ଦୂର୍ଘଟଣା ରେ ଆହତ ସାମ୍ବାଦିକ ଙ୍କୁ ଏମସ ରେ ଭେଟିଲେ ସଙ୍ଘ ପ୍ରତିନିଧି

ଫୁଲବାଣୀ (ସୁନୀଲ ପଟନାୟକ )
ଏକ ରାସ୍ତା ଦୂର୍ଘଟଣା ରେ ଗୁରୁତର ଆହତ ହୋଇ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବରିଷ୍ଠ ସାମ୍ବାଦିକ
ରଜତ କୁମାର ନାୟକ ବର୍ତ୍ତମାନ ଏମ୍ସ ହସ୍ପିଟାଲ ଭୁବେନେଶ୍ୱର ରେ ଚିକି ତ୍ସିତ ହେଉଛନ୍ତି l ରଜତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ତାଙ୍କୁ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ପ୍ରତିନିଧି ଭେଟିଥିଲେ l ବରିଷ୍ଠ ସାମ୍ବାଦିକ,
ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ, ସମାଜସେବୀ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସାଧାରଣ ସମ୍ପାଦକ ଅଶୋକ ପରିଡା, ସଂଗଠନ ସମ୍ପାଦକ ଜୟସେନ ପରିଡା, ଶିବରାମ ନାୟକ, ଅଚ୍ୟୁତ ସେଠି ପ୍ରମୁଖ ଭେଟି ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିବା ସହ ଶିଘ୍ରଆ ରୋଗ୍ୟ କାମନା କରି ଥିଲେ lରଜତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଅlସୁଥୁବା ଜଣାପଡିଛି l
ଏହି ଅବସରରେ ରଜତ ଙ୍କ ଚିକିତ୍ସାପାଇଁ ଅଳ୍ପ କିଛି ସହାୟତା ପ୍ରଦାନ କରିବାସହ ଆଗକୁ ଅଧିକ ସହାୟତା ଯୋଗାଇଦିଆଯିବ ବୋଲି କୁହାଯାଇଛି l