ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ
ଫୁଲବାଣୀ,ଫୁଲବାଣୀ ସହର ର ଆଦିବାସୀ ଙ୍କ ପାଇଁ ଉଦିଷ୍ଟ ହାଟ ସ୍ଥାନ କୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରି ଥିବା କିଛି ବ୍ୟବସାୟୀ ଙ୍କ କେବିନ କୁ ପୌରପରିଷଦପକ୍ଷରୁ ଗୁରୁବାର ଉଛେଦ କରାଯାଇଛି l
ତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି l
ଆଦିବାସୀ ଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହର ରେପୌର ପ୍ରଶାସନ ପକ୍ଷରୁ ହାଟ ର ବ୍ୟବସ୍ଥା କରାଯାଇଥିଲା l
ତେବେ ଗତ କିଛି ବର୍ଷ ହେଲା ହାଟ ର ଅର୍ଧାଧିକ ସ୍ଥାନକୁ ଲୋକେ ମାଡିବସି କିଏ ପକ୍କା ଘର କରିଛିତଆଉ କିଏ ଦୋକାନ କରିମାଡ଼ିବସିଛନ୍ତି l ଫଳରେ ହାଟ ସ୍ଥାନ କମି ଯିବା ଦ୍ୱାରା ଆଦିବାସୀ ମନେ ଶେଷରେ ବାଧ୍ୟହୋଇ ରାସ୍ତା ଉପରେ ବସି ବିକ୍ରୀ କରୁଥିଲେ l
କୁଇ ସମାଜ ପକ୍ଷରୁ ହାଟ ସ୍ଥାନ ମପାଯାଇ ଜବରଦଖଲ କାରୀଙ୍କୁ ଉଛେଦ କରିବାକୁ ଦାବୀ କରି ଆସୁଥିଲେ l
ତେବେ ବିଳମ୍ବରେ ହେଲେ ବି ପୌର
ପ୍ରଶାସନ ର ବଳିଷ୍ଠ ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରାଯାଇଛି l
ତେବେ ଡ଼୍ରେନ ଉପରକୁ ଆସିବ୍ୟବସାୟ କରୁଥିବା ଜବରଦଖଲକାରୀ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାମଧ୍ୟ ଜରୁରୀ ହୋଇପଡ଼ିଛି l
ପୋୖରାଧ୍ୟକ୍ଷା ଏଥିପ୍ରତି ଦୃଷ୍ଟିଦେବା ପାଇଁ ଦାବିହେଉଛି l