ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି
ନେଇ ଯୁବ ବିଜେପିର ପ୍ରତିକ୍ରିୟା

ଫୁଲବାଣୀ (ସୁନୀଲ ପଟନାୟକ)
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ନେଇ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ରବିବାର ଫୁଲ ବାଣୀ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ସାଧାରଣ ସଂପାଦକ ଜଗନ୍ନାଥ ସାହୁ, ସେକ୍ରେଟେରୀ ଗୌତମ ମଲିକ, ଉପସଭାପତି ଚନ୍ଦ୍ରଶେଖର ପଣ୍ଡା, ମଣ୍ଡଳ ସଭାପତି ଆଦିତ୍ୟ କହଁର ପ୍ରମୁଖ ଯୋଗଦେଇ ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି .କ୍ୟାବ ନେଟ ମନ୍ତ୍ରୀ ମଧ୍ୟ ସୁରକ୍ଷିତ ନାହଁ।ନ୍ତି ଦିନ ଦ୍ବିପହରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ପୋଲିସ ଏସଆଇଙ୍କୁ ମାଧ୍ୟମ କରି ଗୁଳିକରି ହତ୍ୟା କରାଯାଉଛି। ଏଣୁ ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତ। ୨୮ ରେ ବିଧାନସଭା ଘେରାଉ କରିବା ସହ ପ୍ରତିବାଦ କରାଯିବ,ଏଥିରେ କନ୍ଧମାଳ ଜିଲା ର ହଜାର ହଜାର ଯୁବକଯୁବତୀ ସାମିଲ ହେବେ ବୋଲି ସଭାପତି ଗୋଲକ କହଁର କହିଛନ୍ତି ।
ର