ଫୁଲବାଣୀରେ ବ୍ୟାଙ୍କ ସମ୍ମୁଖ ରୁ ସତରଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ରେ ପୁଣି କଳା ପଲ୍ସସର୍ ର ଆତଙ୍କ l ବ୍ୟବସାୟୀ ଙ୍କ ଠାରୁ ଲୁଟି ନେଲେ 17 ଲକ୍ଷ 50 ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟି ରେ ଏକ୍ସିସ୍ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ କରିବାକୁ ଯାଉ ଥିବାବେଳେ ବ୍ୟାଙ୍କ ସମ୍ମୁଖରୁ 17 ଲକ୍ଷ 50 ହଜାରଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ l ସୂଚନା ପ୍ରକାରେ ବ୍ୟାଙ୍କ ତିନିଦିନ ଛୁଟି ରହିଥିବାରୁ ଆଜି ଦିନ 11.20 ରେ ଦୋକାନରୁ ଟଙ୍କା ଧରି ପ୍ରଥମେ ଷ୍ଟେଟ ବ୍ୟାଙ୍କ ରେ କିଛି ଟଙ୍କା ଡିପୋଜିଟ କରି ବାକି ଟଙ୍କା ଧରି ଆକ୍ସିଶ ବ୍ୟାଙ୍କ ରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ବ୍ୟାଙ୍କ ନିକଟ ରୁ ଦୁଇ ଦୃବୁତ ଏକ ପଲସର ବାଇକରେ ପିଛା କରି ଆସି ଛଡାଇ ନେଇ ଘଟଣା ସ୍ଥଳରୁ ଚାମ୍ପଟ ମାରି ଛନ୍ତି l ଏ ନେଇ ପାତ୍ର ଟାଉନ ଥାନା ପୋଲିସନିକଟ ରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ପହଂଚି ବିଭିନ୍ନ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଜାରି ରଖିଛନ୍ତି l
ତେବେ ଏଯାଏଁ ଦୁର୍ବୁତ୍ତ କୌଣସି ଟେର ପାଇନି ପୋଲିସ lପୂର୍ଵରୁ ମଧ୍ୟ ବହୁବାର ଏଭଳି ଟଙ୍କା ଲୁଟ ହୋଇଥିଲେ ହେଁ ପୋଲିସ କୁ ସଫଳତା ମିଳିନି l
