ଫିରିଙ୍ଗିଆ ପୋଲିସ ର ସଫଳତା
ଚୋରି ବାଇକ ଉଦ୍ଧାର, ଅଭିଯୁକ୍ତ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )
ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ବ ରେ ପୋଲିସ ଟିମ ଚାରିଟି ବାଇକ ଚୋରି ରାକେଟ ଠାବ କରିଛି l ଫିରିଙ୍ଗିଆ ପୋଲିସ କେଶ ନ. 33/23,78/23ଓ ବାଲିଗୁଡା ପୋଲିସ କେଶ ନ. 132/23,142/23 ରେ ଚୋରି ହୋଇଥିବା ଚାରୋ ଟି ବାଇକ ଉଦ୍ଧାର କରିବା ସହ ଆଉ ତିନୋ ଟି ଅଭିଯୁକ୍ତ ତିନି ଜଣଙ୍କ ଠାରୁ ଜବତ କରିଛି l ତେବେ ଅଭିଯୁକ୍ତ ବ୍ୟବହାର କରୁଥିବା ବାଇକ ଗୁଡିକ ମଧ୍ୟ ଚୋରି ବାଇକ ବୋଲି ପୋଲିସ ସନ୍ଦେହ କରୁଛି l ଗିରଫ ୩ ଜଣ ଅଭିଯୁକ୍ତ ମାନେ ହେଲେ ଦାମୀ ଗ୍ରାମରହରି ଚନ୍ଦନ କହଁର, ରତଙ୍ଗ ଗ୍ରାମର ସୋଭାଗ୍ୟବା ନ ବେହେରା, ଓ ବିଶ୍ୱ ରଞ୍ଜନ କହଁର ବୋଲି ପୋଲିସ କହିଛି l ତେବେ ଦୁଇଜଣ ଅଭିଯୁକ୍ତ ପୋଲିସ କବଳ ରୁ ଚମ୍ପଟ ମାରିଥିଲେ l
ଫିରିଙ୍ଗିଆ ପୋଲିସ ଗିରଫ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି l
ତେବେ ଫେରାର ୨ ଅଭିଯୁକ୍ତଙ୍କୁ ଅତିଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ନାହାକ କହିଛନ୍ତି l
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ଫିରିଙ୍ଗିଆ ପୋଲିସ ବେଶ ସଫଳତା ହାସଲ କରୁଥିବା ଜଣାପଡିଛି l