ବାରିକୁମ୍ପା ରେ ନିଆରା ପରମ୍ପରା
ହୋଲି ପର ଦିନ ହୋଲି

ଫୁଲବାଣୀ(ସୁନୀଲ ପଟନାୟକ )
ଗାଁ ଠୁ ସହର ସବୁଠି ହୋଲି ଉତ୍ସବ ବୁଧବାର ୮ ତାରିଖ ଦିନ ଧୁମ ଧାମ ରେ ସରିଥିବାବେଳେ ଆଜି ଗୁରୁବାର
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବାରିକୁମ୍ପା ରେ ପାଳନ ହୋଇଥିଲା ହୋଲି ଉତ୍ସବ l ବର୍ଷେ କି ୨ ବର୍ଷ ନୁହେଁ କାହିଁ କେଉଁ ଆବାହମାନ କାଳ ରୁ ହୋଲି ପର ଦିନ ହୋଳିପାଳନ କରାଯାଏ ଏହି ଗାଁ ରେ l ଏହା ଏକ ନିଆରା ପରମ୍ପରା ନିଶ୍ଚୟ lସକାଳୁ ସକାଳୁ ଗ୍ରାମର ପିଲା ଠୁ ବୁଢ଼ା ସଭିଏଁ ପରସ୍ପର ମଧ୍ୟରେ ରଙ୍ଗ ବୋଳା ବୋଳି ହେଉଥିବା ଦେଖିବାକୁ ମିଳିଥିଲା l ଏହା ସାଙ୍ଗକୁ ନାଚ ଗୀତ ବାଜା ରେ ଗାଁ ଫାଟିପଡୁଥିଲା l
ଶହେ କୋଡିଏ ବର୍ଷ ହେଲା ଏହି ପର୍ବ ପାଳନ ହେଇଆସୁଛି l ଏହି ଉତ୍ସବ ରେ ଆଖପାଖ ସତୁରି ଗୋଟି ଗ୍ରାମର ଲୋକେ ଯୋଗ ଦିଅନ୍ତି l
ହୋଲି ମନାଇବା ସହ ଗାଁରେଥିବା ରାଧାକୃଷ୍ଣ ଙ୍କ ବାର୍ଷିକ ଉତ୍ସଵ ବି ପାଳନ କରାଯାଏ l ଏହି ଉତ୍ସବ ରେ ଯିଏ ଯେଉଁଠି ଥିଲେ ବି ଗାଁ କୁ ଆସିଥାନ୍ତି lସମସ୍ତ ଙ୍କ ଭିତରେ ସ୍ନେହ,ସଦଭାବ ଓ ଭାଇଚାରା ସୃଷ୍ଟିକରିଥାଏ ବାରିକୁମ୍ପା ର ଏହି ନିଆରା ହୋଲି l
