ଓଷ୍ଟା ତରଫରୁ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ଆଠଗଡ ( ଉଲ୍ଲାପ୍ର )ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଙ୍ଘ(ଓଷ୍ଟା) , ଆଠଗଡ଼ ତରଫରୁ ଦଶମ ପରୀକ୍ଷା ରେ ୫୬୧ ମାର୍କ ରଖି ଆଠଗଡ଼ ବ୍ଲକ ରେ ପ୍ରଥମ ହୋଇଥିବା ରାଧେଶ୍ୱରୀ ବେହେରା ଙ୍କୁ ତାଙ୍କ ବାସ ଭବନରେ ଭେଟି ସମ୍ବର୍ଦ୍ଧିତ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଏଥି ସହିତ ଆଠଗଡ଼ ର ଝିଅ ତଥା ଶିକ୍ଷୟିତ୍ରୀ ଜ୍ୟୋତି ସରଙ୍ଗୀ ଓଡିଶା ଶିକ୍ଷା ସେବା ପରୀକ୍ଷା ରେ ୨୪ ନଂ ସ୍ଥାନ ରେ ସଫଳତା ହାସଲ କରିଥିବା ରୁ ତାଙ୍କୁ ମଧ୍ୟ ଓଷ୍ଟା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଓଷ୍ଟା, ଆଠଗଡ଼ ର ସଭାପତି ଶ୍ରୀ ଶଙ୍କର୍ଷଣ ସାହୁ,ଯୁଗ୍ମ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ,ଉପସଭାପତି ସୌଭାଗିନି ସାମନ୍ତରାୟ,ନିହାରିକା ବିଶ୍ଵାଳ, ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିତା ଦାଶ, ଶିକ୍ଷୟିତ୍ରୀ ସରିତା ମିଶ୍ର ଉକ୍ତ ସମ୍ବର୍ଦ୍ଧନା ରେ ଯୋଗ ଦେଇଥିଲେ।