ଓଏଏସ ପାଇଲେ କନ୍ଧମାଳର ସୁଚିସ୍ମିତା

ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହି ର ପ୍ରଫୁଲ୍ଲ ପାଣିଗାହି ଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ OAS ରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଚି | ବାପା ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମା ସୁପ୍ରଭା ପାତ୍ର ଙ୍କ ଝିଅ ସୁଚି ସ୍ମିତା ।
ଏହି ପରୀକ୍ଷା ସମୟରେ ସୁଚିସ୍ମିତା ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ରେ ତାଙ୍କର ହାତ ଏବ୍ଂ ଗୋଡ ଭାଙ୍ଗିଯାଇଥିଲା ହେଲେବି ହାର୍ ମାନି ନଥିଲେ ସୁଚିସ୍ମିତା । ନିୟମିତ ପ୍ରସ୍ତୁତି ଜାରୀ ରଖିଥିଲେ ।ନିଜର କଠିନ ପରିଶ୍ରମ ,ନିଷ୍ଠା ଓ ଦୃଢ ମନୋବଳ ଯୋଗୁ ସେ ଆଜି ସଫଳତା ହାସଲ କରିଛନ୍ତି।| ଶେଷରେ ସେ ହୁଇଲ ଚେୟାର ରେ ବସି ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ଆଜି ନିଜ ଲକ୍ଷ୍ୟ ହାସଲ କରିଛନ୍ତି |