ସି ଆର ପି ଏଫ ଏ ଡି ଜି କନ୍ଧମାଳ ରେ ମାଓ ମୁକାବିଲା ନେଇ ଆଲୋଚନା
ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ l
ପହଂଚିବା ପରେ ଏ ଡିଜି ଅଗ୍ରୱାଲ ଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l
ଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ ରେ ଓଲାଇଥିଲେ। ସେଠାରୁ ଗୋଛପଡ଼ା ରେ ଥିବା
୧୨୭ ନମ୍ବର ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କୁ ଆଲୋଚନା କରିଥିଲେ l
ସେଠାରେ ଅୟୋ ଜିତ ଏକ ବୈଠକ ରେ ଯୋଗଦେଇ ମାଓ ଗତି ବିଧିଉପରେ ସମୀକ୍ଷା କରିଥିଲେ l
ଜିଲାରେ ମାଓ ଦମନ କ୍ଷେତ୍ର ରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକା କୁ ଭୁୟସୀ ପ୍ରଶଂସା କରିଥିଲେl
ଅତିରିକ୍ତ ଡିଜି ଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି l
ଏ ଡିଜି ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ lମାଓ ଅଂଚଳ ରେ ଏ ଡି ଜି ଙ୍କ ଗସ୍ତ କୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l