ବରିଷ୍ଠ ସାମ୍ବାଦିକ ଙ୍କ ଅକାଳ ମୃତ୍ୟୁ ରେ ଶୋକ

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳ ର ବରିଷ୍ଠ ସାମ୍ବାଦିକ କୁନାଲ ବେହେରା ଙ୍କ ଆଜି ଅକାଳ ମୃତ୍ୟୁ ହୋଇଯାଇଛି କୁନାଲ ଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇଁ ରାଇକିଆ ସମେତ କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି l
କୁନାଲ ବିଭିନ୍ନ ସମ୍ବାଦପତ୍ର, ୱେବ ଚାନେଲ ଓ ଟିଭି ଚାନେଲ ରେ ବେଶ ନିଷ୍ଠା ଓ ଆନ୍ତରିକତାର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଥିଲେ l ବିଶେଷ କରି ଗ୍ରାମାଞ୍ଚଳ ର ଅଭାବ ଅସୁବିଧା କୁ ନିଜ ଖବର କାଗଜ ଓ ଚାନେଲ ମାଧ୍ୟମ ରେ ଲୋକଲୋଚନ କୁ ଆଣୁଥିଲେ lତାଙ୍କର ଅକାଳ ବିୟୋଗ ସମସ୍ତ ଙ୍କୁ ମର୍ମାହତ କରିଛି l
ସେ ଜିଲ୍ଲା ସାମ୍ବାଦିକ ସଙ୍ଘ ସହ ଜଡିତ ଥିଲେ lତାଙ୍କର ଅକାଳ ମୃତ୍ୟୁ ରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସଂଗଠନ ସମ୍ପାଦକ ଜୟଶେନ ପରିଡା, ସାଧାରଣ ସମ୍ପାଦକ ସମାଜସେବୀ ଅଶୋକ ପରିଡା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଦାରିଂବାଡ଼ି ର ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସାହୁ, ରାଇକିଆ ଅଭିମନ୍ୟୁ ପଣ୍ଡା, ପ୍ରଭାତ ନନ୍ଦ, ଅଜିତ ନାୟକ, ବରିଷ୍ଠ ସାମ୍ବାଦିକ ଶିଶିର ପଟନାୟକ,
ଓ ୟୁ ଜେ ଜିଲ୍ଲା ସଭାପତି ଅଶୋକ ମହାନ୍ତି, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟନାୟକ, ପ୍ରଶାନ୍ତ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବାସହ ତାଙ୍କର ଅ ମର ଆତ୍ମା ର ସଦଗତି କାମନା କରିଛନ୍ତି l
କୁନାଲ ଙ୍କ ଅକାଳ ମୃତ୍ୟୁ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି l