ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ କେବେ ?
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା l
ଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ଖଣ୍ଡେ ମିଳିନାହିଁ ଏଯାଏଁ l ଚଳିତ ଲଗାଣ ବର୍ଷା ଓ ପବନ ରେ ଚାଳ ଛପର ଉଡ଼ିଯିବା ସହ କାଂଥ ମଧ୍ୟ ପଡିଯାଇଛି lଖବର ପାଇ ଵିଶିପଡା ଆର ଆଇ ଅଞ୍ଜଳି ରଣା ରଂଜିତ ଘରକୁ ଯାଇ ପଲିଥିନ ଖଣ୍ଡିଏ ଦେଇଥିଲେ lବର୍ତମାନ ରଂଜିତ ସ୍ତ୍ରୀ ପିଲାଛୁଆ ଙ୍କୁ ନେଇ ଭାଇ ଙ୍କ ଘରେ ଆଶ୍ରୟ ନେଉଛନ୍ତି l
ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଂଚାୟତ ସରପଞ୍ଚ ଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି lରଂଜିତ ଘର ଖଣ୍ଡିଏ ପାଇଁ ୨ 0୧ ୭ ରେ ସମସ୍ତ କାଗଜ ପତ୍ର ସହ ଆବେଦନ କରିଥିଲେ l ୨ 0୧୯ ରେ ଆବାସ ଘର ଯୋଗାଇ ଦେବା ଲାଗି ସର୍ଭେ ମଧ୍ୟ ହୋଇଥିଲା ହେଲେ ସର୍ଭେ ରେ ତାଙ୍କ ନା ନଥିଲା
ପଂଚାୟତ ରେ ଥିଲା ଵାଲା ଙ୍କୁ ଆବାସ ଘର ମିଳିଥିବା ବେଳେ ନଥିଲା ବାଲାଙ୍କୁ ମିଳୁନି ବୋଲି ରଂଜିତ ଅଭିଯୋଗ କରିଛନ୍ତି l
ଏଣୁ ଅସହାୟ ରଞ୍ଜିତ ଙ୍କୁତୂରନ୍ତ ଘର ଖଣ୍ଡିଏ ଯୋଗାଇଦେଲେ ସେ ପରିବାରଙ୍କୁ ଧରି ଅନ୍ତତଃ ସୁଖରେରହିବେ ବୋଲି ରଞ୍ଜିତ କହିଛନ୍ତିl
ରଂଜିତ ଙ୍କୁ ଘର ନମିଳିଲେ ସେ ଆସନ୍ତା ଅକ୍ଟାବର ୨ ଗାନ୍ଧୀଜୟନ୍ତୀ ଦିନ ଅନଶନ କରିବେ ବୋଲି ଧମକ ଦେଇଛନ୍ତି l
ଏଣୁ, ଫୁଲବାଣୀ ବିଡ଼ିଓ,ଓ ଜିଲ୍ଲା ପାଳ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l