ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ପ୍ରେସ ଟିମ ବିଜୟୀ
ଫୁଲବାଣୀ (ସୁନୀଲ ପଟନାୟକ )
ଜିଲ୍ଳାପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିନରେ ପ୍ରେସ- ୧୧ ଓ ଵିଶିପଡା ସହ ଅନୁଷ୍ଠିତମେଚ ରେ ପ୍ରେସ ୧୧ ବିଜୟୀ ହୋଇଛି l ବିସିପଡା ଟିମ ପ୍ରଥମେ ବେଟିଂ କରି କୋଡିଏ ଓଭର ରେ ମୋଟ ୨ 0୫ ରନ ସଂଗ୍ରହ କରିଥିବାବେଳେ ପ୍ରେସ ଟିମ ୧ ୯ ଓଭର ୫ଟି ବଲ ରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲେ l
ଖେଳ ସଂଘର୍ଷ ପୁର୍ଣ ଥିଲl
ପ୍ରେସ ଟିମ ର ରୁପେଶ ପାଢ଼ୀ ଓ ବିଭୁତି ନାୟକ ଛକା ଓ ଚୌକା ମାରି ଦଳ କୁ ବିଜୟୀ ଆଡକୁ ନେଇଆସିଥିଲେ ମଧ୍ୟ ଶେଷ ମୁହୁର୍ତରେ ଆଉଟ ହୋଇଯାଇଥିଲେ l
ଉତ୍ତମଖେଳ ପ୍ରଦର୍ଶନ କରିଥିବା ରୁ ବିଭୁତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା l
ତେବେ ବାଳକୃଷ୍ଣ ଚର୍ଚି ଓ ସୁଧୀର ମହାରଣା ଚୌକା ମାରି ପ୍ରେସ ଟିମ କୁ ବିଜୟୀ କରିଥିଲେ l
ଆସନ୍ତା ୨ ୫ ରେ ଏସଓ ଜି ଟିମ ଓ ପ୍ରେସ ଟିମ ମଧ୍ୟରେ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l
ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ଅଜିତ ମହାରଣା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ଶିବ ରାମ ନାୟକ, ବୈଦ୍ୟ ନାଥ ନାୟକ, ପ୍ରମୁଖ ବହୁ ସାମ୍ବାଦିକଉପସ୍ଥିତ ରହି ଟିମ କୁ ଉତ୍ସାହିତ କରିଥିଲେ l