ପିସିସି ସଭାପତିଙ୍କୁ କାଲିମାଡ଼ ଘଟଣାରେ ପାଞ୍ଚ କଂଗ୍ରେସ ନେତାଙ୍କୁ ୬ ବର୍ଷପାଇଁ ବହିଷ୍କାର
ଭୁବନେଶ୍ୱର ( ଉଲ୍ଲାପ୍ର )ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏଆଇସିସି । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର ହୋଇଥିବା ୫ ଜଣ ହେଲେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଶ୍ରେୟସ୍ମିତ ପଣ୍ଡା, ଛାତ୍ର କଂଗ୍ରେସର ସନ୍ଦୀପ ରାଉତରାୟ, ଆୟନ୍ ସାସମଲ୍ ଏବଂ ଯୁବ କଂଗ୍ରେସ ନେତା ଅମରେଶ ପରିଡ଼ା ।
ସୂଚନା ଅନୁସାରେ ଗତ ଜୁନ୍ ୨୧ରେ କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ କରିଥିଲେ ବିଦ୍ରୋହୀ କଂଗ୍ରେସ କର୍ମୀ । ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିବା ସହ ତାଙ୍କ ବିରୋଧରେ କିଛି ଯୁବକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।
କାଳିମାଡ଼ ପରେ ପ୍ରତିକ୍ରିୟା ରଖିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଥିଲେ, ଏହା ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି । ତାକୁ ପ୍ରତିହତ କରିବାକୁ ଏମିତି କାଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଏହି କାମ ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ। କଂଗ୍ରେସ ଉତ୍ ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି କହିଥିଲେ ଶରତ ପଟ୍ଟନାୟକ ।
ଗତ ନିର୍ବାଚନ ବେଳେ କଂଗ୍ରେସର ଟିକଟ୍ ଫେରାଅ ନୀତି ଦେଖିବାକୁ ମିଳିଥିଲା । ଟିକଟ୍ ବଣ୍ଟନରେ ଅନିୟମିତତା ନେଇ ମାଳ ମାଳ ଅଭିଯୋଗ ଆସିବା ସହ ପାର୍ଟି ଫଣ୍ଡିଂକୁ ନେଇ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଟିକଟ ଫେରାଇଥିଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଇ ମେଲ୍ ଯୋଗେ ଏଆଇସିସିକୁ ଟିକେଟ ଫେରାଇବା ସମ୍ପର୍କରେ ଅବଗତ କରିଥିଲେ । ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ୍ ପାଇଁ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ପାର୍ଟି ଫଣ୍ଡିଂ ତାଙ୍କୁ ନମିଳିବାରୁ ସେ ପ୍ରଚାର କରିପାରୁନଥିବା ଉଲ୍ଲେଖ କରିଥିଲେ । ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ । ସେହିପରି ଗତ ନିର୍ବାଚନରେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ ମଧ୍ୟ କରିଥିଲା କଂଗ୍ରେସ । ଯାହାକୁ ନେଇ କିଛି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ( ଉଲ୍ଲାପ୍ର )ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏଆଇସିସି । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର ହୋଇଥିବା ୫ ଜଣ ହେଲେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଶ୍ରେୟସ୍ମିତ ପଣ୍ଡା, ଛାତ୍ର କଂଗ୍ରେସର ସନ୍ଦୀପ ରାଉତରାୟ, ଆୟନ୍ ସାସମଲ୍ ଏବଂ ଯୁବ କଂଗ୍ରେସ ନେତା ଅମରେଶ ପରିଡ଼ା ।
ସୂଚନା ଅନୁସାରେ ଗତ ଜୁନ୍ ୨୧ରେ କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ କରିଥିଲେ ବିଦ୍ରୋହୀ କଂଗ୍ରେସ କର୍ମୀ । ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିବା ସହ ତାଙ୍କ ବିରୋଧରେ କିଛି ଯୁବକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।
କାଳିମାଡ଼ ପରେ ପ୍ରତିକ୍ରିୟା ରଖିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଥିଲେ, ଏହା ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି । ତାକୁ ପ୍ରତିହତ କରିବାକୁ ଏମିତି କାଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଏହି କାମ ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ। କଂଗ୍ରେସ ଉତ୍ ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି କହିଥିଲେ ଶରତ ପଟ୍ଟନାୟକ ।
ଗତ ନିର୍ବାଚନ ବେଳେ କଂଗ୍ରେସର ଟିକଟ୍ ଫେରାଅ ନୀତି ଦେଖିବାକୁ ମିଳିଥିଲା । ଟିକଟ୍ ବଣ୍ଟନରେ ଅନିୟମିତତା ନେଇ ମାଳ ମାଳ ଅଭିଯୋଗ ଆସିବା ସହ ପାର୍ଟି ଫଣ୍ଡିଂକୁ ନେଇ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଟିକଟ ଫେରାଇଥିଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଇ ମେଲ୍ ଯୋଗେ ଏଆଇସିସିକୁ ଟିକେଟ ଫେରାଇବା ସମ୍ପର୍କରେ ଅବଗତ କରିଥିଲେ । ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ୍ ପାଇଁ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ପାର୍ଟି ଫଣ୍ଡିଂ ତାଙ୍କୁ ନମିଳିବାରୁ ସେ ପ୍ରଚାର କରିପାରୁନଥିବା ଉଲ୍ଲେଖ କରିଥିଲେ । ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ । ସେହିପରି ଗତ ନିର୍ବାଚନରେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ ମଧ୍ୟ କରିଥିଲା କଂଗ୍ରେସ । ଯାହାକୁ ନେଇ କିଛି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।