ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଆଇ.ଏଫ.ଏସଙ୍କ ଅବସର ଗ୍ରହଣ
ଫୁଲ ବାଣୀ-(ସୁନୀଲ ପଟନାୟକ) ଫୁଲ ବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରୀୟଣ ବେହେରା ଆଇଏଫଏସ ଙ୍କ ଅବସର ଗ୍ରହଣ । ସେ ଫୁଲବାଣୀ ବନଖଣ୍ଡ ଡିଏଫଓ ଭାବେ ଦୀର୍ଘ ୪ବର୍ଷ ରୁ ଉର୍ଦ୍ଧ୍ଵ ରହି
ଜଙ୍ଗଲ ସୁରକ୍ଷା, ସଚେତନତା ଓ ନୂତନ ଜଙ୍ଗଲ ସୃଷ୍ଟି, କରି ଥିଲେ । ତାଙ୍କରୀ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା ଫଳରେ ଫୁଲବାଣୀ ବନଖଣ୍ଡରେ ଜଙ୍ଗଲ ବୃଦ୍ଧି ପାଇଛି। ସେହିପରି ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଡିଏଫ ଓ ବେହେରାଙ୍କ ଉଦ୍ୟମ ପ୍ରଶସଂନୀୟ।
ତେବେ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତାକୁ ଭିତ୍ତିକରି ସରକାର ଡି ଏଫ ଓ ଲକ୍ଷ୍ମୀନାରାୟଣ ବେହେରା ଙ୍କୁ୨୦୧୮ ବର୍ଷରେ ଆଇଏଫଏସ ପାଇଁ ମନୋନୀତ କରିଥିଲେ।
ଲକ୍ଷ୍ମୀନାରାୟଣ ବେହେରା ଗତ ୬/୯/୨୦୧୭ରୁ ଫୁଲ ବାଣୀ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଶ୍ରୀ ବେହେରା ଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ସଚ୍ଚଟେ।ତା, ଓ ବିଶେଷ ଜ୍ଞାନକୌଶଳ ଯୋଗୁଁ ସରକାରୀ ଅର୍ଥ ଅନୁଦାନ ର ସୁ ବିନିଯୋଗ ଉପରେ ସେ ଗୁରୁତ୍ଵ ଦେବା ଫଳରେ ତାଙ୍କ ସମୟରେ ଜଙ୍ଗଲ ବୃଦ୍ଧି ପାଇବା ସହ ପରିବେଶ ସୁରକ୍ଷା ମଧ୍ୟ ସମ୍ଭବ ହୋଇ ପାରିଛି । ସେହିପରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ ସେ । ସେହିପରି ବ୍ୟାପକ ବୃକ୍ଷ ରୋପଣ କରିବା ସହ ସଚେତନ ସୃଷ୍ଟି କରିବାରେ ସଫଳ ହୋଇଥିଲେ ସେ ।
ସମସ୍ତ ଅଧସ୍ତନ କର୍ମଚାରିଓ ଅଫିସରଙ୍କୁ ସାଥିରେ ନେଇ କାର୍ଯ୍ୟ କରୁଥିଲେ । ଡିଭିଜନରେ ସେ ଭାଇଚାରା ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇଥିଲେ । ଅବସର ଗ୍ରହଣ ଉତ୍ସବରେ ଆରସିସିଏଫଙ୍କ ସମେତ ଦକ୍ଷିଣାଞ୍ଚଳରେ ଜଂ ଅଧିନ ସ୍ଥ ସମସ୍ତ ଡିଏଫ୍ ଓ ରେଞ ଅଫିସର ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରିଉପସ୍ଥିତ ରହି ତାଙ୍କର ଅବସର ପରର ସୁଖ, ଶାନ୍ତି ଓ ନିରାଡମ୍ବର ଭବିଷ୍ୟତ ଜୀବନ କାମନା କରିଥଲେ । ସେହିପରି ଫୁଲବାଣୀ ବନ ବିଭାଗ ଡି ଭିଜନ ପ୍ରତି ତାଙ୍କର ନିଷ୍ଠା, ଆନ୍ତରୀକତା,ଭଲପାଇବା, କାର୍ଯ୍ୟଧାରା,ସହଯୋଗ ସବୁଦିନ ପାଇଁ ମନେ ରହିବ ବୋଲି କର୍ମଚାରୀମାନେ କହିଥିଲେ।