ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ
ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ଓ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିରୁପମା ଦୋରା, ଏ ବି ଇଓ ଅମୁଲ୍ୟ ଜେନା ପ୍ରମୁଖ ଯୋଗ ଦେଇ ଭିନ୍ନ କ୍ଷମ ମାନେ ଯେପରି ନିଜକୁ ଅବହେଳିତମନେ ନକରି ସବୁ କ୍ଷେତ୍ର ରେ ସକ୍ଷମ ମନେକରିବେସେଥିପାଇଁ ସମସ୍ତେ ଆନ୍ତରିକ ସହଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ l
ଏହି ଅବସର ରେ ଅନୁଷ୍ଠିତ ନାଚ, ଗୀତ, ଚିତ୍ରାଙ୍କନ, ମେମୋରୀ ପରିକ୍ଷା, ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଷଡ଼ଙ୍ଗୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ସି ଆର ସି ସି ଯୋଗ ଦେଇଥିଲେ l