ଢେଙ୍କାନାଳ ରେ ଇଦ ପାଳିତ


ଢେଙ୍କାନାଳ ( ଉଲ୍ଲାପ୍ର )ଆଜି ହେଉଛି ଇଦ୍ ମୁବାରକ ବା ଇଦୁଲଫିତର। ଯାହାକି ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ପର୍ବ। ବର୍ଷକରେ ଥରେ ଆସୁଥିବା ଏହି ପର୍ବ କୁ ମୁସଲମାନ ଭାଇ ଓ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି। ତେବେ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ମିନା ବଜାର ସ୍ଥିତ ଜାମା ମସଜିଦ ଠାରେ ସକାଳ ୯ ଘଣ୍ଟିକା ସମୟରେ ଇମାମ ସାହାବ ମୈାଲାନା ମୁଦସିର ଅହେମଦ ନମାଜ ପାଠ କରିବା ପରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ଓ ସମାଜ ସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇଥିଲେ । ଜନାବ ସମଦ ବେଗ୍ (ମସଜିଦ ସଭାପତି), ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ ଖାଁ, ଅଫଜଲ ମହମ୍ମଦ,ନୁରୁଲ ଇସଲାମ (ମସଜିଦ ସହ ସମ୍ପାଦିକ),ରାଜି ଅନ୍ସାର ଅଲ୍ଲୀ, ହାଜି ଅମ୍ଜାଦ୍, ଆଡଭୋକେଟ ସୁଲେମାନ ଖାଁ, ଓ ମୁନୀର ବେଗ୍ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରମଜାନ ମାସର ୩୦ଦିନ ଉପବାସ ପରେ ଆଜି ଏହି ପର୍ବ ଇଦୁଲଫିତର ପାଳନ କରାଯାଇଛି।ଆନନ୍ଦ ଉଲ୍ଲାସ ସହ ଇଦ୍ ମୁବାରକ ତଥା ଏହି ଭାଇଚାରାର ପର୍ବ ଇଦୁଲଫିତର ଛୋଟ ଛୋଟ ପିଲାଙ୍କ ଠାରୁ ବଡ ଲୋକ ସମସ୍ତେ ଏହି ଉତ୍ସବ କୁ ପାଳନ କରିଛନ୍ତି ।