୍ରେ ବ୍ରୋଞ୍ଜ ମେଡାଲ ଜିତିଥିଲା। ଏବେ ଭାରତୀୟ ଟିମ୍ର ଏହି ବିଜୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁରସ୍କାର ଘୋଷଣା କରିଛନ୍ତି।

ପ୍ୟାରିସ୍ ଅଲିମ୍ପିକ ୨୦୨୪ରେ ଗୁରୁବାର ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବେଶ୍ ଖୁସି ହୋଇଛନ୍ତି। ଏ ନେଇ ମାନ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ପଞ୍ଜାବ ସରକାରଙ୍କ ଖେଳ ନୀତି ଅନୁସାରେ ଆମେ ହକି ଟିମର ପଞ୍ଜାବର ପ୍ରତ୍ୟେକ କାଂସ୍ୟ ପଦକ ବିଜେତା ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଏଥିରେ ଭଗବନ୍ତ ମାନ ଲେଖିଛନ୍ତି ଯେ ‘ ଚକଦେ ଇଣ୍ଡିଆ ..ଇନାମ’।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ ଭାରତୀୟ ହକି ଟିମ୍ ପ୍ୟାରିସ୍ ଅଲିମ୍ପିକ୍ ରେ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ମେଡାଲ ଜିତି ଇତିହାସ ରଚିଛି। ପ୍ୟାରିସ୍ରେ ଭାରତ ଚତୁର୍ଥ ଅଲିମ୍ପିକ ପଦକ ଜିତିଛି। ଏଥି ପାଇଁ ଭଗବନ୍ତ ମାନ ପୁରା ହକି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବନ୍ତ ମାନ କହିଛନ୍ତି ଯେ ଆମ ଲାଗି ଏହା ସବୁଠୁ ଗର୍ବର କଥା ଯେ ଟିମ୍ରେ କ୍ୟାପ୍ଟେନ ହରମନ ପ୍ରିତ ସିଂହ ଓ ଉପ କ୍ୟାପ୍ଟେନ ହାର୍ଦ୍ଦିକ ସିଂହ ସମେତ ୧୦ ଜଣ ପଞ୍ଜାବୀ ଖେଳାଳି ଖେଳୁଥିଲେ। ଟିମ୍ର ପ୍ରତ୍ୟେକ ଖେଳାଳି ଭଲ ଖେଳିଛନ୍ତି।

Leave a comment

Your email address will not be published. Required fields are marked *