ବାରଖମା ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେସରପଞ୍ଚ କୁମୁଦିନୀ ମଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ନାଏବ ସରପଞ୍ଚ, ବିପିନ ପାତ୍ର, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ସମାଜସେବୀ ତଥା କାର୍ଯ୍ୟକାରୀ ସଭାପତି ପ୍ରେସ କ୍ଲବ ଅଶୋକ ପରିଡା, ଅବକାରୀ ବିଭାଗ ଇନ୍ସ୍ପେକଟର ପୂର୍ଣ୍ଣ ଚନ୍ଦ୍ରବେହେରା, ସବ ଇନ୍ସ୍ପେକଟର ସୁମିତ୍ରା ଦଳେଇ, ପଂଚାୟତ ନିର୍ବହୀଅଧିକାରୀ
ବିଶି କେସନ ବେହେରା,ସାମ୍ବାଦିକ, ଓ ଏଲ ଏମ,ଏମ୍ବିକେ, ଶିଖlରାଣୀ ଡିଗାଲ, ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ଆଜୀରଯୁବ ସମାଜ ପଥ ଭ୍ରଷ୍ଟ ହୋଇ ରାତା ରାତି ଧନୀ ହେବାର ସୁନେଲି ସ୍ବପ୍ନ ଦେଖି ଦଲାଲ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବେଆଇନ ଗଂଜେଇ କାରବାର କରି ଶେଷରେ ଧରା ପଡୁଛନ୍ତି, ଆଉ ପରିବାର ଲୋକେ କୋର୍ଟ କଚେରୀ ଦଉଡି ନିଜର ଥିବା ଜମିବାଡ଼ି ବିକି ସର୍ବସ୍ୱାନ୍ତ ହେଉଛନ୍ତି ଯାହାକି ଦୁଃଖ ଦାୟକ ବୋଲି କହିବାସହ ଏଥିରୁ ନିବୃତ୍ତହୋଇ ସରକାରଙ୍କ ବିଭି ନ୍ନଜନକଲ୍ୟାଣ ଯୋଜନା ରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ l
ଏହାପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା l
ପଂଚାୟତ ର ଲୋକପ୍ରତିନିଧି ଙ୍କ ସମେତ ଏସଏଚଜି ମହିଳା, ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ