ଶିଶୁ ଅଧିକାର ଓ ସୁରକ୍ଷା ନେଇ ଆଲୋଚନା
ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ, ଓ ଯୁଏନ ଏଫ ପି ଏ. ସହାୟତା ରେ କନ୍ଧମାଳ ଜିଲ୍ଲା ପ୍ରଶl ସନ ତରଫରୁ ଜିଲ୍ଲା ସ୍ତରୀୟ ଅଦ୍ବିକା ଓ ଜୀବନ କୌଶଳ ସମ୍ବନ୍ଧୀୟ ଚାରି ଦିନିଆ ତାଲିମ ଶିବୀର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ କିଶୋରୀ ବାଳକ ବାଳିକା ମାନଙ୍କୁ ବାଲ୍ୟ ବିବାହ ର ଅପକାରିତା, ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ଶିଶୁ ଶ୍ରମୀକଚାଲାଣ, ପୃଷ୍ଟି ହୀନତା ସଂପର୍କରେ ଆଲୋଚନା କରାଯିବା ସହଅଦ୍ବିକା ଆପ କୁ ଡାଉନଲୋଡ଼ କରି ସୁଚାରୁରୂପେ ବ୍ୟବହାର କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଦେବା ଲାଗି ଭୁବେନେଶ୍ୱର ରୁ ଦୁଇଜଣ ତାଲିମ ଦାତ୍ରୀ ଆସି ତାଲିମ ପ୍ରଦାନକରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲା ସମାଜମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜକି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ସୁରକ୍ଷା ଅଧିକାରୀ ଏସ. ଗାୟତ୍ରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ଙ୍କ ସମେତ ସୁପରଭାଇଜର ମାନେ ଯୋଗ ଦେଇଥିଲେ l
ଆକ୍ସନ ଏଡ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ମହାନ୍ତି ଯୋଗଦେଇ ସମସ୍ତ ପ୍ରକାର ସହାୟତା କରିଥିଲେ l