ବାଲିଗୁଡା ସଂକୁଳ ସ୍ତରୀୟ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟଶାଳା ଉଦଘାଟିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସଂକୁଳର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ଡ଼ଃ ମଧୁସୂଦନ ମହାପାତ୍ର ଯୋଗଦେଇ ହିନ୍ଦୁ ଜୀବନ ଶୈଳୀରେ ଆଧ୍ୟାତ୍ମିକତା ଓ ବୈଜ୍ଞାନିକତା ଉପରେ ଏକ ତୁଳନାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ | ସଂକୁଳ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ତୁମୁଡିବନ୍ଧ ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ସଂଯୋଜନା ସହ ପରିଚାଳନା କରିଥିଲେ | ପରିଚାଳନା ସମିତିର ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ସହ ସମ୍ପାଦକ ଦଣ୍ଡପାଣି ଭୂୟାଁ, ସଦସ୍ୟା ମନୋରମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟଶାଳା ରେ ବାଲିଗୁଡା ସମେତ ତୁମୁଡିବନ୍ଧ, ରାଇକିଆ, ଦାରିଙ୍ଗବାଡି ଓ ସାରଙ୍ଗଡ଼ ଅଞ୍ଚଳରୁ ରୁ ୫୦ ରୁ ଉର୍ଦ୍ଧ୍ଵ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ | ଶେଷରେ ରାଇକିଆ ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
